Indus Valley Times

ଆଜି ହେଉଛି ପବିତ୍ର ମହାଶିବରାତ୍ରି

 Breaking News

ଆଜି ହେଉଛି ପବିତ୍ର ମହାଶିବରାତ୍ରି

ଆଜି ହେଉଛି ପବିତ୍ର ମହାଶିବରାତ୍ରି
February 15
14:31 2026

ପୁରୁଣା ଭୁବନେଶ୍ୱର,୧୫/୨ : ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର ପ୍ରଶାସନ ଏବଂ କମିଶନରେଟ ପୋଲିସର ପ୍ରସ୍ତୁତି ଶେଷ ହୋଇଛି। ଭୋର ପ୍ରାୟ ୩ଟାରୁ ମନ୍ଦିରର ଦ୍ୱାର ଫିଟା ପରେ ଆଳତୀ ଅବକାଶ ଏବଂ ସାହାଣ ମେଲା ନୀତି ସମ୍ପନ୍ନ ହୋଇଛି। ରାତି ୧୦ ଟାରେ ମହାଦୀପ ଉଠିବା ନେଇ ସମୟ ସାରଣୀ ପ୍ରସ୍ତୁତ ହୋଇଛି। ପ୍ରାୟ ୧୨ଟି ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ୪ ପ୍ରହର ନିତିକାନ୍ତି ସହ ହରିହର ଭେଟ ହେବ। ପୂର୍ବରୁ ଜାଗର ପରଦିନ ସକାଳ ୭ଟା ୩୦ରେ ବଡ଼ସିଂହାର ନୀତି ହେଉଥିଲା। କିନ୍ତୁ ଚଳିତ ବର୍ଷ ଭୋର ୫ଟା ୩୦ରେ ବଡ଼ସିଂହାର ଏବଂ ପହୁଡ଼ ନୀତି ହେବା ନେଇ ନୂତନ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି।
ଏହି ଦିନ ଭଗବାନ ଶିବଙ୍କର ମହାନ ରାତ୍ରି ଭାବରେ ପରିଚିତ, ଯେଉଁଠାରେ ଶିବ-ପାର୍ବତୀଙ୍କ ବିବାହ, ଶିବଙ୍କର ଜ୍ୟୋତିର୍ଲିଙ୍ଗ ରୂପେ ଆବିର୍ଭାବ ଓ ସମସ୍ତ ଅନ୍ଧକାର ଉପରେ ଆଲୋକର ବିଜୟ ପାଳନ କରାଯାଏ। ଓଡ଼ିଶାରେ ଏହାକୁ ଜାଗର ବୋଲି କୁହାଯାଏ ଏବଂ ବିଶେଷ ଭାବେ ଲିଙ୍ଗରାଜ, ଲୋକନାଥ, ଚନ୍ଦ୍ରଶେଖର ଆଦି ଶୈବପୀଠରେ ମହାଦୀପ ଉଠିଥାଏ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031