Indus Valley Times

ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ ବା ସୂର୍ଯ୍ୟ ଦେବତାଙ୍କ ପୂଜା

 Breaking News

ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ ବା ସୂର୍ଯ୍ୟ ଦେବତାଙ୍କ ପୂଜା

ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ ବା ସୂର୍ଯ୍ୟ ଦେବତାଙ୍କ ପୂଜା
January 12
10:11 2022

ଭୁବନେଶ୍ୱର, ୧୨/୧: ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ ବା ସୂର୍ଯ୍ୟ ଦେବତାଙ୍କ ପୂଜା । ପ୍ରାତଃରୁ ଚନ୍ଦ୍ରଭାଗା ତଟରେ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ ।
ପୌରାଣିକ କିମ୍ବଦନ୍ତୀ ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଷପ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲ । ତେବେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ସୂର୍ଯ୍ୟ ଦେବତାଙ୍କ ଆରାଧନା କରିବା ପରେ ସେ କୁଷ୍ଠ ରୋଗରୁ ଭଲ ହୋଇଥିଲେ । ସୂର୍ଯ୍ୟ ଦେବତାଙ୍କ ପୂଜା ଲାଗି ଆଜି ଘରେ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରିବା ସହ ଘାଣ୍ଟ ତରକାରୀ କରି ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରାଯାଉଛି ।
ସେପଟେ ଆଜି କୋଣାର୍କରେ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହେବ । ହୋମ ଓ କଳସ ସ୍ଥାପନ ପରେ ସୂର୍ଯ୍ୟ ଦେବତାଙ୍କ ବିଗ୍ରହକୁ ରଥାରୁଢ କରାଯିବ । ପରେ ରଥ ଉପରେ ୧୦୮ କାକରା, ବରା ଓ ପୋଡ଼ପିଠା ଲାଗି ହେବ । ଏହି ରଥ ୨୭ ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ରହି ୨୭ ନକ୍ଷତ୍ରରେ ପୂଜାର୍ଚ୍ଚନା ପରେ ମାଘ ସପ୍ତମିରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031