Indus Valley Times

ଆଜି ହେଉଛି ବଡଓଷା : ବଡ ସିଂହାର ବେଶରେ ସଜିତ ହୋଇଛନ୍ତି ବାବା ଧବଳେଶ୍ୱର, ପୀଠରେ ୧୪୪ ଧାରା ଜାରି

 Breaking News

ଆଜି ହେଉଛି ବଡଓଷା : ବଡ ସିଂହାର ବେଶରେ ସଜିତ ହୋଇଛନ୍ତି ବାବା ଧବଳେଶ୍ୱର, ପୀଠରେ ୧୪୪ ଧାରା ଜାରି

ଆଜି ହେଉଛି ବଡଓଷା : ବଡ ସିଂହାର ବେଶରେ ସଜିତ ହୋଇଛନ୍ତି ବାବା ଧବଳେଶ୍ୱର, ପୀଠରେ ୧୪୪ ଧାରା ଜାରି
November 17
11:17 2021

କଟକ,୧୭/୧୧: ଆଜି ହେଉଛି ବଡଓଷା। ବଡଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ଆଠଗଡର ବାବା ଧବଳେଶ୍ୱର। ଭୋରରୁ ସମସ୍ତ ନୀତିକାନ୍ତି ସହ ୧୦୮ ଗରା ଜଳରେ ସ୍ନାନ କରାଯାଇଥିଲା।ପରେ ମଙ୍ଗଳ ଆଳତି କରିବା ପରେ ପହଡ ଖୋଲାଯାଇଥିଲା।
ପ୍ରଶାସନ ପକ୍ଷରୁ କୋଭିଡ କଟକଣା ପାଇଁ ପୀଠରେ ଜାରି ହୋଇଛି ୧୪୪ ଧାରା। ଏଥିପାଇଁ ବିନା ଭକ୍ତରେ ପାଳନ ହେଉଛି ବଡଓଷା।
ବୁଧବାର ପୂଜକଙ୍କ ପରିବାର ପକ୍ଷରୁ ଗଜଭୋଗ ପ୍ରସ୍ତୁତି କରାଯାଇ ମଧ୍ୟରାତ୍ରୀର ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଧବଳେଶ୍ୱରଙ୍କ ପାଖରେ ଲାଗି କରାଯିବ ପ୍ରସିଦ୍ଧ ଗଜଭୋଗ। ଏହି ଗଜଭୋଗ ପାଇଁ ପୂଜକଙ୍କ ପରିବାର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ସୂଚନାଯୋଗ୍ୟ, ବଡଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଖୋର୍ଦ୍ଧା ସବଡିଭିଜନର ବିଭିନ୍ନ ଶୈବପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଗତକାଲି ଠାରୁ ୧୯ ତାରିଖ ପର‌୍ୟ୍ୟନ୍ତ ୧୪୪ ଧାରା ଜାରି କରିଛି ସ୍ଥାନୀୟ ପ୍ରଶାସନ। କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031