Indus Valley Times

ଆଜି ହେଉଛି ବଲିଉଡ୍ ହ୍ୟାଣ୍ଡସମ୍ ତଥା ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କଜନ୍ମଦିନ

 Breaking News

ଆଜି ହେଉଛି ବଲିଉଡ୍ ହ୍ୟାଣ୍ଡସମ୍ ତଥା ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କଜନ୍ମଦିନ

ଆଜି ହେଉଛି ବଲିଉଡ୍ ହ୍ୟାଣ୍ଡସମ୍ ତଥା ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କଜନ୍ମଦିନ
January 16
19:06 2022

ମୁମ୍ବାଇ,୧୬ /୧ : ବଲିଉଡ୍ ହ୍ୟାଣ୍ଡସମ୍ ହଙ୍କ ତଥା ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ବେଶ୍ ଜଣାଶୁଣା । ତାଙ୍କର ଅଭିନୟ ପାଇଁ ତାଙ୍କୁ ଯେତେ ପସନ୍ଦ କରନ୍ତି ତାଟାରୁ ଅଧିକ ତାଙ୍କୁ ପାଇଁ ହଜାର ହଜାର ଝିଅ ଦିୱାନି ଅଛନ୍ତି । ଆଜି ଅର୍ଥାତ୍ ଜାନୁୟାରୀ ୧୬ରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ସେ ବଲିଉଡ୍ର ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି। ତାଙ୍କର ଦକ୍ଷ ଅଭିନୟ ପାଇଁ ସିଦ୍ଧାର୍ଥ ବେଶ୍ ଜଣାଶୁଣା। କଠିନ ପରିଶ୍ରମ ଏବଂ ଦକ୍ଷତା ଯୋଗୁ ସିଦ୍ଧାର୍ଥ ତାଙ୍କ କ୍ୟାରିୟରର ଶୀର୍ଷରେ ଅଛନ୍ତି। କିନ୍ତୁ ଜାଣନ୍ତି କି ସିଦ୍ଧାର୍ଥ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ବହୁତ କିଛି କମ କରିଛନ୍ତି । ଯାହା କେହି ଜାଣି ନାହାନ୍ତି ।
ତେବେ ସିଦ୍ଧାର୍ଥ ଦିଲ୍ଲୀରୁ ପାଠପଢା କରିଛନ୍ତି। ଦ୍ୱାଦଶ ପରେ ସିଦ୍ଧାର୍ଥ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସହିଦ ଭାଗବତ ସିଂ କଲେଜରୁ ବି.କମ୍ କରିଥିଲେ। ଏହା ପରେ ସେ ମଡେଲିଂ ଦୁନିଆରେ ପାଦ ଦେଇଥିଲେ। ସିଦ୍ଧାର୍ଥ ତାଙ୍କର ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ସେ ମଡେଲିଂ ଆରମ୍ଭ କରିଥିଲେ। ଦୀର୍ଘଦିନ ଧରି ସେ ମଡେଲ ଭାବରେ କାମ କରିଥିଲେ। ଅଭିନୟ ପୂର୍ବରୁ ବଲିଉଡ୍ରେ ଟ୍ରେନିଂ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବରେ କାର‌୍ୟ୍ୟ କରୁଥିଲେ। ଅନେକ ଲୋକ ଜାଣନ୍ତି ନାହିଁ ଯେ, ୨୦୧୦ ମସିହାରେ ସିଦ୍ଧାର୍ଥ ଶାହାରୁଖଙ୍କ ଫିଲ୍ମ ‘ମାଇଁ ନେ ଇସ୍ ଖାନ’ରେ କରଣ ଜୋହରଙ୍କ ସହ ସହ-ନିର୍ଦ୍ଦେଶକ ଭାବରେ କାର‌୍ୟ୍ୟ କରିଥିଲେ।
୧୮ ବର୍ଷ ବୟସରେ ସିଦ୍ଧାର୍ଥ ମଡେଲିଂ କ୍ଷେତ୍ରରେ କାମ ଆରମ୍ଭ କରିଥିଲେ। ଏଥିରେ ତାଙ୍କୁ ବହୁତ ସଫଳତା ମିଳିଥିଲା। କିନ୍ତୁ ସେ ଅଭିନୟରେ କ୍ୟାରିୟର କରିବାକୁ ଚାହୁଁଥିଲେ। ଏଥିପାଇଁ ସିଦ୍ଧାର୍ଥ ମଡେଲିଂ ଛାଡ଼ି ଫିଲ୍ମ ପାଇଁ ଅଡିଶନ ଦେଇଥିଲେ କିନ୍ତୁ ଫିଲ୍ମଟି ହୋଇପାରି ନଥିଲା । ଧର୍ମା ପ୍ରଡକ୍ସନ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ ରେ ନଜର ଆସିଥିଲେ । ସେବେଠାରୁ ସେ ଚର୍ଚ୍ଚାକୁ ଆସିଥିଲେ । ହିଟ୍ ଉପରେ ହିଟ୍ ଫିଲ୍ମ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031