Indus Valley Times

ଆଜି ହେଉଛି ବିଶ୍ୱକର୍ମା ପୂଜା : ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା

 Breaking News

ଆଜି ହେଉଛି ବିଶ୍ୱକର୍ମା ପୂଜା : ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା

ଆଜି ହେଉଛି ବିଶ୍ୱକର୍ମା ପୂଜା : ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା
September 17
09:22 2021

ଭୁବନେଶ୍ୱର ୧୭/୯ : ଆଜି ବିଶ୍ୱକର୍ମା ପୂଜା । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା । ଶୁକ୍ରବାର ଦେବଶିଳ୍ପୀଙ୍କ ପୂଜାକୁ ନେଇ ଓଡିଶାର ପୁରପଲ୍ଲୀ ଚଳଚଞ୍ଚଳ ହୋଇପଡିଛି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟରେ କୋଭିଡ କଟକଣା ମଧ୍ୟରେ ଶିଳ୍ପ ନଗରୀରେ ବିଶ୍ୱକର୍ମାଙ୍କ ପୂଜା ନିରାଡ଼ମ୍ବର ଭାବେ ପାଳନ କରାଯାଉଛି । ବିଶେଷ କରି ଶିଳ୍ପ କାରଖାନା ମାନଙ୍କରେ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯାଉଛି ।
ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୁତ ହୋଇଥିଲେ ଦେବଶିଳ୍ପୀ ବିଶ୍ୱକର୍ମା । ତ୍ୱଷ୍ଟା ନାମରେ ସେ ବିଦିତ । ଦିବ୍ୟ ବସ୍ତ୍ର ପରିହିତ, ନାନାଦି ରତ୍ନାଳଙ୍କାରରେ ବିଭୂଷିତ । ସେ ମହାଜ୍ଞାନୀ, କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର, ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ।
ପ୍ରଜାପତି ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ ବୋଲି ପୁରାଣରେ ବର୍ଣ୍ଣନା ରହିଛି । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସେ ସୃଷ୍ଟି ସର୍ଜନା କରିଥିଲେ । ସେ ସକଳ ଶିଳ୍ପକଳାର ଜନକ ।
ସେଥିପାଇଁ ବିଭିନ୍ନ ଶିଳ୍ପାନୁଷ୍ଠାନମାନଙ୍କରେ କନ୍ୟା ସଂକ୍ରାନ୍ତିରେ ବିଶ୍ୱକର୍ମା ପୂଜା କରାଯାଏ । ସ୍ୱର୍ଗର ଅମରାବତୀ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ । ଦେବତାମାନଙ୍କର ସମସ୍ତ ଶସ୍ତ୍ର, ବିମାନ ଆଦି ଏହାଙ୍କ ଦ୍ୱାରା ନିର୍ମିତ ।
ବଢ଼େଇ, ନିର୍ମାତା ଓ କାରିଗରମାନେ ନିଜ ନିଜ ଘରେ ବିଶ୍ୱକର୍ମାଙ୍କୁ ଏ ଅବସରରେ ପୂଜା କରନ୍ତି । ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତିକୁ ଶୁଦ୍ଧପୁତ କରି ଏହି ଦିନ ପୂଜା କରାଯାଏ । ସେଥିପାଇଁ ବିଶ୍ୱକର୍ମା ପୂଜା ଉପଲକ୍ଷେ ଯାନ୍ତ୍ରିକ କାର୍ଯ୍ୟ ବନ୍ଦ ଥାଏ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031