Indus Valley Times

ଆଜି ହେଉଛି ଭାଇ ଭଉଣୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା

 Breaking News

ଆଜି ହେଉଛି ଭାଇ ଭଉଣୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା

ଆଜି ହେଉଛି ଭାଇ ଭଉଣୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା
August 09
13:35 2025

ଭୁବନେଶ୍ୱର, ୯/୮: ଆଜି ଭାଇ ଭଉଣୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା । ରାକ୍ଷୀ ଭାଇ ଓ ଭଉଣୀର ଅତୁଟ ବନ୍ଧନ ଓ ଅମାପ ସେହ୍ନର ପ୍ରତୀକ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା\’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ ।
ହିନ୍ଦୁ ଧର୍ମରେ ପାଳନ ହେଉଥିବା ପର୍ବ ମଧ୍ୟରେ ଏହା ଏକ ଭିନ୍ନ ପର୍ବ । ଭଉଣୀ ଭାଇ ହାତରେ ଏକ ସୂତାରେ ତିଆରି ରାକ୍ଷୀ ବାନ୍ଧି ସବୁବେଳେ ତାର ସୁରକ୍ଷା ପାଇଁ ଭାଇଠାରୁ ପ୍ରତିଶ୍ରୁତି ନେଇଥାଏ । ଏହି ପର୍ବ ଭାଇ-ଭଉଣୀ ସମ୍ପର୍କକୁ ମଜବୁତ କରିଥାଏ । ଆଜି ରାଜ୍ୟ ସମେତ ରାଜ୍ୟ ବାହାରେ ମଧ୍ୟ ଏହି ପର୍ବକୁ ପାଳନ କରିଥାନ୍ତି ।
ସେହିପରି ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କ ହାତରୁ ରାକ୍ଷୀ ପିନ୍ଧିଥାନ୍ତି। ମହାପ୍ରଭୁଙ୍କ ଭୋଗ ମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ଶ୍ରୀଭୂଜରେ ରାକ୍ଷୀ ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ୪ ଗୋଟି ବୃହତକାୟ ରାକ୍ଷୀ ଓ ଗୁଆମାଲ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ଶ୍ରୀ ହସ୍ତରେ ଧାରଣ କରିଥାନ୍ତି ।
ଆଜିର ଦିନକୁ ପ୍ରଭୁ ବଲଭଦ୍ରଙ୍କ ଜନ୍ମ ଦିବସ ଭାବେ ମଧ୍ୟ ପାଳନ କରାଯାଏ । ଆଜି ହଳଧରଙ୍କ ଜନ୍ମ ଦିବସ ଅବସରରେ ଗୋମାତାଙ୍କୁ ମଧ୍ୟ ପୂଜା କରାଯାଏ । ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି । ଆଜିର ଏହି ପବିତ୍ର ପର୍ବରେ ଗାଁଠୁ ସହର ସବୁଠି ପିଠା ଆଉ ମିଠାର ମହକରେ ପୁରି ଉଠିଥାଏ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031