Indus Valley Times

ଆଜି ୭୦ବର୍ଷ ପରେ ଭାରତକୁ ଫେରିଲେ ଚିତା, ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦୀ କରିବେ ସ୍ୱାଗତ

 Breaking News

ଆଜି ୭୦ବର୍ଷ ପରେ ଭାରତକୁ ଫେରିଲେ ଚିତା, ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦୀ କରିବେ ସ୍ୱାଗତ

ଆଜି ୭୦ବର୍ଷ ପରେ ଭାରତକୁ ଫେରିଲେ ଚିତା, ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦୀ କରିବେ ସ୍ୱାଗତ
September 17
10:28 2022

ନୂଆଦିଲ୍ଲୀ, ୧୭/୯: ଜନ୍ମଦିନରେ ଦେଶବାସୀଙ୍କୁ ଉପହାର ଦେଲେ ପ୍ରଧାନମନ୍ତ୍ରୀ । ୭୦ବର୍ଷ ପରେ ଭାରତକୁ ୮ ଆଠଟା ଚିତାବାଘ ଉପହାର ଦେଇଛନ୍ତି ନରେନ୍ଦ୍ର ମୋଦି । ମଧ୍ୟପ୍ରଦେଶର କୁନୋ ଅଭୟାରଣ୍ୟରେ ଆଜି ୮ଟି ଚିତାଙ୍କୁ ଛଡ଼ାଯିବ । ସ୍ବତନ୍ତ୍ର ଜମ୍ବୋ ଜେଟ୍ ନାମିବିୟାରୁ ଭାରତ ଅଣାଯାଇଛି ଏହି ୮ ଚିତା ।
ନିଜେ ପ୍ରଧାନମନ୍ତ୍ରୀ ମୋଦି ଚିତାଗୁଡ଼ିକୁ କୁନୋ ଅଭୟାରଣ୍ୟରେ ଛାଡ଼ିବେ । ଯେଉଁମାନଙ୍କୁ ଜନ୍ତାରେ ପୂରାଇ ବିମାନରେ ଅଣାଯାଉଛି । ବିମାନରେ ଅଣାଯାଉଥିବା ଚିତାବାଗ କାଳେ ବାନ୍ତି କରିବେ ସେଥିପାଇଁ ସେମାନଙ୍କୁ ଖାଲି ପେଟରେ ରଖାଯାଇଛି । ଚିତା ବାଘଙ୍କ ସହିତ ଓ୍ବାଇଲଡ୍ ଲାଇଫ୍ ଏକ୍ପପର୍ଟ, ଡାକ୍ତର, ସାଇଣ୍ଟିଷ୍ଟ ମଧ୍ୟ ଆସିଛନ୍ତି । ସକାଳ ସାଢ଼େ ୭ଟା ବେଳେ ଏହା ରାଜସ୍ଥାନରେ ପହଞ୍ଚିଥିଲେ । ସମସ୍ତ ୮ଟି ଚିତାବାଘଙ୍କ ଉପରେ ନଜର ରଖିବାକୁ ସେମାନଙ୍କ ଶରୀରରେ ସାଟେଲାଇଟ୍ ରେଡିଓ କଲାର ଲଗାଯାଇଛି ।
ଚିତାମାନଙ୍କ ମଧ୍ୟରେ ଅଛନ୍ତି ୩ ଟି ଅଣ୍ଡିରା ଓ ୫ ଟି ମାଈ ଚିତା । ଏହି ପ୍ରୋଜେକ୍ଟ ପାଇଁ ଖର୍ଚ୍ଚ ହେଉଛି ୨୨୪ କୋଟି ଟଙ୍କା। ଇରାନକୁ ଛାଡ଼ିଦେଲେ ଏସିଆର କୌଣସି ଦେଶରେ ଚିତା ନାହାନ୍ତି। ଦିନ ଥିଲା ଭାରତରେ ପ୍ରଚୁର ଚିତା ରହୁଥିଲେ । ହେଲେ ଶିକାର ଯୋଗୁଁ କାଳକ୍ରମେ ଏମାନେ ଲୋପ ପାଇଗଲେ । ଦୀର୍ଘ ୭୦ବର୍ଷ ପରେ ପୁଣି ଭାରତରେ ଚିତା ଦେଖିବାକୁ ମିଳିବା

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031