Indus Valley Times

ଆତଙ୍କ ସୃଷ୍ଟି କଲା ନୂଆ ଆତଙ୍କ: ବ୍ରିଟେନ୍‌ରେ ମଙ୍କିପକ୍ସ ଭୂତାଣୁର ଗୋଷ୍ଠୀ ସଂକ୍ରମଣ ଆରମ୍ଭ

 Breaking News

ଆତଙ୍କ ସୃଷ୍ଟି କଲା ନୂଆ ଆତଙ୍କ: ବ୍ରିଟେନ୍‌ରେ ମଙ୍କିପକ୍ସ ଭୂତାଣୁର ଗୋଷ୍ଠୀ ସଂକ୍ରମଣ ଆରମ୍ଭ

ଆତଙ୍କ ସୃଷ୍ଟି କଲା ନୂଆ ଆତଙ୍କ: ବ୍ରିଟେନ୍‌ରେ ମଙ୍କିପକ୍ସ ଭୂତାଣୁର ଗୋଷ୍ଠୀ ସଂକ୍ରମଣ ଆରମ୍ଭ
May 23
09:44 2022

ଲଣ୍ଡନ,୨୩/୫: କରୋନା ମହାମାରୀର ଆତଙ୍କ ସମ୍ପୁର୍ଣ୍ଣ ରୂପେ ଯାଇନଥିବା ବେଳେ ଏବେ ଆଉ ଏକ ନୂଆ ଭୂତାଣୁ ଆତଙ୍କ ସୃଷ୍ଟି କରିଛି । ବ୍ରିଟେନ୍‌ରେ ଏବେ ମଙ୍କିପକ୍ସ ଭୂତାଣୁ ଆତଙ୍କ ସୃଷ୍ଟି କରିଛି । ଏହି ନୂଆ ଭୂତାଣୁ ବ୍ରିଟେନରେ ଗୋଷ୍ଟି ସଂକ୍ରମଣ ଆରମ୍ଭ ହୋଇଛି ।
ମଙ୍କିପକ୍ସ ଭୂତାଣୁ କେବଳ ବ୍ରିଟେନ୍ ନୁହେଁ ସମଗ୍ର ବିଶ୍ୱରେ ଏହା ଆତଙ୍କ ସୃଷ୍ଟି କରିଛି । ୧୨ଟି ରାଷ୍ଟ୍ରରେ ଏହି ଭୂତାଣୁ ପହଞ୍ଚି ସାରିଥିବା ବେଳେ ବ୍ରିଟେନ୍ରେ ଏବେ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି। ବ୍ରିଟେନ୍ ସ୍ବାସ୍ଥ୍ୟ ବିଭାଗ ଏହାକୁ ନେଇ ହାଇଆଲର୍ଟ ଜାରି କରିଛି। ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ମଙ୍କିପକ୍ସ ଭୂତାଣୁର ଦ୍ରୁତ ପ୍ରସାର ହେଉଛି ବୋଲି ବ୍ରିଟେନ୍ର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ସୁସାନ୍ ହାପ୍କିନ୍ସ କହିଛନ୍ତି। ଏହି ଭୂତାଣୁର ସାମାନ୍ୟ ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ର ସହ ଯୋଗାଯୋଗ କରିବା ଜରୁରୀ ବୋଲି ସେ କହିଛନ୍ତି। ବ୍ରିଟେନରେ ପ୍ରଥମେ ଗତ ୭ ତାରିଖ ଦିନ ମଙ୍କିପକ୍ସର ପ୍ରଥମ ମାମଲା ଦେଖିବାକୁ ମିଳିଥିଲା। ସଂକ୍ରମିତ ବ୍ୟକ୍ତି ନାଇଜେରିଆ ଯାତ୍ରାରୁ ଫେରିବା ପରେ ଏହି ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିଲେ। ଏବେ ଏହି ଭୂତାଣୁ ୟୁରୋପ ଏବଂ ଉତ୍ତର ଆମେରିକାରେ ମଧ୍ୟ ବ୍ୟାପିବାରେ ଚାଲିଛି। ବ୍ରିଟେନ୍ରେ ଏବେ ୨୦ରୁ ଅଧିକ ମାମଲା ଚିହ୍ନଟ ହୋଇଥିବାରୁ ଟ୍ରାକିଂ ଉପରେ ସରକାର ସର୍ବାଧିକ ପ୍ରାଥମିକତା ଦେଇଛନ୍ତି।
ମଙ୍କିପକ୍ସ ଚିକେନପକ୍ସ ଭଳି ହେଉଥିଲେ ମଧ୍ୟ ଏଥିରେ ଭିନ୍ନ ଧରଣର ଭାଇରାଲ ସଂକ୍ରମଣ ହୋଇଥାଏ। ଏହି ଭାଇରସ୍ ପ୍ରଥମେ ୧୯୫୮ରେ ଏକ ମାଙ୍ଗଡ଼ଠାରେ ଦେଖିବାକୁ ମିଳିଥିଲା ଏବଂ ୧୯୭୦ରେ ପ୍ରଥମ ଥର ପାଇଁ ମନୁଷ୍ୟ ଶରୀରକୁ ଆସିଲା। ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କୁ ଜ୍ବର ହେବା ସହ ଶରୀରର ବିଭିନ୍ନ ସ୍ଥାନାରେ ଗଣ୍ଠି ଭଳି ଫଳିଯାଏ ଏବଂ ମାଂସପେଶୀରେ ଯନ୍ତ୍ରଣା ହୁଏ। ୨ରୁ ୪ ସପ୍ତାହ ପର‌୍ୟ୍ୟନ୍ତ ଏହି ଭୂତାଣୁର ଲକ୍ଷଣ ଶରୀରରେ ଦେଖିବାକୁ ମିଳିଥାଏ। ଏହି ଭୂତାଣୁଜନିତ ମୃତ୍ୟୁହାର ୩ରୁ ୬ ପ୍ରତିଶତ ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031