Indus Valley Times

ଆତ୍ମସମର୍ପଣ କରିଥିବା ଦୁଇ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ

 Breaking News

ଆତ୍ମସମର୍ପଣ କରିଥିବା ଦୁଇ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ

ଆତ୍ମସମର୍ପଣ କରିଥିବା ଦୁଇ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ
December 04
21:01 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୪/୧୨: ଯେଉଁ ହାତରେ ଦିନେ ବନ୍ଧୁକ ଥିଲା ଆଜି ସେ ହାତରେ ମହେନ୍ଦି ଲାଗିଛି। ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ଦୁଇ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଏହି ଦୁଇ ଝିଅଙ୍କ ବିବାହ କରାଯାଉଛି। ଦୁଇ ଝିଅଙ୍କ ନାମ ହେଲା ସପନିତା ପାଟମାଝି ଓରଫ ନନ୍ଦିନୀ ଏବଂ ଫୁଲବତି ଉଷେଣ୍ଡା ଓରଫ କରୁଣା ସପନିତା। ସପନିତାର ଘର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଗୁଡ୍ରି ଗ୍ରାମରେ।
ସେ ୨୦୧୮ ମସିହାରେ ମାଓବାଦୀ ସଂଘଠନରେ ସାମିଲ ହୋଇଥିଲେ ଏବଂ ୨୦୧୯ ମସିହାରେ କନ୍ଧମାଳ ଏସ. ପି ଙ୍କ ନିକଟରେ ସେ ଆତ୍ମସମର୍ପଣ କରିଥିଲେ। ସେହିଭଳି ଫୁଲବତିଙ୍କ ଘର ଛତିଶଗଡ ରାଜ୍ୟ କଂକେର ଜିଲ୍ଲା ଗୁମୁଡି ଗ୍ରାମରେ। ସେ ୨୦୦୮ମସିହାରେ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲେ ଏବଂ୨୦୨୧ ମସିହାରେ ପୁଲିସ ଡିଜି ଙ୍କ ପାଖରେ ଆତ୍ମ ସମର୍ପଣ କରିଥିଲେ ।
ଆତ୍ମ ସମର୍ପଣ କରିବା ପର ଠାରୁ ଉଭୟ କନ୍ଧମାଳ ଜିଲ୍ଲା ପୁଲିସ ହେପାଜତରେ ରହିଥିଲେ। ରବିବାର ଦିନ ଉଭୟଙ୍କ ବାହାଘର ହେଉଛି। ସପନିତାର ବିବାହ ଦାରିଙ୍ଗବାଡିର ବିନୋଦ ନାମକ ଯୁବକ ସହିତ ହେଉଛି ଏବଂ ଫୁଲବତିର ବିବାହ ଜି. ଉଦୟଗିରିର ସ୍ୱପ୍ନେଶ୍ୱର ନାମକ ଯୁବକ ସହିତ ହେଉଛି। ପୁଲିସ ପ୍ରଶାସନ ପକ୍ଷରୁ ବାହାଘରର ସମସ୍ତ ବ୍ୟବସ୍ଥା ହୋଇଛି।
ଯେଉଁଥିରେ ପୁଲିସ ପ୍ରଶାସନିକ କର୍ମଚାରୀଙ୍କ ସମେତ ବର ଓ କନ୍ୟା ପକ୍ଷ ସାମିଲ ହୋଇଛନ୍ତି। ନନ୍ଦିନୀ କହିଛନ୍ତି, ସେ ଏସ୍ପିଙ୍କ ଝିଅ ହୋଇଯାଇଥିଲେ। ଏବେ ତାଙ୍କୁ ଛାଡ଼ି ଶାଶୁ ଘରକୁ ଯିବାକୁ ପଡ଼ୁଛି। ସେ ବାପା ଭଳି ତାଙ୍କୁ ଭଲ ରାସ୍ତାକୁ ଆଣିଥିଲେ। ଏବେ ବାହା ଦେଉଛନ୍ତି। ଏହାକୁ ନେଇ ସେ ଖୁସୀ। ସେପରି ଫୁଲବତି କହିଛନ୍ତି, ସମସ୍ତ ମାଓବାଦୀମାନେ ଅସ୍ତ୍ର ଛାଡ଼ି ଭଲ ବାଟକୁ ଆସିଯିବା ଉଚିତ୍। ଏହା ଦ୍ୱାରା ସେମାନେ ନିଜର ଓ ସମାଜର ଉନ୍ନତିରେ ସାମିଲ ହୋଇପାରିବେ।
ବାଲିଗୁଡାର ଗୁଳିମରା଼ପଦା ସାହି ଠାରେ ମା ମହାମାୟୀ ଦୁର୍ନୀତି ବିରୋଧି ମଞ୍ଚ ଗଠନ ହେଲା
ବାଲିଗୁଡା,୪/୧୨:କନ୍ଧମାଳ ଜ଼ିଲ୍ଲା ବାଲିଗୁଡ଼ା ରେ ଜୋର ଧରିଛି ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ ଗଠନ, କିଛି ବର୍ଷହେବ ବାଲିଗୁଡା ଟାଉନରେ ଥିବା ତହସିଲ, ଆଇଟିଡ଼ିଏ, ବ୍ଲକ, ଏନଏସି ଭଳି ବିଭିନ୍ନ ସରକାରୀ ତଥା ବେସରକାରୀ ସ୍ତରରେ ଦୁର୍ନୀତି ଅତ୍ୟାଚାର ପ୍ରିୟା ପ୍ରୀତି ତୋଷଣ ଏବଂ ସହର ରେ ଗୁଣ୍ଡାରାଜ ଆତଙ୍କି ବଢ଼ି ଚାଲିଛି ତାକୁ ଅଙ୍କୁଶ ଲଗାଇବା କୁ ବାଲିଗୁଡା ର ସମସ୍ତ ୱାର୍ଡ ର ଲୋକେ ସଂଗଠିତ ହୋଇ ଦୁର୍ନୀତି ଭ୍ରଷ୍ଟାଚାର କୁ ସମୂହ ବିରୋଧ ପାଇଁ ଅଣ୍ଟା ଭିଡୁଛନ୍ତି । ବାଲିଗୁଡା ର ସର୍ବ ପୁରାତନ ସାହି ନୂଆସାହି ର ମା ଦୁର୍ଗା ଆଞ୍ଚଳିକ ଦୁର୍ନୀତି ବିରୋଧୀ ଯୁବମଞ୍ଚ ର ଆଦର୍ଶ ରେ ଅନୁ ପ୍ରାଣିତ ହୋଇ ବାଲିଗୁଡା ମା ମହାମୟୀ ଦୁର୍ନୀତି ବିରୋଧୀ ମଞ୍ଚ ନାମରେ ସଂଗଠନ ଗଠନ ହୋଇଥିବା ସୂଚନା ମିଳିଛି ।
କିଛି ଖଳ ପ୍ରକୃତି ର ଲୋକ ପ୍ରଶାସନ କୁ ହାତ ବାରସୀ କରି ଲୋକଙ୍କୁ ଭୟଭିତ କରାଇ ସରକାରୀ ଅର୍ଥ ଲୁଣ୍ଠନ କରିଚାଲିଛନ୍ତି, ତାକୁ ପ୍ରତିହୃତ କରିବା ଏବଂ ସହର ରେ ଭାଇଚାରା ସୃଷ୍ଟି କରିବା ସହିତ ସମାଜ ମଙ୍ଗଳ କାର୍ଯ୍ୟରେ ସଂଗଠନ ନିଜକୁ ନିୟୋଜିତ କରିବା ସହିତ ଅନ୍ୟାୟ ବିରୋଧ କରିବା ପାଇଁ ଏହାର ମୁଖ୍ୟ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିବ ବୋଲି ସଂଗଠନ ର ଆବାହକ ବିରଞ୍ଚି ଦଳପତି କହିଛନ୍ତି କ୍ଷ ସମସ୍ତ ଜାତି ଧର୍ମ ସମ୍ପ୍ରଦାୟ ଏବଂ ରାଜନୈତିକ ଦଳର ଉର୍ଦ୍ଧ୍ୱ ରେ ରହି ମିଳିତ ଭାବେ ଦୁର୍ନୀତିକୁ ବିରୋଧ କରିବା ପାଇଁ ନବନିର୍ବାଚିତ ପଦାଧିକାରୀ ଏବଂ ସଦସ୍ୟଗଣ ଶପଥପାଠ କରିଥିଲେ ।
ସର୍ବ ସମ୍ମତି କ୍ରମରେ ସଭାପତି ଭାବେ ଜଗନ୍ନାଥ ବାଘ, ଉପ ସଭାପତି ଭାବେ ଭୀମସେନ ବିନ୍ଧାଣୀ, ମାତୃ ମଣ୍ଡଳୀ ଉପ ସଭାପତି ଭାବେ ଟିକିଯାନୀ, ସମ୍ପାଦକ ଭାବେ ଜୁନେସ କହଁର, ସହ ସମ୍ପାଦକ ଭାବେ କୁସୁମୀ ପ୍ରଧାନ, କୋଷାଧକ୍ଷ ଭାବେ ରମେଶ ଚନ୍ଦ୍ର ସାହୁ, ସୋସିଆଲ ମିଡ଼ିଆ ସଂଯୋଜକ ଭାବେ ଆଦିକନ୍ଦ ପଟ୍ଟନାୟକ, ମିଡ଼ିଆ ସଂଯୋଜକ ଭାବେ ଲକ୍ଷ୍ମୀ ନାରାୟଣ ମଳିକ, ଉପଦେଷ୍ଟା ଭାବେ ବିରଞ୍ଚି ଦଳପତି ଏବଂ ସୁବାଷ ପାତ୍ର ଙ୍କୁ ଚୟନ କରାଯାଇଛି ।
ଦୁର୍ନୀତି ବିରୋଧୀ ମଞ୍ଚର ବାଲିଗୁଡା ର ପ୍ରତିଷ୍ଠାତା ସଦସ୍ୟ ତଥା ଗ୍ରାମ୍ୟ କମିଟି ଉପ ସଭାପତି ଶିବରାମ ପ୍ରଧାନୀ ଏବଂ ମା ଦୁର୍ଗା ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ଯୁବ ମଞ୍ଚ ର ସଭାପତି ଜଳେନ୍ଦ୍ର ପାତ୍ର ଯୁଗ୍ମ ସମ୍ପାଦକ ଶୁକଦେବ ନାୟକ, ସହ ସମ୍ପାଦକ ମାନସ ରଞ୍ଜନ ଅମାୟତ, କୋଷାଧକ୍ଷ ରାଜେଶ ବେହେରା, ଦିଲ୍ଲୀପ ପାତ୍ର, ମନୋଜ ପାତ୍ର, ଧର୍ମେନ୍ଦ୍ର ପାତ୍ର ଙ୍କୁ ନବ ଗଠିତ ମା ମହାମାୟୀ ଦୁର୍ନୀତି ବିରୋଧି ମଞ୍ଚ ପକ୍ଷରୁ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ଶେଷରେ ଉପଦେଷ୍ଟା ସୁବାଷ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
କାବାଲି ବ୍ଲକ ସାମ୍ବାଦିକ ସଙ୍ଘ ର ବୈଠକ : ନୂତନ କର୍ମକର୍ତ୍ତା ଚୟନ
ବାଲିଗୁଡା,୪/୧୨:କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ସାମ୍ବାଦିକ ସଙ୍ଘ ର ନୂତନ କର୍ମକର୍ତା ଚୟନ ସହିତ ସାମ୍ବାଦିକ ମାନଙ୍କ ସୁରକ୍ଷିତ ନେଇ କେନ୍ଦୁଗୁଡାରି ନର୍ସରୀ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ଏକ ବୈଠକ । ପ୍ରଥମେ ରାଜ୍ୟର ବରିଷ୍ଠ ସାମ୍ବାଦିକ ବୈଷ୍ଠବ ଜେନା ଙ୍କ ଦେହାନ୍ତ ହୋଇଥିବା ଯୋଗୁଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
ପରେ କନ୍ଧମାଳ ଜ଼ିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ଜ଼ିଲ୍ଲା ସଭାପତି ସନ୍ତୋଷ ଦାସ, ଉପ ସଭାପତି ବୈଦ୍ୟନାଥ ବେହେରା ଓ ସମୀର କୁମାର ସାହୁ ଙ୍କୁ ପୁଷ୍ପ ଗୁଚ୍ଛ ଅର୍ପଣ କରି ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।
ଉକ୍ତ ବୈଠକ ରେ ଅତିଥି ଭାବରେ ଯୋଗଦେଇଥିବା ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଙ୍ଘ କନ୍ଧମାଳ ସଭାପତି ସନ୍ତୋଷ ଦାସଙ୍କ ପରାମର୍ଶ କ୍ରମେ ହେମନ୍ତ ମୁଖି ଙ୍କୁ ସଭାପତି, ସନ୍ତୋଷ ଦଳବେହେରା ଙ୍କୁ ସମ୍ପାଦକ, ସନୁଜ ବେହେରାକୁ ସହ ସମ୍ପାଦକ,ସଂଜୀବ ଡିଗାଲ ଙ୍କୁ କୋଷାଧକ୍ଷ, କୁନା ଡିଗାଲ ଙ୍କୁ ଉପଦେଷ୍ଟା ଏବଂ କ୍ରିଷ୍ଣା ଚନ୍ଦ୍ର ଡିଗଲ ଙ୍କୁ ଉପ ସଭାପତି ଭାବରେ ଚୟନ କରାଯାଇ କାର୍ଯ୍ୟଭାର ନ୍ୟସ୍ତ କରାଯାଇ ଥିଲା ଏବଂ ନିରପେକ୍ଷ ସ୍ୱଛ ଭାବରେ ବାର୍ତ୍ତା ପ୍ରସାରଣ ଉପରେ ଗୁରୁତ୍ୱ ଦେବାଉପରେ ଏକ ଶପଥ ପାଠ ଗ୍ରହଣ କରାଯାଇଥିଲା ।
ତତ ସହିତ ପ୍ରତି ମୁହୁର୍ତରେ ଅହରହ ପ୍ରାଣ ମୁର୍ଚ୍ଛା ଉଦ୍ୟମ କରି ସମାଜକୁ ପରିବର୍ତନ କରି ସମସ୍ୟା ସମାଧାନ ଉପରେ ପଦକ୍ଷେପ ନେଇ ସର୍ବଦା ତତ୍ପର ଥିବା ସାମ୍ବାଦିକ ମାନଙ୍କୁ ଅନେକ ସମୟରେ ଆକ୍ରୋଶ ମୂଳକ ଭାବରେ ଆକ୍ରମଣ କରଯାଉଥିବା ନଜିର ରହିଛି ଏଣୁ ତାଙ୍କର ସୁରକ୍ଷିତ କରିବା ସହିତ ଭତ୍ତା ପ୍ରଦାନ ଦାବି ନେଇ ଆଗାମୀ ଦିନରେ ସରକାର ଙ୍କୁ ଦୃଷ୍ଟି ଆକର୍ଷଣ କରାଯିବାକୁ ବୈଠକ ରେ ନିଷ୍ପତି ନିଆ ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031