Indus Valley Times

ଆତ୍ମହତ୍ୟା ପୂର୍ବରୁ ମେଣ୍ଟାଲି ଡିପ୍ରେସନରେ ଥିଲେ ଅଭିନେତା ରାଇମୋହନ, ଭୁବନେଶ୍ୱର ଡିସିପିଙ୍କ ସୂଚନା

 Breaking News

ଆତ୍ମହତ୍ୟା ପୂର୍ବରୁ ମେଣ୍ଟାଲି ଡିପ୍ରେସନରେ ଥିଲେ ଅଭିନେତା ରାଇମୋହନ, ଭୁବନେଶ୍ୱର ଡିସିପିଙ୍କ ସୂଚନା

June 27
17:43 2022

ଭୁବନେଶ୍ବର ୨୭/୬: ରାଇମୋହନ ପରିଡା ଆତ୍ମହତ୍ୟା ଘଟଣାରେ ପରିବାର, ସାଙ୍ଗସାଥୀଙ୍କୁ ପଚରାଉଚରା କରାଯାଇଛି ।
ରାଉମୋହନଙ୍କ ବ୍ୟବହାର କେମିତି ଥିଲା, ସେ ମାନସିକ ଚାପରେ ଥିଲେ କି ନାହିଁ, ସେନେଇ ତଦନ୍ତ ଚାଲିଛି । କିଛି ସମସ୍ୟା ନେଇ କେବେ କାହା ସହ ଆଲୋଚନା କରିଥିଲେ କି ବୋଲି ମଧ୍ୟ ପଚରାଯାଇଛି ।
ତେବେ ରାଇମୋହନଙ୍କ ମୋବାଇଲ ଫୋନ୍ ଜବତ କରାଯାଇଛି । ମୋବାଇଲ ଫୋନରୁ କିଛି ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।
ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930