Indus Valley Times

ଆଦିବାସୀଙ୍କ ଜମିକୁ ହଡ଼ପ କରିପାରିବେ ନାହିଁ ଧନୀ ଶ୍ରେଣୀ ଲୋକ

 Breaking News

ଆଦିବାସୀଙ୍କ ଜମିକୁ ହଡ଼ପ କରିପାରିବେ ନାହିଁ ଧନୀ ଶ୍ରେଣୀ ଲୋକ

ଆଦିବାସୀଙ୍କ ଜମିକୁ ହଡ଼ପ କରିପାରିବେ ନାହିଁ ଧନୀ ଶ୍ରେଣୀ ଲୋକ
May 22
18:03 2025

ଭୁବନେଶ୍ୱର,୨୨/୫: ଏଣିକି ସରକାର ଆଦିବାସୀ(SC/ST)ଙ୍କ ଜମି କିଣିବେ। ଧନୀ ଲୋକ ଚାପ ପକାଇ ଜାତି ଓ ଜନଜାତିଙ୍କ ସମ୍ପତ୍ତି ହଡ଼ପ କରିପାରିବେ ନାହିଁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏନେଇ ରାଜ୍ୟ ସରକାର ଖୁବ୍‌ଶୀଘ୍ର କର୍ପସ ଫଣ୍ଡ୍ ଗଠନ କରିବେ। ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉକ୍ତ କମିଟି ଗଠନ ହେବ।
ଏହି କମିଟିରେ SC/ST ବିଭାଗ ସଚିବ, ନିର୍ଦ୍ଦେଶକ, ବିଶେଷଜ୍ଞ ରହିବେ। SC/ST ବିଭାଗ ଗୃହ କମିଟି, ବିଧାୟକଙ୍କ ପରାମର୍ଶ ନିଆଯିବ। ସମସ୍ତଙ୍କ ପରାମର୍ଶ ନେଇ କମିଟି ରିପୋର୍ଟ ଦେବା ପରେ ନିଷ୍ପତ୍ତି ହେବ। ଝିଅ ବାହାଘର, ଚିକିତ୍ସା, ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଜମି ବିକ୍ରି କରିବାକୁ ଚାହୁଁଥିଲେ, ସରକାର ଏହି ଜମିକୁ କିଣିବେ। ୨ରୁ ୩ ବର୍ଷ ସରକାର ଏହାକୁ ସୁରକ୍ଷିତ ରଖିବେ, ଜମି ମାଲିକ ଚାହିଁଲେ ଏହାକୁ ପୁଣି ନେଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031