Indus Valley Times

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ମୂଲ୍ୟାୟନ କେନ୍ଦ୍ର ଖୋଲିଲା

 Breaking News

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ମୂଲ୍ୟାୟନ କେନ୍ଦ୍ର ଖୋଲିଲା

January 30
19:40 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୩୦/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ ଠାରୁ ନୂତନ ଭାବେ +୨ ମୂଲ୍ୟାୟନ କେନ୍ଦ୍ର ରାଜ୍ୟ ସରକାର ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଖୋଲା ଯାଇଛି।
କନ୍ଧମାଳ ଜିଲ୍ଲାରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫୁଲବାଣୀରେ ଏକମାତ୍ର ମୂଲ୍ୟାୟନ କେନ୍ଦ୍ର ରହିଥିଲା, ଯାହାକି ବାଲିଗୁଡ଼ାରୁ ଫୁଲବାଣୀର ଦୂରତା ୮୨ କି.ମି. ପୁଣି ଘାଟୀ ରାସ୍ତା।
ଏ ସବୁକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ନିଷ୍ପତି ନିଆଯାଇ ଖୋଲାଯାଇଛି କ୍ଷ ସୂଚନା ଯୋଗ୍ୟ ଯେ, ୧୯୭୯ ମସିହାରେ ପ୍ରତିଷ୍ଠିତ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୧୯୮୩ ମସିହାରୁ +୨ କଳା, ବାଣିଜ୍ୟ ଶ୍ରେଣୀ ଖୋଲିଥିବା ବେଳେ ୧୯୮୮ ମସିହାରୁ ବିଜ୍ଞାନ ଶ୍ରେଣୀ ଖୋଲିଛି।
ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସ୍ବଚ୍ଛ ଭାରତ ଅଭିଯାନ
ବାଲିଗୁଡା, ୩୦/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମନଖୋଲ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦେବୀ ପ୍ରସାଦ ଦାସ ଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସଫା ସୁତରା କରିବା ସହ ସୁସ୍ଥ ପରିବେଶ ସଭିଙ୍କର ଦାୟିତ୍ବ’, \’ ସୁସ୍ଥ ପରିବେଶ ସୁସ୍ଥ ସମାଜ ଗଠନ କରିବା ଭଳି ବିଭିନ୍ନ ସ୍ଲୋଗାନ ମାନ ଦେଇ ଏକ ଶୋଭାଯାତ୍ରା କରି ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ।
ଉକ୍ତ ସମସ୍ତ କାର‌୍ୟ୍ୟକ୍ରମରେ ଡା.ଦେବୀ ପ୍ରସାଦ ଦାସ , ଡା.ସାଇ ପ୍ରସାଦ ମିଶ୍ର ପ୍ରୋଜେକଟ କୋଡିନେଟର ଜୟ ଶଙ୍କର ନାୟକ ଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଏହିଭଳି ଜନହିତକର କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା ମିଳିଥିଲା ।
ନବ ନିର୍ମିତ ଶ୍ରୀଗୁଣ୍ଡିଚା ମନ୍ଦିର ରତ୍ନ ମୁଦ୍ରଣ ନିମନ୍ତେ କଳସ ଯାତ୍ରା
ବାଲିଗୁଡ଼ା, ୩୦/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ହାଇସ୍କୁଲ ନିକଟରେ ନବ ନିର୍ମିତ ଗୁଣ୍ଡିଚା ମନ୍ଦିରର ରତ୍ନ ମୁଦ୍ରଣ କାର୍ଯ୍ୟକ୍ରମ ନିମନ୍ତେ କଳସ ଯାତ୍ରା ବିଧି ପୂର୍ବକ ଅନୁଷ୍ଠିତ ହୋଇ ଯାଇଛି।
ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ଶତାଧିକ ମହିଳା, ମନ୍ଦିର କର୍ମକର୍ତ୍ତା ଓ ଅଞ୍ଚଳ ବାସୀ ଭକ୍ତମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ନଦୀରେ ପୂଜା ଅର୍ଚ୍ଚନା କରି ଗଙ୍ଗା ଆବାହନ ପରେ ରାମେଶ୍ବର ମନ୍ଦିର, ପାଟ୍ଟଖଣ୍ଡା ମନ୍ଦିରରୁ ଆଜ୍ଞାମାଳ ନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଥିଲେ।
ଏହି କାର୍ଯ୍ୟକ୍ରମରେ ପୂଜକ ଭାବେ ସ୍ଵର୍ଣ୍ଣ ପଦକ ପ୍ରାପ୍ତ ତଥା ଯଜ୍ଞ ସମ୍ରାଟ ନୀଳମାଧବ ତ୍ରିପାଠୀ, ପୁରୋହିତ ସୁମନ ପଣ୍ଡା,ପ୍ରତାପ ଦାସ,ପବିତ୍ର ଦାସ, ରବିନ୍ଦ୍ର ନାଥ ଶତପଥୀ, ଉମାକାନ୍ତ ଦାସ, ଶ୍ରୀଧର ତ୍ରିପାଠୀ,କମଳ ଲୋଚନ ଦାସ ପ୍ରମୁଖ ଯୋଗ ଦେଇ ପୂଜା କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ। ଏହା ସହ କଞ୍ଜାମେଣ୍ଡି, ଇଶ୍ଵର ପଲ୍ଲୀ, ଡାମେରିକିଆ,ସିର୍ତ୍ତିଗୁଡା,କୁଡୁତୁଲି,ଗହିଙ୍ଗିଆ, ନେଡ଼ିଗୁଡ଼ା, ପୁରୁଣା ନୂଆଗାଁ,ଗୁରୁମାହା ଅଞ୍ଚଳର ସଂକୀର୍ତ୍ତନ ମଣ୍ଡଳୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଜଗନ୍ନାଥ ପଞ୍ଚ ରାତ୍ର ପାରାୟଣ ପ୍ରବଚନ ହେଉଛି।
ଉକ୍ତ କାର୍ଯ୍ୟକ୍ରମକୁ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ତଥା କର୍ତ୍ତା କୃଷ୍ଣ ମୋହନ ପାଣିଗ୍ରାହୀ, ସମ୍ପାଦକ ଧବଳେଶ୍ୱର ପାତ୍ର, ଉପ ସଭାପତି ପଣ୍ଡିତ କୁମାର ବିଶିମାଝୀ, ଗୁରୁରାମ ପାତ୍ର, ସୁବାଷ ଚନ୍ଦ୍ର ମହାରଣା,ପ୍ରଭାତ କୁମାର ପାଣିଗ୍ରାହୀ, ହୃଷୀକେଶ ପାଢ଼ୀ, ରଞ୍ଜିତ କୁମାର ପଣ୍ଡା, ଫକିର ମୋହନ ଦାସ, ବିଜୟ କୁମାର ସାହୁ, ମନୋଜ କୁମାର ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା, ବଣିକ ସଂଘ, ବଜରଙ୍ଗୀ ଯୁବକ ସଂଘ,ମିଶନ ଶକ୍ତି ମହିଳା ଓ ଗ୍ରାମବାସୀ ମାନେ ପରିଚାଳନାରେ ସହଯୋଗ କରୁଛନ୍ତି ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031