Indus Valley Times

ଆଦିବାସୀ କଲ୍ୟାଣ ଯୋଜନା ପଦକ୍ଷେପଗୁଡ଼ିକର ଅଗ୍ରଗତି ସମୀକ୍ଷା କଲେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଉପସଚିବ ଶ୍ରୀ ସତୀଶ କୁମାର ସିଂହ

 Breaking News

ଆଦିବାସୀ କଲ୍ୟାଣ ଯୋଜନା ପଦକ୍ଷେପଗୁଡ଼ିକର ଅଗ୍ରଗତି ସମୀକ୍ଷା କଲେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଉପସଚିବ ଶ୍ରୀ ସତୀଶ କୁମାର ସିଂହ

ଆଦିବାସୀ କଲ୍ୟାଣ ଯୋଜନା ପଦକ୍ଷେପଗୁଡ଼ିକର ଅଗ୍ରଗତି ସମୀକ୍ଷା କଲେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଉପସଚିବ ଶ୍ରୀ ସତୀଶ କୁମାର ସିଂହ
June 23
10:53 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୩/୬: ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଉପସଚିବ ଶ୍ରୀ ସତୀଶ କୁମାର ସିଂହ, ୨୧ ଜୁନ୍ ୨୦୨୫ ରେ ବୌଦ୍ଧ ଜିଲ୍ଲାକୁ ସରକାରୀ ଗସ୍ତରେ ଯାଇ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଦିବାସୀ କଲ୍ୟାଣ (DA-JGUA) ଯୋଜନା ପଦକ୍ଷେପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଥିଲେ ଓ ଆମ୍ବାଗାଁ, ଉମା, ଖୁଣ୍ଟିଗୋରା ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଥିଲେ ଏବଂ ଗୋଛାଗୋରା ଗ୍ରାମ ମଧ୍ୟ ପରିଦର୍ଶନ କରିଥିଲେ, ଯାହାକୁ ଧରତି ଆବା ଜନଜାତୀୟ ଗ୍ରାମୀଣ ଉଦ୍ୟୋଗ ଅଭିଯାନ (DA-JGUA) ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି।
ସେଠାରେ ସ୍ଥାନୀୟ ଆଦିବାସୀ ସହିତ ଆଲୋଚନା କରିଥିଲେ, ସେମାନଙ୍କର ଆବଶ୍ୟକତା ଏବଂ ବିଭିନ୍ନ ଉନ୍ନତି ମୁଳକ ବିଷୟରେ ପ୍ରତ୍ୟକ୍ଷ ଦୃଷ୍ଟିକୋଣ ହାସଲ କରିଥିଲେ।
ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ପ୍ରଦର୍ଶନ କରି, ଉପସଚିବ, ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ସମ୍ପ୍ରଦାୟ ପ୍ରତିନିଧିଙ୍କ ଉପସ୍ଥିତିରେ ଉକ୍ତ ଗ୍ରାମ ପଞ୍ଚାୟତର ମୁଖ୍ୟାଳୟରେ ଯୋଗ୍ୟ ହିତାଧିକାରୀଙ୍କୁ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଅଧିକାର ରେକର୍ଡ (RoR) ବଣ୍ଟନ କରିଥିଲେ।
ବିଭିନ୍ନ ବିଭାଗ ଏହି ପ୍ରସାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ସ୍ୱାସ୍ଥ୍ୟ ବିଭାଗର; ସିକଲ ସେଲ୍ ରୋଗ ସମ୍ପର୍କରେ ସଚେତନତା, ପଞ୍ଚାୟତିରାଜ ବିଭାଗ; PMAY କାର୍ଯ୍ୟାଦେଶ ବଣ୍ଟନ, ଗ୍ରାମୀଣ ବିକାଶ ବିଭାଗ; MGNREGAଜବ୍ କାର୍ଡ ପ୍ରଦାନ, ଆଧାର ସଂଶୋଧନ ଓ ନୂତନ ପେନସନ୍ ମଞ୍ଜୁରୀ ନିର୍ଦ୍ଦେଶ ବଣ୍ଟନ ଅନ୍ତର୍ଭୁକ୍ତ ଥିଲା ।
ବିକାଶ ବାହନ ର ଉପସ୍ଥିତିରେ ଶିବିରଗୁଡ଼ିକ ସଚେତନତା ଏବଂ ସେବା ପ୍ରଦାନ ଭାବରେ କାର୍ଯ୍ୟ କରିଥିଲା, ଯାହା ସରକାରୀ ଯୋଜନା ଏବଂ ସେବା ବିଷୟରେ ସୂଚନା ପ୍ରସାର କରିବାରେ ସାହାଯ୍ୟ କରୁଥିଲା ଏହା ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଅନ୍ତର୍ଭୁକ୍ତିମୂଳକ ବିକାଶ, ତୃଣମୂଳ ସ୍ତରର ସଶକ୍ତିକରଣ ଏବଂ ଦେଶର ଦୁର୍ଗମ ଏବଂ ଅନୁନ୍ନତ ଅଞ୍ଚଳରେ ଆଦିବାସୀ କଲ୍ୟାଣ ଯୋଜନାର ପ୍ରଭାବଶାଳୀ କାର୍ଯ୍ୟ ଉପରେ ପର୍ଯ୍ୟବେସିତ ଥିଲା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031