Indus Valley Times

ଆଦିବାସୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଦିବସ ପାଠଚକ୍ର

 Breaking News

ଆଦିବାସୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଦିବସ ପାଠଚକ୍ର

ଆଦିବାସୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଦିବସ ପାଠଚକ୍ର
March 12
09:51 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୧୨/୩: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଆଜି ଓଡ଼ିଆ ଭାଷାର ଶାସ୍ତ୍ରୀୟ ଦିବସ ଉପଲକ୍ଷେ ଏକ ପାଠଚକ୍ର ଆୟୋଜିତ ହୋଇଯାଇଛି। ଉକ୍ତ ପାଠଚକ୍ର ରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ସଭାପତି ଅଭିଭାଷଣ ପ୍ରଦାନ କରିଥିଲେ।
ଏଥିରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଅଧ୍ୟକ୍ଷ ନୀଳାଚଳ ମହାରଣା ଉଦବୋଧନ ଛଳରେ ଓଡ଼ିଆ ଭାଷା ଓ ସାହିତ୍ୟର ମର୍ଯ୍ୟା ଦା ଅକ୍ଷୁର୍ଣ୍ଣ ରଖିବା ସମସ୍ତଙ୍କ ଦାୟିତ୍ଵ ବୋଲି କହିଥିଲେ। ସମ୍ବଳ ବ୍ୟକ୍ତିତ୍ଵଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼.ମଧୁସୂଦନ ମହାପାତ୍ର ଓଡ଼ିଆ ଭାଷାର ମାଧୁର୍ଯ୍ୟକୁ ବଖାଣି ଥିଲେ।
ଜଗନ୍ନାଥ ଦାସଙ୍କ ଭାଗବତ ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଆଦିର ମହିମା ବର୍ଣ୍ଣନା କରିଥିଲେ। ଆନ୍ତରୀଣ ଗୁଣବତ୍ତା କକ୍ଷ ସଂଯୋଜକ ସରୋଜକୁମାର ପାଠୀ, ରସାୟନ ବିଜ୍ଞାନ ବିଭାଗର ପ୍ର୍ରାଧ୍ୟାପକ ଲଲାଟେନ୍ଦୁ ଦଳପତି, ବିଭାଗୀୟ ଅଧ୍ୟାପକ ରୂପେଶ କୁମାର ତ୍ରିପାଠୀ, ଅଧ୍ୟାପିକା ସୁଲୋଚନା କହଁର ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ସହ ଆମେ କିଭଳି ଯୋଡ଼ି ହୋଇ ରହିଛେ ତାହାର ପ୍ରାଞ୍ଜଳ ବ୍ୟାଖ୍ୟା କରିଥିଲେ। ଛାତ୍ରଛାତ୍ରୀ ମାନେ ସମ୍ମାନ ଶ୍ରେଣୀର ହେତୁ ନିଜର ସନ୍ଦେହ ମୋଚନ କରିଥିଲେ। ଶେଷରେ ଟିକେରାମ ବିବର ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031