Indus Valley Times

ଆଦିବାସୀ ମହାବିଦ୍ୟାଳୟରେ ତ୍ରି ଦିବସୀୟ ସଙ୍କୁଳସ୍ତରୀୟ ସେବା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ

 Breaking News

ଆଦିବାସୀ ମହାବିଦ୍ୟାଳୟରେ ତ୍ରି ଦିବସୀୟ ସଙ୍କୁଳସ୍ତରୀୟ ସେବା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ

October 28
20:17 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୮/ ୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ତ୍ରି ଦିବସୀୟ ସଙ୍କୁଳସ୍ତରୀୟ ସେବା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ପୂଜାରୀ, ମୁଖ୍ୟ ବକ୍ତା ଭାବେ ମାଲକାନଗିରି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ.ମଧୁସୂଦନ ମହାପାତ୍ର, ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ, କାଉନସେଲର ଅଧ୍ୟାପକ ଦଣ୍ଡପାଣି ଭୂୟାଁ ନିଜର ଅନୁଭୂତି ବଖାଣି ଥିଲେ।
ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ସଭାପତି ଅଭିଭାଷଣ ପ୍ରଦାନ କରିଥିଲେ।ଉଦଯାପନୀ ଉତ୍ସବ ରେ ସଙ୍ଗୀତ ଓ କ୍ଵିଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ସମ୍ବଳ ବ୍ୟକ୍ତିତ୍ଵ ଭାବେ ବାଲିଗୁଡ଼ା ବନାଞ୍ଚଳ ଅଧିକାରୀ ଉଦିତ୍ କୁମାର ପ୍ରଧାନ, ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ପ୍ରମୁଖ ଉଦବୋଧନ ରଖିଥିଲେ।
ଏଥିରେ ୩୦ ଜଣ ଶିବିରାର୍ଥୀ ସାରଙ୍ଗଡ, ତୁମୁଡ଼ିବନ୍ଧ, ରାଇକିଆ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ କାଉନସିଲରଙ୍କ ସହ ଏଥିରେ ଯୋଗ ଦେଇଥିଲେ । ବିଜୟୀ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ରେଡକ୍ରସ୍ ପତାକା ଅବତରଣ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031