Indus Valley Times

ଆଦିବାସୀ ମହାବିଦ୍ୟାଳୟର ୪୮ତମ ସ୍ୱନକ୍ଷତ୍ର ଉତ୍ସବ

 Breaking News

ଆଦିବାସୀ ମହାବିଦ୍ୟାଳୟର ୪୮ତମ ସ୍ୱନକ୍ଷତ୍ର ଉତ୍ସବ

ଆଦିବାସୀ ମହାବିଦ୍ୟାଳୟର ୪୮ତମ ସ୍ୱନକ୍ଷତ୍ର ଉତ୍ସବ
August 30
23:09 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୩୦/୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ୪୮ତମ ସ୍ୱନକ୍ଷତ୍ର ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଅଧ୍ୟକ୍ଷ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ୍ ଭୋସଲେ ଯୋଗଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସୁନ୍ଦର ମୂର୍ତ୍ତି ବନିବା ସକାଶେ ଅଧ୍ୟବସାୟ ନିତାନ୍ତ ଜରୁରୀ ବୋଲି କହି ଶୃଙ୍ଖଳିତ ଜୀବନ ରେ ଅପରିହାର‌୍ୟ୍ୟ ସମ୍ପର୍କରେ ବୁଝାଇଥିଲେ ।
ମୁଖ୍ୟବକ୍ତା ଭାବେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ନିଜର ଯୌବନ କାଳର ମହନୀୟତା ବଖାଣି ଥିଲେ ।
ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବାଣିଜ୍ୟ ପ୍ରାଧ୍ୟାପକ ସୁରେଶ କୁମାର ଦାସ ଅତୀତର ଗାଥା କ\’ଣ ରହିଥିଲା କହିଥିଲେ ।
ଏଥିରେ ମହାବିଦ୍ୟାଳୟ ର ପୁରାତନ ଛାତ୍ର ମାନେ ଉପସ୍ଥିତ ରହି ୩୦ ଅଗଷ୍ଟ ଆଜିର ଦିନରେ ପ୍ରତିଷ୍ଠିତ ଆଦିବାସୀ ମହାବିଦ୍ୟାଳୟର ୪୮ତମ ସ୍ୱନକ୍ଷତ୍ର ଦିବସ ପାଳନ କରୁଛି, ଆଗାମୀ ୨୦୨୮ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉପଲକ୍ଷେ ସଂକଳ୍ପ ଫର୍ଦ ଆଜିଠୁଁ ହିଁ ପ୍ରସ୍ତୁତ କରିବା ଜରୁରୀ ବୋଲି ଘୋଷଣା କରିଥିଲେ ।
ଅଧ୍ୟାପକ ଡ.ସୁଶାନ୍ତ କୁମାର ଦାସ ମହାବିଦ୍ୟାଳୟ ପ୍ରସଙ୍ଗରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ । ତେଜେଶ୍ୱର ନାୟକ ସ୍ୱାଗତ ସମ୍ଭାଷଣ କରିଥିବା ବେଳେ ଉପଦେଷ୍ଟା ନୀଳାଚଳ ମହାରଣା ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ଅରୁନ୍ଧତୀ ପ୍ରଧାନଙ୍କ ନିର୍ଦେଶନାରେ ମହାବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ।
ପ୍ରବନ୍ଧ ପ୍ରତିଯୋଗିତା ଓ ଷ୍ଟାଟ୍ଅପ୍ ଇନୋଭେସନ୍ ପ୍ରତିଯୋଗିତା ର ବିଜୟୀ ଓ ଅଂଶ ଗ୍ରହଣକାରୀ ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ଅଧ୍ୟାପକ ହିମାଂଶୁ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031