Indus Valley Times

ଆନ୍ଦୋଳନକାରୀ ଓକିଲ ଓ ପୋଲିସ୍ ମୁହାଁମୁହିଁ : ପୋଲିସ ଡିଜି ଏବଂ ସମ୍ବଲପୁର ଆଇଜିଙ୍କ ଉପରେ କ୍ଷୁବ୍ଧ ସର୍ବୋଚ୍ଚ ନ୍ୟାୟାଳୟ

 Breaking News

ଆନ୍ଦୋଳନକାରୀ ଓକିଲ ଓ ପୋଲିସ୍ ମୁହାଁମୁହିଁ : ପୋଲିସ ଡିଜି ଏବଂ ସମ୍ବଲପୁର ଆଇଜିଙ୍କ ଉପରେ କ୍ଷୁବ୍ଧ ସର୍ବୋଚ୍ଚ ନ୍ୟାୟାଳୟ

ଆନ୍ଦୋଳନକାରୀ ଓକିଲ ଓ ପୋଲିସ୍ ମୁହାଁମୁହିଁ : ପୋଲିସ ଡିଜି ଏବଂ ସମ୍ବଲପୁର ଆଇଜିଙ୍କ ଉପରେ କ୍ଷୁବ୍ଧ ସର୍ବୋଚ୍ଚ ନ୍ୟାୟାଳୟ
December 12
19:48 2022

ସମ୍ବଲପୁର, ୧୨/୧୨: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଜି ‘ସତ୍ୟାଗ୍ରହ’ ପାଳନ ବେଳେ ହୋଇଥିଲା ତୁମୁଳ କାଣ୍ଡ ।
ଆନ୍ଦୋଳନକାରୀ ଓକିଲମାନେ ସଂଘବଦ୍ଧ ହୋଇ ବ୍ୟାରିକେଡ୍ ଭାଙ୍ଗି କୋର୍ଟ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ୍ ସେମାନଙ୍କୁ ସେଥିରୁ ନିବୃତ୍ତ କରାଇବାର ଉଦ୍ୟମ କରିଥିଲା।ଏହାଫଳରେ ଆନ୍ଦୋଳନକାରୀ ଓ ପୁଲିସ୍ ମୁହାଁମୁହିଁ ହୋଇଥିଲେ। ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତଥାପି ଆନ୍ଦୋଳନକାରୀମାନେ କୋର୍ଟ ଭିତରକୁ ପ୍ରବେଶ କରିଥିଲେ ଓ ବିଚାରପତିଙ୍କୁ କୋର୍ଟ କାର‌୍ୟ୍ୟ କରିବାକୁ ବାରଣ କରିଥିଲେ। ଖାଲି ସେତିକି ନୁହେଁ, ଆନ୍ଦୋଳନକାରୀମାନେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ କୁଶପୁତ୍ତଳିକା ଦାହ କରିଥିଲେ।
ସେପଟେ ଓକିଲ ଆନ୍ଦୋଳନକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ସୁପ୍ରିମ୍ କୋର୍ଟ । ପୋଲିସ ଡିଜି ଏବଂ ସମ୍ବଲପୁର ଆଇଜିଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଓକିଲ ଆନ୍ଦୋଳନ ପ୍ରତିହତ କରିବାରେ ପୋଲିସ ବିଫଳ ହୋଇଥିବାରୁ ଉଭୟ ଡିଜି ଏବଂ ଆଇଜିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାକୁ ନେଇ ଉଭୟଙ୍କୁ ବୁଧବାର ଦିନ ଭିସିରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଏତିକି ନୁହେଁ କୋର୍ଟ କହିଛନ୍ତି, ଓଡ଼ିଶା ପୋଲିସ ଯଦି ନପାରୁଛି, ଆମକୁ ଜଣାନ୍ତୁ । ଏଥିପାଇଁ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ ବୋଲି କହିଛନ୍ତି କୋର୍ଟ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031