Indus Valley Times

ଆନ୍ଦୋଳନକାରୀ ଛାତ୍ର ଓ ଛାତ୍ରୀଙ୍କ ଉପରେ ଦମନଲୀଳା ଓ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ଗରିଫଦାର ପ୍ରତିବାଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ

 Breaking News

ଆନ୍ଦୋଳନକାରୀ ଛାତ୍ର ଓ ଛାତ୍ରୀଙ୍କ ଉପରେ ଦମନଲୀଳା ଓ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ଗରିଫଦାର ପ୍ରତିବାଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ

ଆନ୍ଦୋଳନକାରୀ ଛାତ୍ର ଓ ଛାତ୍ରୀଙ୍କ ଉପରେ ଦମନଲୀଳା ଓ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ଗରିଫଦାର ପ୍ରତିବାଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ
July 24
12:02 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୪/୭ : ଶିକ୍ଷା ବ୍ୟବସ୍ଥାର ସଂସ୍କାର ଓ ପ୍ରଶ୍ନପତ୍ର ଲିକ ଘଟଣାରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବର୍ବରୋଚିତ ଲାଠିଚାର୍ଜ ଓ ରାହୁଲ ଗାନ୍ଧୀଙ୍କ ପ୍ରତି ପୋଲିସର ଦୁର୍ବ୍ୟବହାର ପ୍ରତିବାଦରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ ।
ଗତ ୨୦ ତାରିଖ ଦିନ ଦିଲ୍ଲୀର ଜନ୍ତରମନ୍ତର ଠାରେ ଭାରତ ବର୍ଷର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ଯେଉଁଭଳି ଭାବରେ ମେଡିକାଲ ପ୍ରଶ୍ନପତ୍ରର ଲିକ ହେଲା ଏବଂ ଏହି ୧୨ ବର୍ଷ ମଧ୍ୟରେ ସମସ୍ତ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ ଦୀର୍ଘ ୨୦ ଦିନ ଧରି ଅନଶନ ସହ ଆନ୍ଦୋଳନ ଜାରି ରଖିଥିଲେ ଏବଂ ଗତ ୨୦ ତାରିଖ ଦିନ ପାର୍ଲ୍ୟାମେଂଟ ଚାଲୋ ଡାକରାରେ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ଯାତ୍ରା ଆରମ୍ଭ କରୁଥିବା ବେଳେ ଦିଲ୍ଲୀ ପୋଲିସ ଅତ୍ୟନ୍ତ ଅମାନୁଷିକ ବର୍ବରୋଚିତ ଲାଠି ଚାର୍ଜ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ, ଜନ୍ତ୍ରଣାଦାୟକ ଓ ହୃଦୟବିଦାରକ ।
ଛୋଟ ଛୋଟ ଝିଅ ମାନଙ୍କ ଡ୍ରେସକୁ ଚିରି ପକାଇବା ସହିତ ସେମାନଙ୍କୁ ଗୋଡ଼େଇ ଗୋଡ଼େି ପିଟିବା ଅତ୍ୟନ୍ତ ହୃଦୟ ବିଦାରକ । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଉଭୟ ନିଜେ ସଂସଦରେ ଥାଇ ଏଭଳି ଘଟଣା କାହା ଇଂଗିତରେ ଘଟିଲା । ପ୍ରଜାତନ୍ତ୍ରରେ ମନ୍ତ୍ରୀ ଉତ୍ତରଦାୟୀ ହେବା କଥା ।
କିନ୍ତୁ ମୋଦି ସରକାରରରେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ବିଭାଗର ଦୁର୍ନୀତି ଓ ଅପାରଗତାକୁ ନେଇ ନିଜେ ଉତ୍ତରଦାୟୀ ହେଉନାହାନ୍ତି । ତାଙ୍କର ଅପାରଗତା ଯୋଗୁଁ ୨୨ ଜଣ ନିରୀହ ଛାତ୍ରଛାତ୍ରୀ ଜୀବନ ହାରିଲେ ।
ବିରୋଧି ଦଳର ନେତା ଶ୍ରୀ ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଂସଦମାନେ ଏହି ଘଟଣାକୁ ନେଇ ସଂସଦରେ ଆଲୋଚନା ପାଇଁ ବାଚସ୍ପତିଙ୍କ ନିକଟରେ ଦାବି ରଖିଲେ କିନ୍ତୁ ବାଚସ୍ପତି ନାଚାର ହୋଇ ଏହି ଆଲୋଚନାର ଦାବିକୁ ଗ୍ରହଣ କଲେ ନାହିଁ । ଫଳସ୍ୱରୂପ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କ ବାସସ୍ଥାନ ସମ୍ମୁଖରେ ଧାରଣା ଦେଲେ ।
ଦିଲ୍ଲୀ ପୋଲିସ ସମସ୍ତ ହିତାହିତ ଜ୍ଞାନକୁ ଭୁଲିଯାଇ ଯେଉଁଭଳି ଭାବରେ ତାଙ୍କୁ ଟେକି ନିଆଗଲା ତାଙ୍କ ପ୍ରତି ଯେଉଁ କ୍ରୁରତା ପ୍ରଦର୍ଶନ କଲେ ତାହା ପୂର୍ବରୁ କେବେ ଘଟିନଥିଲା । ସାଂସଦ ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସ ଦଳର ଅନ୍ୟ ସାଂସଦଙ୍କୁ ମଧ୍ୟ ଅତ୍ୟନ୍ତ ଅଶୌଜନ ବ୍ୟବହାର କରିବା ସହିତ ତାଙ୍କୁ ଜେଲ ନିଆଗଲା ।
ଆଜି ଏହାର ପ୍ରତିବାଦ କରି ଖୋର୍ଦ୍ଧା ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ରାଜୀବ ପଟ୍ଟନାୟକ ଙ୍କ ଆହ୍ୱାନରେ କଂଗ୍ରେସ ନେତୃବୃନ୍ଦ ମାନେ ଖୋର୍ଦ୍ଧା ବ୍ୟାଙ୍କ ଛକ ନିକଟରେ ପ୍ରତିବାଦ କରିବା ସହ ନାରାବାଜି କରିଥିଲେ।
କଂଗ୍ରେସ ନେତୃବର୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶପୁତଳିକା ଦାହ କଲେ ।
ମୋଦି ସରକାର ଛାତ୍ର ବିରୋଧି ସରକାରର ନାରା ଦେବା ସହିତ ତାନାସାଇ ସରକାରର ସମୟ ସରିଆସିଲାଣି ବୋଲି ନାରାବାଜି କରିବା ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କର ଇସ୍ତଫା ଦାବି କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀନୀ ସୋନାଲି ସାହୁ, ବରିଷ୍ଟ କଂଗ୍ରେସ ନେତ୍ରୀ ସ୍ୱାଗତିକା ପଟ୍ଟନାୟକ,ସଦାଶିବ ମିଶ୍ର, ବରିଷ୍ଟ ଆଇନଜୀବୀ ଶିଶିର ପରିଡ଼ା,ଖୋର୍ଦ୍ଧା ନଗର କଂଗ୍ରେସ ସଭାପତି ରଞ୍ଜିତ ମହାପାତ୍ର,ଅଶୋକ ମଙ୍ଗରାଜ,ଜିଲ୍ଲା ଉପସଭାପତି ପ୍ରଦୋଷ ହରିଚନ୍ଦନ ଓ ପ୍ରମୋଦ ସ୍ୱାଇଁ ,ଜିଲ୍ଲା ସାଧାରଣ ସମ୍ପାଦକ ସୌମ୍ୟ ପଟ୍ଟନାୟକ,ଖୋର୍ଦ୍ଧା ବ୍ଲକ ସଭାପତି ତାପସ ମିଶ୍ର,ବେଗୁନିଆ ବ୍ଲକ ସଭାପତି ମହମ୍ମଦ ମୋହିଉଦିନ,ବାଲିପାଟଣା ବ୍ଲକ ସଭାପତି ସାଇଲେନ୍ଦୁ ଦାସ,ଜଟଣୀ ବ୍ଲକ ସଭାପତି ଶୁଭ୍ରାଂଶୁ ଶେଖର ପଟ୍ଟନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ଇନ ଖାନ୍,୨ନମ୍ବର ଜୋନ ସଭାପତି ଜିତେନ୍ଦ୍ର ଚମ୍ପତ୍ତି, କଲେଣ୍ଡି ମହାପାତ୍ର,ଅଭୟ ସ୍ୱାଇଁ, ଶ୍ରେୟ ସେଠୀ, ଛାତ୍ର କଂଗ୍ରେସ ନେତା ମନ୍ଵର୍ ହୁସେନ,ଦେବୀ ପ୍ରସାଦ ଦାସ, ଓ ଯୁବ କଂଗ୍ରେସ ଜିଲ୍ଲା କାର‌୍ୟକାରୀ ସଭାପତି ସୌମ୍ୟ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031