Indus Valley Times

ଆଫଗାନ ନାଗରିକଙ୍କ ଆର୍ତ୍ତ ଚିତ୍କାର: ଆଣ୍ଠୁଏ ନର୍ଦ୍ଦମା ପାଣିରେ ଛିଡା ହୋଇ ହାତରେ ଡକୁମେଣ୍ଟ ଧରିଥିବା ଦୃଶ୍ୟ

 Breaking News

ଆଫଗାନ ନାଗରିକଙ୍କ ଆର୍ତ୍ତ ଚିତ୍କାର: ଆଣ୍ଠୁଏ ନର୍ଦ୍ଦମା ପାଣିରେ ଛିଡା ହୋଇ ହାତରେ ଡକୁମେଣ୍ଟ ଧରିଥିବା ଦୃଶ୍ୟ

August 25
20:30 2021

କାବୁଲ ୨୫/୮: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ହଜାର ହଜାର ଆଫଗାନ ନାଗରିକ ଦେଶ ଛାଡ଼ୁଛନ୍ତି। ଏବେ ବି କାବୁଲ ଏୟାରପୋର୍ଟରେ ଶହ ଶହ ନାଗରିକ ଡେରା ପକାଇଛନ୍ତି। କେମିତି ଟିକେ ସୁବିଧା ମିଳିଗଲେ ଦେଶ ଛାଡ଼ି ଚାଲିଯିବେ। କେହି କେହି ଅଗଷ୍ଟ ୧୫ ପରଠୁ ଏଠାରେ ଅପେକ୍ଷା କରି ରହିଛନ୍ତି।
ସେମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ଏମିତି ଅଛନ୍ତି ଯେଉଁମାନେ କୌଣସି ପ୍ରକାର ଆମେରିକା ଏବଂ ନାଟୋ ସେନାଙ୍କୁ ସହାୟତା କରିଛନ୍ତି। ଯଦି ସେମାନେ ଦେଶରେ ରୁହନ୍ତି ତେବେ ତାଲିବାନ ସେମାନଙ୍କୁ ଖୋଜି ଖୋଜି ମାରିଦେବ ବୋଲି ଭୟ ଘାରିଛି।
ଏହାରି ଭିତରେ କାବୁଲ ଏୟାରପୋର୍ଟ ବାହାରେ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି। ଏହି ଦୃଶ୍ୟ ସେଠାକାର ଗମ୍ଭୀର ପରିସ୍ଥିତିକୁ ବୟାନ କରୁଛି ।
ସେଠାରେ ଶହ ଶହ ଆଫଗାନ ନାଗରିକ ଆଣ୍ଠୁଏ ଆଣ୍ଠୁଏ ନର୍ଦ୍ଦମା ପାଣିରେ ଛିଡ଼ା ହୋଇ ହାତରେ କାଗଜପତ୍ର ଧରିଥିବା ଦେଖିବାକୁ ମିଳିଛି। ଏହାସହ ସେମାନେ ଏୟାରପୋର୍ଟର ସୁରକ୍ଷା ପାଇଁ ମୁତୟନ ଆମେରିକା ସୈନିକଙ୍କୁ ଭିତରକୁ ପ୍ରବେଶ କରାଇବାକୁ ଗୁହାରି କରୁଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031