Legatus

ଆମେରିକା ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଘର ପାଖରୁ ବିସ୍ଫୋରକ ସାମଗ୍ରୀ ସହ ଗିରଫ ହେଲେ ବ୍ୟକ୍ତି, ସୋସିଆଲ୍ ମିଡିଆରେ ଦେଇଥିଲେ ଧମକ୍

 Breaking News

ଆମେରିକା ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଘର ପାଖରୁ ବିସ୍ଫୋରକ ସାମଗ୍ରୀ ସହ ଗିରଫ ହେଲେ ବ୍ୟକ୍ତି, ସୋସିଆଲ୍ ମିଡିଆରେ ଦେଇଥିଲେ ଧମକ୍

July 01
12:53 2023

ୱାସିଂଟନ୍,୧/୭: ଗୁରୁବାର ରାତିରେ ୱାସିଂଟନ୍ ଡିସି ଅଞ୍ଚଳରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ବାସ କରୁଥିବା ବାସଭବନ ନିକଟରୁ ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।
ଜାନୁଆରି ୬ ତାରିଖ ଦିନ ଆମେରିକା କ୍ୟାପିଟଲ୍ରେ ହୋଇଥିବା ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗରେ ମଧ୍ୟ ସେ ବ୍ୟକ୍ତିଙ୍କୁ ଖୋଜାପଡ଼ିଥିଲା ବୋଲି ସେମାନେ କହିଛନ୍ତି।
ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଘର ଓ ପ୍ରାନ୍ତର ଥିବା ଅଳ୍ପ କେତୋଟି ‘ବ୍ଲକ୍’ ନିକଟରୁ ପୁଲିସ ଟେଲର୍ ଟରାଣ୍ଟୋ ନାମକ ସେ ୩୭ ବର୍ଷିୟ ବ୍ୟକ୍ତିଙ୍କୁ ଗରିଫ କରିଛି। ଟେଲର୍ଙ୍କୁ ଗୁଇନ୍ଦାମାନେ ବି ଖୋଜୁଥିଲେ। କିନ୍ତୁ, ଘଟଣା ସଂକ୍ରାନ୍ତରେ ଗଣମାଧ୍ୟମକୁ ଅଧିକ କିଛି କହିବାକୁ ପୁଲିସ ମନା କରିଦେଇଛି।
ସଂଗୃହୀତ ସୂଚନା ଅନୁସାରେ, ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଟରାଣ୍ଟୋ ସାମାଜିକ ଗଣମାଧ୍ୟମ ଜରିଆରେ ହତ୍ୟା ଧମକ ବି ଦେଉଥିଲେ। ସେ ବୋମା ତିଆରି ନ କରିଥିଲେ ବି ତାଙ୍କ ପାଖରୁ ବୋମା ନିର୍ମାଣ ଉପକରଣ ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।
ଟେଲର୍ଙ୍କୁ ଗିରଫକରାଯିବା ବେଳେ ଓବାମା ଘରେ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଟରାଣ୍ଟୋ ବ୍ୟବହାର ଚଳାଉଥିବା ଭ୍ୟାନ୍ଟିକୁ ମଧ୍ୟ ବୋମାନିଷ୍କ୍ରିୟକାରୀ ଦଳ ଯାଞ୍ଚ କରିଥିଲେ। ଅଦାଲତକୁ ଫାଙ୍କି ଫେରାର୍ ହୋଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31