Indus Valley Times

ଆମ ଅଧ୍ୟକ୍ଷ ଆମ ସ୍ମୃତିର ଆଇନାରେ ସର୍ବଦା ସ୍ମୃତିହୋଇ ରହିଥିବେ : – ଛାତ୍ର ଛାତ୍ରୀ

 Breaking News

ଆମ ଅଧ୍ୟକ୍ଷ ଆମ ସ୍ମୃତିର ଆଇନାରେ ସର୍ବଦା ସ୍ମୃତିହୋଇ ରହିଥିବେ : – ଛାତ୍ର ଛାତ୍ରୀ

ଆମ ଅଧ୍ୟକ୍ଷ ଆମ ସ୍ମୃତିର ଆଇନାରେ ସର୍ବଦା ସ୍ମୃତିହୋଇ ରହିଥିବେ : – ଛାତ୍ର ଛାତ୍ରୀ
April 25
11:36 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା/ଓଡ଼ିଶା, ୨୫/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏ.ଏମ.ସି.ଏସ ମହାବିଦ୍ୟାଳୟ ରେ ପିଜି ଦ୍ୱିତୀୟ ବର୍ଷର କଳା ଓ ବିଜ୍ଞାନ ଛାତ୍ର ଛାତ୍ରୀ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କୁ ଭାବପୂର୍ଣ୍ଣ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।
ସଭାରେ ଅଧ୍ୟାପକ ବନମାଳୀ ବେହେରା, ବିରୁପାକ୍ଷ ତ୍ରିପାଠୀ, କବି ମନୋଜ ଭୋଇ, ଅମୂଲ୍ୟ ସାବତ, ସନ୍ତୋଷ କୁମାର ରଥ, ଶଙ୍କର ପାଢ଼ୀ, ରତନ ଦିଗାଲ, ଆକାଶ ଶତପଥୀ,ତୁଷାର ପଣ୍ଡା, ମନୋଜ ମହାରଣା, ରାହୁଲ ଦିଗାଲ, ଅଧ୍ୟାପିକା ସଂଘମିତ୍ରା ଦାଶ, ଶିବାନୀ କହଁର, ମୀରାମ୍ବିକା, ସ୍ମିତାରାଣୀ ସାହୁ, ସନ୍ଧ୍ୟାରାଣୀ କହଁର, ଶ୍ରାବଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ଅଧ୍ୟକ୍ଷ ମହାନ୍ତିଙ୍କ ସହ ବିତେଇଥିବା ଦୁଇବର୍ଷର ସ୍ମୃତିକୁ ମନେ ପକାଇ ଭାବ ବିହ୍ଵଳ ହୋଇ ପଡ଼ିଥିଲେ ।
କିଛି ଛାତ୍ର ଛାତ୍ରୀ ଅଧ୍ୟକ୍ଷ ଙ୍କ ଜୀବନ ଶୈଳୀ ଓ ପ୍ରଶାସନିକ ବ୍ୟବସ୍ଥା ର ସୁ ପରିଚାଳନା ବିଷୟରେ କହିଲା ବେଳେ କିଛି ଛାତ୍ର ଛାତ୍ରୀ ପ୍ରିୟ ଅଧ୍ୟକ୍ଷ ଆମ ସ୍ମୃତିର ଆଇନାରେ ସର୍ବଦା ସ୍ମୃତିହୋଇ ରହିଥିବେ ବୋଲି କହିଥିଲେ ଛାତ୍ର ବଳରାମ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ଛାତ୍ରୀ ଆଦ୍ୟାଶକ୍ଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ
ବାଲିଗୁଡା, ୨୫/୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନାର ଲାଇନପଡା ଫାଣ୍ଡି କୁସୁମେଣ୍ଡି ଗ୍ରାମପଞ୍ଚାୟତର ବୁଡ଼େଡି ଠାରେ ଚଳିତ ମାସ ୧୮ ତାରିଖରେ ଘଟିଥିବା ଗୁଳିକାଣ୍ଡରେ ନାବାଳକ ବିଭୁତି କହଁର(୧୬)ଙ୍କ ମୃତ ଘଟିଥିଲା ଓ ଉକ୍ତ ଗୁଳିକାଣ୍ଡରେ ଦୁଇଜଣ ସମ୍ପୃକ୍ତ ଥିବା ପୋଲିସ ଜାଣି ପାରିଥିଲେ ସେମାନେ ହେଲେ ପ୍ରତାପ କହଁର (୨୯) ଏବଂ ସୁମନ ବିନ୍ଧାଣି (୧୭) ।
ସେହି ଦୁହିଁଙ୍କ ମଧ୍ୟରୁ ପ୍ରତାପ କହଁର ମୁଖ୍ୟ ଆସାମୀ ଥିବା ବେଳେ ସେ ଫେରାର ହୋଇଯାଇଥିଲେ ଓ ସୁମନ ବିନ୍ଧାଣିଙ୍କୁ ଅଟକ ରଖି ପଚରାଉଚରା ପରେ ପରବର୍ତ୍ତୀ ସମୟରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।
ଫେରାର ଥିବା ମୁଖ୍ୟ ଆସାମୀ ପ୍ରତାପ କହଁରଙ୍କୁ ଗୁରୁବାର ଟିକାବାଲି ପୋଲିସ ନିଜ ଗ୍ରାମରୁ ଧରିବା ନିମନ୍ତେ ସକ୍ଷମ ହୋଇଥିଲେ ଓ ଟିକାବାଲି ପୋଲିସ ତାଙ୍କୁ ଜେରା କରିଥିଲେ । ତାଙ୍କ ବନ୍ଧୁକରୁ ଗୁଳି ବାଜି ସୁମନର ମୃତ ହୋଇଥିବା ବିଷୟ ପ୍ରତାପ ନିଜେ ସ୍ୱୀକାର କରିଥିଲେଃ ଗୁରୁବାର ପ୍ରତାପ କହଁରଙ୍କୁ ଫୁଲବାଣୀ ସ୍ଥିତ ଏସଡିଜେଏମ କୋର୍ଟ କୁସ୍ଥାନାନ୍ତରିତ କରାଯାଇଥିବା ବିଷୟ ଥାନା ଅଧିକାରୀ ସମୀର କୁମାର ବେହେରା ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930