Indus Valley Times

‘ଆମ ବସ୍’ ନେଇ ଉଚ୍ଚସ୍ତରୀୟ କମିଟି ଗଠନ, ଡ୍ରାଇଭରଙ୍କ ନିଯୁକ୍ତି ପ୍ରକ୍ରିୟା ହେବ କଡ଼ାକଡ଼ି

 Breaking News

‘ଆମ ବସ୍’ ନେଇ ଉଚ୍ଚସ୍ତରୀୟ କମିଟି ଗଠନ, ଡ୍ରାଇଭରଙ୍କ ନିଯୁକ୍ତି ପ୍ରକ୍ରିୟା ହେବ କଡ଼ାକଡ଼ି

‘ଆମ ବସ୍’ ନେଇ ଉଚ୍ଚସ୍ତରୀୟ କମିଟି ଗଠନ, ଡ୍ରାଇଭରଙ୍କ ନିଯୁକ୍ତି ପ୍ରକ୍ରିୟା ହେବ କଡ଼ାକଡ଼ି
January 04
19:37 2026

ଭୁବନେଶ୍ୱର,୪/୧: ଆମ ବସ୍ ଦୁର୍ଘଟଣା ରୋକିବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ରବିବାର ବସିଥିବା ଉଚ୍ଚସ୍ତରୀୟ ବୈଠକ ପରେ ପରିବହନ ସଚିବ ଉଷା ପାଢ଼ୀ ବସ୍ ଚଳାଚଳ ଉପରେ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।
ଡ୍ରାଇଭରଙ୍କ ଏଣିକି ଥାର୍ଡ ପାର୍ଟି ସ୍କ୍ରିନିଂ ଟେଷ୍ଟ କରାଯିବ। ସ୍କ୍ରିନିଂ ଟେଷ୍ଟ ପାସ୍ କଲେ ଗାଡ଼ି ଚଳାଇବାକୁ ଡ୍ରାଇଭରଙ୍କୁ ଅନୁମତି ମିଳିବ। ନଚେତ ମିଳିବ ନାହିଁ ବୋଲି ସଚିବ ପାଢୀ ଗଣମାଧ୍ୟମକୁ କହିଛନ୍ତି।
ଯେଉଁ ଡ୍ରାଇଭର ଅଧିକ ସମ୍ବେଦନଶୀଳ ପ୍ରମାଣ କରିବେ ଇନ୍‌ସେଣ୍ଟିଭ ମିଳିବ। ଲେନ୍ ଡ୍ରାଇଭିଂକୁ ଗୁରୁତ୍ୱ ଦିଆଯାଉଛି। ମାସେ ପର୍ଯ୍ୟନ୍ତ ଅନୁଧ୍ୟାନ କରିବୁ। ରୋଡ ସେଫ୍ଟି ପାଇଁ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ରହିଛି।
ସ୍ମାର୍ଟ ସିଟି ଅଫିସ୍‌ରେ କିମ୍ବା କ୍ରୁଟ ଅଫିସ୍‌ରେ ଏମ୍‌ଡି ତଦାରଖ କରିବେ। ଯଦି ଆମ ବସ୍ ଟ୍ରାଫିକ ନିୟମ ଭାଙ୍ଗେ, ତା’ହେଲେ ଇ-ଚାଲାଣ କଟିବ। ତଦାରଖ ପାଇଁ ୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି ବୋଲି ସଚିବ କହିଛନ୍ତି। କମିଟିରେ ପରିବହନ କମିଶନର, ଡିସିପି, ଟ୍ରାଫିକ ଡିସିପି, କ୍ରୁଟ ଅଧିକାରୀ, ସଦସ୍ୟ ରହିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031