Legatus

ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’, ମାସକୁ ପାଇବେ ୨୦୦୦ ଟଙ୍କା ଲେଖାଏଁ ସହାୟତା

 Breaking News

ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’, ମାସକୁ ପାଇବେ ୨୦୦୦ ଟଙ୍କା ଲେଖାଏଁ ସହାୟତା

ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’, ମାସକୁ ପାଇବେ ୨୦୦୦ ଟଙ୍କା ଲେଖାଏଁ ସହାୟତା
February 14
20:02 2024

ଭୁବନେଶ୍ୱର,୧୪/୨: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବରିଷ୍ଠ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ତୁଷ୍ଟୀକରଣ ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା’ ନାମକ ଏହି ଯୋଜନାରେ ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗରମାନେ ମାସକୁ ୨ରୁ ଅଢ଼େଇହଜାର ଟଙ୍କା ଲେଖାଏଁ ସହାୟତା ପାଇବେ। ଏବେ କେବଳ ବରିଷ୍ଠ ବୁଣାକାରଙ୍କ ମାସିକ ୫୦୦ଟଙ୍କା ଭତ୍ତା ମିଳୁଛି। ଯାହାକୁ ରାଜ୍ୟ ସରକାର ଏବେ ୪ଗୁଣ ବୃଦ୍ଧି କରିଛନ୍ତି। ଚଳିତମାସ ୨୦ରୁ ୨୫ତାରିଖ ମଧ୍ୟରେ ଏହି ବର୍ଦ୍ଧିତ ସହାୟତା ପାଇବେ। ନୂଆ ହିତାଧିକାରୀ ଚୟନ ପ୍ରକ୍ରିୟା ଖୁବଶୀଘ୍ର ଶେଷ କରାଯାଇ ଏହି ସହାୟତା ପ୍ରଦାନ କରାଯିବ। ବୁଣାକାର ଓ ହସ୍ତଶିଳ୍ପ କାରିଗରଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନୂଆ ଯୋଜନା ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟର ବରିଷ୍ଠ ବୁଣାକାରମାନେ ଏବେ ମାସିକ ୫୦୦ଟଙ୍କା ଓ ୮୦ବର୍ଷରୁ ଅଧିକଙ୍କୁ ୭୦୦ଟଙ୍କା ସହାୟତା ଦିଆଯାଉଥିବାବେଳେ ବରିଷ୍ଠ ହସ୍ତଶିଳ୍ପ କାରିଗରମାନଙ୍କ ପାଇଁ କୌଣସି ଆର୍ଥିକ ସହାୟତାର ବ୍ୟବସ୍ଥା ନଥିଲା । କିନ୍ତୁ ନୂଆ ଯୋଜନାରେ ଏହି ଦୁଇ ବର୍ଗର ହିତାଧିକାରୀଙ୍କୁ ମାସିକ ଦୁଇରୁ ଅଢ଼େଇ ହଜାର ଟଙ୍କା ପ୍ରଦାନ କରାଯିବ ।
ଏହି ଯୋଜନାରେ ୪୦ ବର୍ଷରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ମହିଳା ବୁଣାକାର ଓ ବୁଣା କାର‌୍ୟ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର, ଏବଂ ୫୦ ରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ପୁରୁଷ ବୁଣାକାର ଓ ବୁଣା କାର‌୍ୟ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗରମାନଙ୍କୁ ମାସିକ ୨୦୦୦ ଟଙ୍କାର ଆରô୍ଥକ ସହାୟତା ଯୋଗାଇ ଦିଆଯିବ ।
ସେହିପରି ୮୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ବରିଷ୍ଠ ବୁଣାକାର ଓ ବୁଣା କାର‌୍ୟ୍ୟରେ ନିୟୋଜିତ ସହାୟକ ଏବଂ ବରିଷ୍ଠ ହସ୍ତଶିଳ୍ପ କାରିଗରମାନଙ୍କୁ (ଉଭୟ ମହିଳା ଓ ପୁରୁଷ) ମାସିକ ୨୫୦୦ ଟଙ୍କାର ଆରô୍ଥକ ସହାୟତା ଯୋଗାଇ ଦିଆଯିବ । ବର୍ଦ୍ଧିତ ହାରରେ ଏହି ସହାୟତା ରାଶି ହିତାଧିକାରୀଙ୍କୁ ଚଳିତମାସ ୨୦ରୁ ୨୫ତାରିଖ ମଧ୍ୟରେ ପ୍ରଦାନ କରାଯିବ ।
ରାଜ୍ୟରେ ଏବେ ୧.୨୫ଲକ୍ଷରୁ ଅଧିକ ବୁଣାକାର ବୁଣାକାର ଓ ହସ୍ତଶିଳ୍ପ କାରିଗରଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନୂଆ ଯୋଜନା ଘୋଷଣା କରିଛନ୍ତି । ବୁଣାକାର ଓ ହସ୍ତଶିଳ୍ପ କାରିଗରଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନୂଆ ଯୋଜନା ଘୋଷଣା କରିଛନ୍ତି । ଥିବାବେଳେ ୧.୫୦ଲକ୍ଷରୁ ଅଧିକ ହସ୍ତଶିଳ୍ପ କାରିଗର ଅଛନ୍ତି ।
ତେବେ ବୟସ୍କ ବୁଣାକାରମାନଙ୍କ ସହାୟତା ପାଇଁ ରାଜ୍ୟ ସରକାରଙ୍କ ‘ବରିଷ୍ଠ ବୁଣାକାର ସହାୟତା ଯୋଜନା’ ଥିବାବେଳେ ବରିଷ୍ଠ ହସ୍ତଶିଳ୍ପ କାରିଗର ମାନଙ୍କ ପାଇଁ କୌଣସି ଯୋଜନା ନାହିଁ ।
ଏହି ନୂଆ ଯୋଜନାରେ କେଉଁମାନେ ସାମିଲ ହୋଇପାରିବେ ସେ ନେଇ ସରକାରଙ୍କ ପକ୍ଷରୁ ଆବଶ୍ୟକ ମାନଦଣ୍ଡ ନିର୍ଦ୍ଧାରଣ ହୋଇଛି ।
୧-ହିତାଧିକାରୀଙ୍କ ନାମ ବୟନଶିଳ୍ପ ନିର୍ଦ୍ଦେଶକ ଓ ହସ୍ତଶିଳ୍ପ ନିର୍ଦ୍ଦେଶକଙ୍କ ଦ୍ୱାରା କରାଯାଇଥିବା ସର୍ବେକ୍ଷଣ ତାଲିକାରେ ବୁଣାକାର ଓ ବୁଣା କାର‌୍ୟ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ଭାବରେ ପଞ୍ଜିକୃତ ହୋଇଥିବ ।
୨- ତାଙ୍କର ପରିବାରର ବାର୍ଷିକ ଆୟ ୧ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ୱ ହୋଇନଥିବ
୩-ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା କୌଣସି ଅନୁରୂପ ଯୋଜନାର ଲାଭାର୍ଥୀ ହୋଇନଥିବେ
୪-ହିତାଧିକାରୀ ସରକାରୀ କର୍ମଚାରୀ, ଆୟକରଦାତା କିମ୍ବା କେନ୍ଦ୍ର ଅଥବା ରାଜ୍ୟ ସରକାରଙ୍କ ପେନସନଭୋଗୀ ହୋଇନଥିବେ ଓ
୫-ଗୋଟିଏ ପରିବାରରୁ ଜଣେ ମାତ୍ର ଏହି ଯୋଜନାରେ ଲାଭ ପାଇପାରିବେ ।
୬-ଏହି ଯୋଜନାର ସହାୟତା ରାଶି ଯୋଗ୍ୟ ବିବେଚିତ ବୁଣାକାର ଓ ବୁଣା କାର‌୍ୟ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ ।
ନୂଆ ହିତାଧିକାରୀ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇ ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନାର ଆବଶ୍ୟକ ଗାଇଡଲାଇନ୍ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ପକ୍ଷରୁ ଖୁବଶୀଘ୍ର ଜାରି କରାଯିବ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31