Indus Valley Times

ଆର୍ନ୍ତଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବରେ ବୌଦ୍ଧଜିଲ୍ଲା ପାଇଁ ଗର୍ବ ଆଣିଲେ ପ୍ରଶାନ୍ତ ଭୋଇନା

 Breaking News

ଆର୍ନ୍ତଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବରେ ବୌଦ୍ଧଜିଲ୍ଲା ପାଇଁ ଗର୍ବ ଆଣିଲେ ପ୍ରଶାନ୍ତ ଭୋଇନା

December 13
21:12 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୩/୧୨: ଭୂବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପ ଠାରେ ଆସନ୍ତା ୨୬ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଗୁରୁ କେଳୁ ଚରଣ ମହାପାତ୍ର୍ର ଓଡିଶୀ ନୃତ୍ୟ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ମହୋତ୍ସବରେ ବୌଦ୍ଧର ପ୍ରଶାନ୍ତ ଭୋଇନା ନୃତ୍ୟ ପରିବେଷଣ ପାଇଁ ମନୋନୀତ ହୋଇଛନ୍ତି । ବୌଦ୍ଧ ଜିଲ୍ଲାପାଳ କାର୍ଯ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ସୁରୁବାବୁ ଭୋଇନା ଓ ସରୋଜିନୀ ଦେବୀଙ୍କ କନିଷ୍ଠ ପୁତ୍ର ପ୍ରଶାନ୍ତ ।
ଏଥିରେ ୟୁଏସଏ, କାନାଡା, ସିଙ୍ଗାପୁର,ଦିଲ୍ଲୀ, କଲୋକତା,ରାଜସ୍ଥାନ, ଭୂବନେଶ୍ୱର, ବୌଦ୍ଧ, ବାଙ୍ଗାଲୋର,ପଣ୍ଡିଚେରୀ, ଇନ୍ଦୋର, ଉତ୍ତର ପ୍ରଦେଶ ଆଦି ଏନେକ ସ୍ଥାନର ଓଡିଶୀ ନୃତ୍ୟ ଶିଳ୍ପୀ ଅଂଶ ଗ୍ରହଣ କରିବେ । ଏଥିରେ ବୌଦ୍ଧର ପ୍ରଶାନ୍ତ ଭୋଇନାଙ୍କ ନାମ ସ୍ଥାନ ପାଇଛି । ପ୍ରଶାନ୍ତ ଦୀର୍ଘ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ନୃତ୍ୟ ପରିବେଷଣ କରି ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
ଜିଲ୍ଲାରେ ପ୍ରଣାମ ନୃତ୍ୟ ଅନୁଷ୍ଠାନ ପ୍ରତିଷ୍ଠା କରି ଅଂଚଳରେ ଥିବା ପ୍ରତିଭା ମାନଙ୍କୁ ମଂଚ ପ୍ରଦାନ କରିବାରେ ପ୍ରୟାସ ଜାରି ରଖିଛନ୍ତି । ସେ ଓଡିଶୀ ଗୁରୁ ଡଃ ମନୋଜ ବେହେରାଙ୍କ ଠାରୁ ନୃତ୍ୟ ଶିକ୍ଷା କରୁଛନ୍ତି । ଏହି ସଫଳତାର ଶ୍ରେୟ ସେ ବାପା, ମା, ଗୁରୁ, ପରିବାର ଓ ଜିଲ୍ଲାବାସୀ ଅର୍ପଣ କରିଛନ୍ତି । ଏହି ସଫଳତା ପାଇଁ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।
ଏବିଭିବି ପକ୍ଷରୁ ପ୍ରତିଭା ସଙ୍ଗମ
ବୌଦ୍ଧ,୧୩/୧୨: ବୌଦ୍ଧ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜିଲ୍ଲାସ୍ତରୀୟ ପ୍ରତିଭା ସଙ୍ଗମ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୟୀ କଳା ମଂଚ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ଏକକ ସଙ୍ଗୀତ ଏକକ ନୃତ୍ୟ, ଦଳଗତ ନୃତ୍ୟ, ଏକକ ନାଟକ, ରଙ୍ଗୋଲି ଚିତ୍ରାଙ୍କନ ଓ ସ୍ୱରଚିତ କବିତା ଆବୃତ ପ୍ରତି ଯୋଗୀତାରେ ଭାଗ ନେଇଥିଲେ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୂର୍ବତନ ଜିଲ୍ଲା ସଂଯୋଜକ ବାଲ୍ମିକୀ ମହାକୁଡ ତତ୍ୱାବଧାନରେ ଆୟୋଜିତ ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆଦର୍ଶ ମହାବିଦ୍ୟାଳୟର ଅଧ୍ୟାପକ ଋଷିନାଥ ନାୟକ, ମୁଖ୍ୟ ବକ୍ତା ଭାବରେ ବଲାଙ୍ଗିର ବିଭାଗ ଦେବାଶିଷ ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ବୌଦ୍ଧ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର ନାଥ ଗୁରୁ ଜିଲ୍ଲା ସଂଯୋଜକ ଦେବାଶିଷ ସେଠୀ ଯୋଗଦେଇଥିଲେ । ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବହୁ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ ।
ଇନଟ୍ରାକ୍ଲବ ସିନିଅର କ୍ରିକେଟ ଟୁର୍ଣ୍ଣାମେଂଟ, ଭୈରବୀ କ୍ଲବ ପୁରୁଣାକଟକ ବିଜୟୀ
ବୌଦ୍ଧ,୧୩/୧୨ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ପ୍ରାୟୋଜିତ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ବୌଦ୍ଧ କଚେରୀ ପଡିଆରେ ଚାଲୁଥିବା ଇନଟ୍ରାକ୍ଲବ ସିନିଅର କ୍ରିକେଟ ଟୁର୍ଣ୍ଣାମେଂଟର ନବମ ମ୍ୟାଚ ଆଜି ମହାନଦୀ ସ୍ପୋର୍ଟିଂ ଓ ଭୈରବୀକ୍ଲବ ପୁରୁଣାକଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭୈରବୀ କ୍ଲବ ପୁରୁଣାକଟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୨୮ ଓଭରରେ ସମସ୍ତ ୱିକେଟ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା । ଦଳ ତରଫରୁ ସମୀର ଦାସ ୨୨ ବଲ୍‌ରେ ୨୩ ରନ୍‌, ରୋହିତ କୁମାର ନାଏକ ୩୮ ବଲରେ ୨୯ ରନ୍‌, ତାପସ ପଣ୍ଡା ୫୬ ବଲରେ ୬୫ରନ୍ ସଂଗ୍ରହ କରିଥିଲେ ।
ମହାନଦୀ ସ୍ପୋର୍ଟିଂର ପ୍ରେମ ପଟ୍ଟନାୟକ ମହାପାତ୍ର ଓ ସୁଦୀପ୍ତ ମିଶ୍ର ୩ଟି ଲେଖାଏଁ ୱିକେଟ ନେଇଥିଲେ । ଏହାର ଜବାବରେ ମହାନଦୀ ସ୍ପୋର୍ଟିଂ ୧୭୧ରନ୍‌ର ପିଛାକରି ୨୯.୧ ଓଭରରେ ସମସ୍ତ ୱିକେଟ ହରାଇ ୧୪୫ରନ୍ କରିପାରିଥିଲା । ଫଳରେ ଭୈରବୀ କ୍ଲବ ୨୬ ରନ୍‌ରେ ବିଜୟୀ ହୋଇଛି । ଦଳ ତରଫରୁ ଜ୍ୟୋତି ରଞ୍ଜନ ଦଳେଇ ୪୯ ବଲ୍‌ରେ ୪୫ ରନ୍‌, ମୃତ୍ୟୁଞ୍ଜୟ ଜାନୀ ୩୨ ବଲ୍‌ରେ ୨୨ରନ୍‌, ରଶ୍ମି ପ୍ରଧାନ ୨୨ ବଲ୍‌ରେ ୨୧ ରନ୍ କରିଥିଲେ । ଭୈରବୀ କ୍ଲବର ଅଂଶୁମାନ ନାୟକ ୪ଟି ୱିକେଟ ଓ ତାପସ ପଣ୍ଡା ୨ଟି ୱିକେଟ ହାସଲ କରିଥିଲେ । ଆଜିର ମ୍ୟାଚରେ ଅଂପାୟାର ଭାବେ ବିଭୂତି ଭୂଷଣ ମଲ୍ଲିକ ଓ ସ୍ୱାଧୀନ ବେହେରା ମ୍ୟାଚ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ଓସିଏର ରବିନାରାୟଣ ସ୍ୱାଇଁ କାର୍ଯ୍ୟ ତୁଲାଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031