Indus Valley Times

ଆଳି ନୂଆବଜାର କପଡା ଦୋକାନରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଡ୍ରେସ

 Breaking News

ଆଳି ନୂଆବଜାର କପଡା ଦୋକାନରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଡ୍ରେସ

ଆଳି ନୂଆବଜାର କପଡା ଦୋକାନରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଡ୍ରେସ
May 24
12:13 2023

ଆଳି,୨୪/୫: କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଅଗ୍ନିକାଣ୍ଡ ଘଟି ଦେଖୁଦେଖୁ ଜଳିଗଲା ଲୁଗା ଦୋକାନ। ଅଗ୍ନିକାଣ୍ଡ ଘଟିଥିବା ବେଳେ ନିଆଁକୁ ଲିଭାଇବାକୁ ସାହସ କରିପାରିଲେନି ଲୋକ । କେବଳ ସେଠାରେ ଛିଡାହୋଇ ସାଜିଲେ ଦେଖଣାହାରୀ । ଏପରି ଅଗ୍ନିକାଣ୍ଡ ଘଟିଛି କେନ୍ଦ୍ରାପଡା ଆଳି ବଜାର ଉପରେ । ସେଠାରେ ଥିବା ରଞ୍ଜିତ ବେହେରାଙ୍କ ଲୁଗା ଦୋକାନରେ ନିଆଁ ଲାଗିଯାଇଥିବା ସୂଚନା ହସ୍ତଗତ ହୋଇଛି।
ତେବେ ନିଆଁ ଲାଗିବାର ସଠିକ କାରଣ ଜଣାପଡିନଥିବା ବେଳେ କେହି ନିଆଁ ଲଗାଇ ଦେଇଥିବା ସନ୍ଦେହ କରୁଛନ୍ତି ଦୋକାନ ମାଲିକ । ନିଆଁକୁ ଆୟତ୍ତ କରିବା ପାଇଁ ଆଳି, ରାଜକନିକା ଓ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ନାକେଦମ ହୋଇଛନ୍ତି । ତେବେ ସବୁକିିଛି ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ କେତେ ଟଙ୍କାର କ୍ଷୟକ୍ଷତି ହୋଇଛି ତାହା ଜଣାପଡିନାହିଁ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031