Indus Valley Times

ଆଶ୍ରମରେ ଚାଲିଥିଲା ଗଞ୍ଜେଇ କାରବାର; ବାବାଙ୍କ ସହ ୩ ଜଣଙ୍କୁ ଗିରଫ କଲା ପୁଲିସ

 Breaking News

ଆଶ୍ରମରେ ଚାଲିଥିଲା ଗଞ୍ଜେଇ କାରବାର; ବାବାଙ୍କ ସହ ୩ ଜଣଙ୍କୁ ଗିରଫ କଲା ପୁଲିସ

June 26
10:02 2021

ସମ୍ବଲପୁର, ୨୬/୬ : ଆଶ୍ରମରେ ଚାଲିଥିଲା ଗଞ୍ଜେଇ କାରବାର। ପୁଲିସ୍ ଚଢ଼ାଉ କରି ଆଶ୍ରମରୁ ୧ କ୍ୱିଣ୍ଟାଲ ଗଂଜେଇ ଜବତ କରିବା ସହ ବାବାଙ୍କ ସହ ୩ ଜଣଙ୍କୁ ଗିରଫ କରିଛି। ଏପରି ଘଟଣା ସମ୍ବଲପୁର ନାକଟିଦେଉଳ ଥାନା ଅଞ୍ଚଳରେ ଘଟିଛି।
ନାକଟିଦେଉଳ ଥାନା ଅଞ୍ଚଳରେ ଥିବା ଚହଟପଦା ଗାଁସ୍ଥିତ ପଞ୍ଚୁପାଣ୍ଡବ କ୍ରିଡ଼ା ସ୍ଥଳୀ ଆଶ୍ରମରେ ଗଂଜେଇ କାରବାର ଚାଲିଥିବା ପୁଲିସ୍ ଖବର ପାଇଥିଲା। ଏହାପରେ ଚଢ଼ାଉ କରି ୧ କ୍ୱିଣ୍ଟାଲ ଗଂଜେଇ ଜବତ କରିଛି।
ଏହି ମାମଲାରେ ଆଶ୍ରମ ମୁଖ୍ୟ ବାବାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ବାବା ଫୁଲବାଣୀରୁ ଗଞ୍ଜେଇ ଆଣି ଦଲାଲଙ୍କ ସହାୟତାରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଗଉଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ମାମଲାରେ ଅଧିକ ଛାନଭିନ୍ ଚଳାଇଛି ପୋଲିସ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031