Indus Valley Times

ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ୍

 Breaking News

ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ୍

ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ୍
July 11
21:12 2025

ଭୁବନେଶ୍ବର, ୧୧/୭ : ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ପାଇଁ ବଡ଼ ଖବର ଆସିଛି। ବସ୍‌ରେ ଯାତ୍ରା କରିବା ପାଇଁ ଆଉ ସେମାନେ ହଇରାଣ ହେବେ ନାହିଁ। ଅର୍ଥାତ ଆସନ୍ତାକାଲି (ଶନିବାର) ଠାରୁ ଯାତ୍ରୀବାହୀ ଘରୋଇ ବସ୍ ଚଳାଚଳ କରିବ। ଘରୋଇ ବସ୍‌ଗୁଡ଼ିକ ପୂର୍ବ ଭଳି ପୁଣି ସ୍ବାଭାବିକ ଢଙ୍ଗରେ ଚାଲିବ। ଘରୋଇ ବସ୍ ମାଲିକ ସଂଘର ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପୁରୀରେ ଆୟୋଜିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।
କଟକରେ ଘରୋଇ ବସ୍ ଚଳାଚଳ ସ୍ଵାଭାବିକ ହେବ। କଟକ ଘରୋଇ ବସ୍ ମାଲିକ ସଂଘ ଆଉ ଡ୍ରାଇଭର ମହାସଂଘ ଧର୍ମଘଟକୁ ସମର୍ଥନ ଜଣାଇବେ ନାହିଁ। ଧର୍ମଘଟର ସମାଧାନ ହେଉ ନ ଥିବାରୁ ବସ୍ ଚଳାଚଳ ବନ୍ଦ ରହିଥିବା ହେଉ ମାଲିକ କ୍ଷତି ସହୁଛନ୍ତି। ତେଣୁ ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ମଧ୍ୟ ନଜରକୁ ନେଇଛି ବସ୍ ମାଲିକ ସଂଘ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031