Indus Valley Times

ଆସନ୍ତା କାଲି ଲଘୁଚାପର ରୂପ ନେବ ଘୂଣ୍ଣିବଳୟ: ୨୧ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା

 Breaking News

ଆସନ୍ତା କାଲି ଲଘୁଚାପର ରୂପ ନେବ ଘୂଣ୍ଣିବଳୟ: ୨୧ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା

ଆସନ୍ତା କାଲି ଲଘୁଚାପର ରୂପ ନେବ ଘୂଣ୍ଣିବଳୟ: ୨୧ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା
September 19
10:53 2022

ଭୁବନେଶ୍ୱର,୧୯/୯: ଉତ୍ତର ବଙ୍ଗୋପସାଗର ଓ ଏହାର ତତ୍ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଫଳରେ ଆସନ୍ତାକାଲି ସୁଦ୍ଧା ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ତଥା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି।
କିନ୍ତୁ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଯିବ ବର୍ଷାର ପରିମାଣ । ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଏହାସହ ୨୧ ଯାଏଁ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି । ଆଗାମୀ ୭୨ ଘଣ୍ଟା ଯାଏଁ ରାଜ୍ୟରେ କିଛି ଜିଲ୍ଲାକୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ଚେତାବନୀ ଜାରି ହୋଇଛି । ଡପ୍ଲର ରାଡାର ପାରାଦ୍ୱୀପ ରୁ ମିଳୁଥିବା ତଥ୍ୟ ଅନୁଯାୟୀ ଉପକୂଳ ଓଡ଼ିଶାରେ ଜାରିରହିଛି ଘୁର୍ଣ୍ଣିବଳୟର ପ୍ରଭାବ । ବିଶେଷ କରି କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ, ସୋନପୁରରେ ଭୀଷଣ ବର୍ଷା ସମ୍ଭାବନା ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031