Indus Valley Times

ଆସନ୍ତା ୧୫ରୁ ଖୋଲିବ ଶିକ୍ଷାନୁଷ୍ଠାନ

 Breaking News

ଆସନ୍ତା ୧୫ରୁ ଖୋଲିବ ଶିକ୍ଷାନୁଷ୍ଠାନ

October 06
20:16 2020

ନୂଆଦିଲ୍ଲୀ,୬/୧୦: ଅକ୍ଟୋବର ୧୫ରୁ ଶିକ୍ଷାନୁଷ୍ଠାନ ଖୋଲିବ । ଏନେଇ କେନ୍ଦ୍ର ସରକାର ନିୟମାବଳୀ ଜାରି କରିଛନ୍ତି। ଆସନ୍ତା ୧୫ରୁ ସ୍କୁଲ କଲେଜ ଖୋଲିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାରୁ ଏଥିଲାଗି ଗୃହ ମନ୍ତ୍ରାଳୟ ନିୟମାବଳୀ ଜାରି କରିଛି। ତେବେ ନୂଆ ନିୟମାବଳୀ ଅନୁସାରେ :
ଚା ପିତାମାତା ବା ଅଭିଭାବକଙ୍କ ଲିଖିତ ଅନୁମତି ପରେ ପିଲାମାନେ ସ୍କୁଲ ଆସିପାରିବେ। ଏହାସହ ସ୍କୁଲରେ ଉପସ୍ଥାନ ନେଇ ନିୟମ କୋହଳ କରାଯିବ। ଏହାଛଡ଼ା ପିଲାମାନେ ଅନଲାଇନ କ୍ଲାସ ପାଇଁ ମଧ୍ୟ ବାଛି ପାରିବେ। ଯେଉଁମାନେ ଅନଲାଇନରେ କ୍ଲାସ କରିବା ଲାଗି ଚାହିଁବେ, ସେ କରିପାରିବେ ବୋଲି ନିୟମାବଳୀରେ ରହିଛି।
ଚା ଏହାସହ ବିଦ୍ୟାଳୟ କର୍ତ୍ତୃପକ୍ଷ ଶ୍ରେଣୀଗୃହ ଓ ପାଠ୍ୟ ଉପକରଣକୁ ଉପଯୁକ୍ତ ଭାବେ ବିଶୋଧନକରଣ କରିବେ ବୋଲି ଏଥିରେ ନିର୍ଦ୍ଦେଶ ରହିଛି। ସ୍ୱାସ୍ଥ୍ୟ ଓ ଜରୁରୀସ୍ଥିତିରେ ପଦକ୍ଷେପ ନେବା ଲାଗି ସ୍କୁଲଗୁଡ଼ିକ ଟାସ୍କ ଫୋର୍ସ ଗଠନ କରିବାକୁ ଏଥିରେ କୁହାଯାଇଛି।
ଚା ଶ୍ରେଣୀଗୃହରେ ସମସ୍ତେ ମାସ୍କ ଓ ସାମାଜିକ ଦୂରତା ବଜାୟ ରହିବାକୁ ପ୍ରାଧାନ୍ୟ ଦେବାକୁ ହେବ। ତା ଛଡ଼ା ଏଭଳି ପରିସ୍ଥିତିରେ କଣ କଣ ପଢ଼ାଯାଇ ପାରିବ ସେନେଇ ଏକ ବିସ୍ତୃତ ପାଠ୍ୟ ଖସଡ଼ା ପ୍ରସ୍ତୁତ କରିବା ଲାଗି ସ୍କୁଲଗୁଡ଼ିକୁ କୁହାଯାଇଛି। କରୋନା ପାଇଁ ମାର୍ଚ୍ଚରୁ ସ୍କୁଲ କଲେଜ ବନ୍ଦ ରହିଛି ତେବେ ଓଡ଼ିଶା ସରକାର ଶିକ୍ଷାନୁଷ୍ଠାନ ଖୋଲିବା ଲାଗି ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତି ନେଇନାହାନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031