Indus Valley Times

ଆସନ୍ତା ୧୯ରେ ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

 Breaking News

ଆସନ୍ତା ୧୯ରେ ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଆସନ୍ତା ୧୯ରେ ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ
February 15
19:08 2022

ଭୁବନେଶ୍ୱର,୧୫/୨: ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାଷ୍ଟ୍ରପତି ରାଜଭବନରେ ରାତ୍ରୀଯାପନ କରିବେ । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। । ସେପଟେ ରାଷ୍ଟ୍ରପତିଙ୍କ ଦୁଇଦିନିଆ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଉଛି । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପୁରୀ ଆସି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି।
ଆସନ୍ତା ୨୦ ତାରିଖରେ ପୁରୀର ଶ୍ରୀଚୈତନ୍ୟ ଗୌଡୀୟ ମଠର ପ୍ରତିଷ୍ଠାତା ଭକ୍ତି ସିଦ୍ଧାନ୍ତଙ୍କ ୧୫୦ ତମ ଜୟନ୍ତୀରେ ରାଷ୍ଟ୍ରପତି ଯୋଗଦେବା ସହ ଗୁଣ୍ଡିଚା ମନ୍ଦିରରେ ଏକ ସଭାସ୍ଥଳରେ ଉଦବୋଧନ ଦେବେ । ରାଷ୍ଟ୍ରପତିଙ୍କ ବ୍ଲୁ ବୁକ୍ ସିକ୍ୟୁରିଟି ଦୃଷ୍ଟିରୁ ଏବେଠୁ ଆରମ୍ଭ ହୋଇଛି ।
ଯାଞ୍ଚ ଏଡିଜି ରାଧାକୃଷ୍ଣ ଶର୍ମା ଆଜି ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ରାଜଭବନ ଗଭର୍ଣ୍ଣର ହାଉସ ପରିଦର୍ଶନ କରିଛନ୍ତି । ଏଥିସହିତ ତାଳବଣିଆ ହେଲିପ୍ୟାଡ, ଶରଧାବାଲିର ସଭାସ୍ଥଳ ଓ ଶ୍ରୀଚୈତନ୍ୟ ଗୌଡିୟ ମଠ ପରିଦର୍ଶନ କରିଛନ୍ତି

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031