Indus Valley Times

ଆସନ୍ତା ୨୧ରୁ ଭୁବନେଶ୍ୱରରେ ଟୀକା ନେବେ ଗର୍ଭବତୀ : ବିଏମସି

 Breaking News

ଆସନ୍ତା ୨୧ରୁ ଭୁବନେଶ୍ୱରରେ ଟୀକା ନେବେ ଗର୍ଭବତୀ : ବିଏମସି

ଆସନ୍ତା ୨୧ରୁ ଭୁବନେଶ୍ୱରରେ ଟୀକା ନେବେ ଗର୍ଭବତୀ : ବିଏମସି
July 18
17:15 2021

ଭୁବନେଶ୍ୱର, ୧୮/୭ : ଭୁବନେଶ୍ୱରରେ ଗର୍ଭବତୀଙ୍କ ପାଇଁ ଜୁଲାଇ ୨୧ ତାରିଖରୁ ଟିକାକରଣ ଆରମ୍ଭ କରାଯିବ। ସେମାନଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ। ବିଏମସି ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
କ୍ୟାପିଟାଲ୍ ହସ୍ପିଟାଲ୍ ସମେତ ଭୁବନେଶ୍ୱରରେ ଥିବା ସମସ୍ତ ୟୁପିଏଚ୍ସି (ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ଓ ୟୁସିଏଚ୍ସି (ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର)ରେ ଗର୍ଭବତୀମାନଙ୍କୁ ଟିକା ଦିଆଯିବ। ସପ୍ତାହରେ ଦୁଇ ଦିନ- ବୁଧବାର ଓ ଶନିବାର ସେମାନଙ୍କୁ ଟିକା ଦିଆଯିବ। ପୁଣି ବୁଧବାର ଓ ଶନିବାର କେବଳ ଦିନ ୧୧ଟାରୁ ୧ଟା ମଧ୍ୟରେ ସେମାନଙ୍କୁ ଟିକା ଦିଆଯିବ। ସେଠାରେ ଗର୍ଭବତୀମାନେ ଆବଶ୍ୟକ ପ୍ରମାଣପତ୍ର ଦେଖାଇ ଟିକା ନେଇ ପାରିବେ।
ସୂଚନାଯୋଗ୍ୟ, ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମଣ ୨ ହଜାର ଉପରେ ରହିଛି। ଲଗାତାର ୫ ଦିନ ହେଲେ ସଂକ୍ରମଣ ସଂଖ୍ୟା ୨ ହଜାର ଉପରେ ରହୁଥିବା ବେଳେ ସେଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ସଂଖ୍ୟା ସର୍ବାଧିକ ରହୁଛି। ଅନ୍ୟପକ୍ଷରେ ଇତି ମଧ୍ୟରେ ଆଂଶିକ ଲକ୍ଡାଉନ୍ କଟକଣା ଆହୁରି କୋହଳ ହୋଇଯାଇଛି। ‘ଏ’ ବର୍ଗରେ ଥିବା ୨୦ଟି ଜିଲ୍ଲାରେ କଟକଣା କୋହଳ ସମୟକୁ ରାତି ୮ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଅର୍ଥାତ୍ ଦୋକାନ ବଜାର ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ‘ବି’ ବର୍ଗରେ ଥିବା ଜିଲ୍ଲା ଗୁଡ଼ିକରେ କଟକଣା କୋହଳ ସମୟକୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହା ସହିତ ସାରା ରାଜ୍ୟରେ ବସ୍ ଚଲାଇବାକୁ ଅନୁମତି ଦିଆଯାଇଥିବା ବେଳେ ସ୍ପା, ଜିମ୍ ଆଦି ମଧ୍ୟ ଖୋଲି ଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031