Indus Valley Times

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ ଛଟପଟ କରିବ : ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ

 Breaking News

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ ଛଟପଟ କରିବ : ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ ଛଟପଟ କରିବ : ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ
May 21
10:34 2022

ଭୁବନେଶ୍ୱର ୨୧/୫: ତାତି ବଢ଼ିଛି। ଆହୁରି ବଢ଼ିବ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ ଛଟପଟ କରିବ । ଭୁବନେଶ୍ୱରରେ ପାରଦ ୩୯-୪୦ ଡିଗ୍ରୀ ଛୁଇଁପାରେ । ଏମିତି ଆକଳନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର୍.ବିଶ୍ୱାସ ।
ରାଜ୍ୟକୁ ଫେରିଛି ଗ୍ରୀଷ୍ମ ପ୍ରବାହ । ଶୁକ୍ରବାର ୪୩ ଡିଗ୍ରୀ ସେଲସିୟସରେ ଜଳିଛି ବୌଦ୍ଧ ସହର । ସୋନପୁର ୪୨.୮, ଦେବଗଡ଼ ୪୨, ସୁନ୍ଦରଗଡ଼ ୪୨, ଝାରସୁଗୁଡ଼ା ୪୧.୬, ବରଗଡ଼ ୪୧.୫, ଅନୁଗୁଳ ୪୧.୧, ତାଳଚେର ୪୧, ଟିଟିଲାଗଡ଼ ୪୧, ସମ୍ବଲପୁର ୪୦.୮ ଡିଗ୍ରୀ ସେଲସିୟସରେ କଲବଲ ହୋଇଛି । ଏପଟେ ଉପକୂଳ ଓଡ଼ିଶାରେ ବି ଖରା ବଢ଼ିଛି । ଖରାଠାରୁ ବେଶି ଯନ୍ତ୍ରଣାଦାୟକ ହୋଇଛି ଭୀଷଣ ଗୁଳୁଗୁଳି ପ୍ରକୋପ । ଆର୍ଦ୍ରତା ପରିମାଣ ୬୫%ରୁ ୮୫% ପର‌୍ୟ୍ୟନ୍ତ ଛୁଇଁଲାଣି ।
ଭୁବନେଶ୍ୱର ସହରରେ ଶୁକ୍ରବାର ସକାଳୁ ଅସ୍ତବ୍ୟସ୍ତ କରି ଦେଇଥିଲା ଗୁଳୁଗୁଳି । ଭୋର ସାଢ଼େ ୫ଟାେରେ ଭୁବନେଶ୍ୱର ତାପମାତ୍ରା ୨୭.୪ ଡିଗ୍ରୀ ଥିବାବେଳେ ଆର୍ଦ୍ରତା ପରିମାଣ ୯୦% ଥିଲା । ସକାଳ ସାଢ଼େ ୮ଟାବେଳେ ତାପମାତ୍ରା ୩୨.୨ ଡିଗ୍ରୀ ଥିଲାବେଳେ ଆର୍ଦ୍ରତା ଥିଲା ୭୩% ।
ଦିନ ୧୧ଟା ୩୦ ସମୟରେ ତାପମାତ୍ରା ୩୬ ଡିଗ୍ରୀ ଥିଲା ଭୁବନେଶ୍ୱରରେ । ସେହି ସମୟରେ ଆର୍ଦ୍ରତା ପରିମାଣ ୫୫% ଥିଲା । ଅପରାହ୍ଣ ୨ଟା ୩୦ରେ ଭୁବନେଶ୍ୱରରେ ଆର୍ଦତା ପରିମାଣ ୫୬% ଥିବାବେଳେ ପାରଦ ୩୭ ଡିଗ୍ରୀ ଛୁଇଁଯାଇଥିଲା ।
ଉଚ୍ଚ ଆର୍ଦ୍ରତା ମଣିଷ ଶରୀର ଉପରେ ଅନେକ ପ୍ରତିକୂଳ ପ୍ରଭାବ ପକାଇଥାଏ । ଦୁର୍ବଳ ବ୍ୟକ୍ତିଙ୍କ ଏଥିରେ ଅସୁସ୍ଥ ହେବା ଆଶଙ୍କା ରହିଛି। ପ୍ରବଳ ଝାଳ ବୋହିବା ଯୋଗୁ ଦୁର୍ବଳତା ଆହୁରି ବଢ଼ିପାରେ। ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ମଧ୍ୟ ସୂଚନା ଦେଇଛି ।
ପାଣିପାଗ ବିଶାରଦ ଶ୍ରୀ ବିଶ୍ୱାସଙ୍କ କହିବାନୁଯାୟୀ ଯେଉଁ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇଥିଲା, ତାହା ମିଆଁମାର ସ୍ଥଳଭାଗକୁ ପଳାଇଛି ।
ଏହାର କୌଣସି ପ୍ରଭାବ ଓଡ଼ିଶା ଉପରେ ନାହିଁ । ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗରମ ପ୍ରକୋପ ଅଧିକ ରହିବ । ତାପମାତ୍ରା ଆହୁରି ବଢ଼ିପାରେ । ୨୪ରୁ କାଳବୈଶାଖୀ ବଢ଼ିବା ସହ ପାରଦ ଖସିପାରେ । ଏମିତି ହେଲେ ତାତି ପୁଣି କମିପାରେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031