Indus Valley Times

ଆସନ୍ତା ୬ରେ ଖୋଲିବ ହୀରାକୁଦ, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ

 Breaking News

ଆସନ୍ତା ୬ରେ ଖୋଲିବ ହୀରାକୁଦ, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ

ଆସନ୍ତା ୬ରେ ଖୋଲିବ ହୀରାକୁଦ, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ
July 03
17:33 2025

ସମ୍ବଲପୁର, ୩/୭ : ଆସନ୍ତା ୬ ତାରିଖ (ରବିବାର)ରେ ଖୋଲିବ ହୀରାକୁଦ ଡ୍ୟାମ୍‌ର ଗେଟ୍। ତା’ ସହିତ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ହୀରାକୁଦ ଡ୍ୟାମ୍‌ର ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା ଆଜି ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଆସନ୍ତା ରବିବାର ପୂଜାର୍ଚ୍ଚନା ପରେ ସକାଳ ୧୦ଟା ବେଳେ ଗେଟ୍ ଖୋଲାଯିବ। କେତୋଟି ଗେଟ୍ ଖୋଲା ଯିବ, ତାହା ସେହି ଦିନ ନିଷ୍ପତ୍ତି ହେବ।
ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା କହିଛନ୍ତି ଯେ ଆଜି ଅପରାହ୍ନ ୩ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୩.୦୨ ଫୁଟ୍ ରହିଛି। ଉପର ମୁଣ୍ଡରେ ୩୦ ମିଲିମିଟର ବର୍ଷା ହୋଇଛି। ତେଣୁ ଆମେ ଜଳଭଣ୍ଡାର ମଧ୍ୟକୁ ଜଳ ପ୍ରବେଶ କରିବ ବୋଲି ଆଶା କରୁଛୁ।
ଆସନ୍ତାକାଲି ଜଳଭଣ୍ଡାରର ଜଳସ୍ତର ୬୦୫ ଫୁଟ ପହଞ୍ଚିଯିବ। ଆସନ୍ତାକାଲି ଓ ଶନିବାର ବର୍ଷା ହେବ ବୋଲି ଆଇଏମ୍‌ଡି ମଧ୍ୟ ଆକଳନ କରିଛି। ଯଦି ବର୍ଷା ହୁଏ, ଜଳଭଣ୍ଡାରର ଜଳପତ୍ତନ ଆହୁରି ବଢ଼ିବ।
ଜଳଭଣ୍ଡାରକୁ କେତେ ଜଳ ପ୍ରବେଶ କରୁଛି ଓ ଉପରମୁଣ୍ଡରେ କେତେ ବର୍ଷା ହୋଇଛି, ତାକୁ ଦୃଷ୍ଟିରେ ରଖି କେତୋଟି ଗେଟ୍ ଖୋଲା ଯିବ, ସେ ନିଷ୍ପତ୍ତି ରବିବାର ନିଆଯିବ।
ସେ ଆହୁରି କହିଛନ୍ତି, ଆସନ୍ତା ରବିବାର ହୀରାକୁଦ ଡ୍ୟାମ୍‌ର ଗେଟ୍ ଖୋଲାଯିବାକୁ ଥିବାରୁ ଯେଉଁ ୧୩ଟି ଜିଲ୍ଲା ପ୍ରଭାବିତ ହେବେ, ସେହି ଜିଲ୍ଲାଗୁଡ଼ିକୁ ଆଜି ଖବର ପହଞ୍ଚାଇ ଦିଆଯିବ। ଡ୍ୟାମର ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ସତର୍କ କରିବା ପାଇଁ ଆସନ୍ତାକାଲି ଓ ତା’ ପରଦିନ ମାଇକରେ ପ୍ରଚାର କରାଯିବ। ଏସ୍‌ଓପି ଅନୁସାରେ ଗେଟ୍ ଖୋଲା ଯିବାର ୪୮ ଘଣ୍ଟା ପୂର୍ବରୁ ସମସ୍ତଙ୍କୁ ସୂଚନା ଦିଆଯିବା କଥା।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031