Indus Valley Times

ଆସିଲା ‘ପୋନ୍ନିୟିନ ସେଲବନ’ର ଫାଷ୍ଟ ପୋଷ୍ଟର, ଐଶ୍ବର୍ଯ୍ୟା ଙ୍କ ଲୁକରେ ଦର୍ଶକ ଫିଦା

 Breaking News

ଆସିଲା ‘ପୋନ୍ନିୟିନ ସେଲବନ’ର ଫାଷ୍ଟ ପୋଷ୍ଟର, ଐଶ୍ବର୍ଯ୍ୟା ଙ୍କ ଲୁକରେ ଦର୍ଶକ ଫିଦା

ଆସିଲା ‘ପୋନ୍ନିୟିନ ସେଲବନ’ର ଫାଷ୍ଟ ପୋଷ୍ଟର, ଐଶ୍ବର୍ଯ୍ୟା ଙ୍କ ଲୁକରେ ଦର୍ଶକ ଫିଦା
March 03
12:47 2022

ନୂଆଦିଲ୍ଳୀ, ୩/୩ : ଐଶ୍ବର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଲିଉଡର ବଡ ପରଦାରୁ ଦୂରେଇ ରହିଥିଲେ । ଶେଷଥର ପାଇଁ ତାଙ୍କୁ ୨୦୧୮ରେ ଫନେ ଖାଁ ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ଏକ ବଡ ବଜେଟ୍ ପ୍ରୋଜେକ୍ଟ ସହ ସିଲଭର ସ୍କ୍ରିନ୍କୁ ଫେରିଛନ୍ତି ।
ସେ ମଣି ରତ୍ନାମଙ୍କ ‘ପୋନିୟନ୍ ସେଲବନ’ରେ ନଜର ଆସିବେ। ଏହି ବିଗ୍ ବଜେଟ୍ ଫିଲ୍ମ ବିଷୟରେ ଅନେକ ଆଲୋଚନା ହୋଇଥିଲା। ଏବଂ ଐଶ୍ବର୍ଯ୍ୟା ଙ୍କ ପ୍ରଶଂସକମାନେ ଫିଲ୍ମରେ ତାଙ୍କ ଲୁକ୍ ଦେଖିବା ପାଇଁ ଖୁବ୍ ଆଗ୍ରହୀ ଥିଲେ । ହେଲେ ବର୍ତ୍ତମାନ ସେମାନଙ୍କର ଅପେକ୍ଷା ଶେଷ ହୋଇଛି। ଫିଲ୍ମର ପ୍ରଥମ ଲୁକ୍ ସହ ରିଲିଜ୍ ଡେଟ୍ ମଧ୍ୟ ଘୋଷଣା କରାଯାଇଛି।
ଗତ ବର୍ଷ ନିର୍ମାତାମାନେ ଫିଲ୍ମର ପୋଷ୍ଟର ବିଷୟରେ ଘୋଷଣା କରିଥିଲେ। ଏହି ବିଗ୍ ବଜେଟ୍ ଐତିହାସିକ କାହାଣିଟି ୩୦ ସେପ୍ଟେମ୍ବରରେ ରିଲିଜ୍ ହେବ। କେବଳ ଏତିକି ହି ନୁହେଁ .. ଏହା ତାଲିମ୍, ମାଲାୟାଲମ୍, ତେଲୁଗୁ ଓ କନ୍ନଡ , ହିନ୍ଦୀରେ ରେ ରିଲିଜ୍ କରାଯିବ ।
ହେଲେ ଏବେ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଫାଷ୍ଟ ଲୁକ୍ ରିଭଲ୍ କରାଯାଇଛି । ଯେଉଁଥିରେ ଐଶ୍ବର୍ଯ୍ୟା ରାଣୀ ପରି ଦେଖାଯାଉଛନ୍ତି । ମଥାରେ ବଡ ଟିକିଲି, କାନରେ ଝୁମୁକା, ବେକରେ ରାଣୀ ହାର ପକାଇ ଦମଦାର ଭୂମିକାରେ ନଜର ଆସୁଛନ୍ତି ।
ତେବେ ଭେଟେରାନ୍ ନିର୍ଦ୍ଦେଶକ ମଣିରତ୍ନାମ୍ ନିର୍ଦ୍ଦେଶିତ ଫିଲ୍ମ ‘ପୋନିୟନ୍ ସେଲବନ୍ -୧’ ଦୁଇଟି ଭାଗରେ ନିର୍ମିତ ହେବ। ପ୍ରଥମ ଭାଗ ଚଳିତ ବର୍ଷ ରିଲିଜ୍ ହେବ ଏବଂ ଦିତ୍ବୀୟ ଭାଗ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ରେ ମୁକ୍ତିଲାଭ କରିବ ।
କୁହାଯାଉଛି କି ଫିଲ୍ମଟି ନିର୍ମାଣ ହେବା ପାଇଁ ୫୦୦ କୋଟି ବଜେଟ୍ ଖର୍ଚ୍ଚ ହୋଇଛି। ଏହି ଫିଲ୍ମଟି ଶୁଟିଂ ସାଉଥରେ କରାଯାଇଛି । ଫିଲ୍ମଟି ପିରିୟଡ୍ ଡ୍ରାମା ଉପରେ ଆଧାରିତ। ଏହି ଚଳଚ୍ଚିତ୍ରଟି କଲକିଙ୍କ କ୍ଲାସିକ୍ ତାମିଲ୍ ଉପନ୍ୟାସ ‘ପୋନିୟନ୍ ସେଲବନ୍’ ଉପରେ ଆଧାରିତ। କଲକି ଏହି ଉପନ୍ୟାସ ୧୯୯୫ରେ ଲେଖିଥିଲେ । ଏହି ଫିଲ୍ମଟି ଲାଇକା ପ୍ରଡକ୍ସନ୍ସ ଏବଂ ମାଡ୍ରାସ ଟକିଜ୍ ମଶିକି ପ୍ରଡ୍ୟୁସ କରୁଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031