Legatus

ଆସିଷ୍ଟାଣ୍ଟ ଇଂଜିନିୟରଙ୍କ ଘରେ ପଶିଲା ଭିଜିଲାନ୍ସ; ୮ଟି ସ୍ଥାନରେ ଚଢ଼ାଉ

 Breaking News

ଆସିଷ୍ଟାଣ୍ଟ ଇଂଜିନିୟରଙ୍କ ଘରେ ପଶିଲା ଭିଜିଲାନ୍ସ; ୮ଟି ସ୍ଥାନରେ ଚଢ଼ାଉ

ଆସିଷ୍ଟାଣ୍ଟ ଇଂଜିନିୟରଙ୍କ ଘରେ ପଶିଲା ଭିଜିଲାନ୍ସ; ୮ଟି ସ୍ଥାନରେ ଚଢ଼ାଉ
November 03
11:58 2023

କଟକ,୩/୧୧: ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅର୍ଜୁନ କୁମାର ସାହୁ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା (ଭୁବନେଶ୍ୱର), କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ୮ ଟି ସ୍ଥାନରେ ଏକାକାଳୀନ ଚଢ଼ଉ କରୁଛନ୍ତି ଭିଜିଲାନ୍ସ ଟିମ୍।
ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ୍ ର କ୍ଷମତା ବଳରେ ୮ ଜଣ ଡିଏସପି, ୮ ଇନ୍ସପେକ୍ଟର, ୭ ଏଏସ୍ଆଇ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଘର ଚଢ଼ଉ ଚାଲିଛି। ଖୋର୍ଦ୍ଧା (ଭୁବନେଶ୍ୱର), କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ନିମ୍ନଲିଖିତ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛି।
ଭୁବନେଶ୍ୱରର ଖଣ୍ଡଗିରି ବିହାର, ଲେନ୍ ନଂ ୨, ପ୍ଲଟ୍ ନମ୍ବର ୧୨୫/୩୦୫୬ରେ ଅବସ୍ଥିତ ତିନି ମହଲା କୋଠା, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିସ୍ ତହସିଲ ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମରେ ଅବସ୍ଥିତ ଦୁଇ ମହଲା କୋଠା, ବଳରାମପୁରରେ ଶ୍ରୀ ସାହୁଙ୍କ ଭଡ଼ାଘର, ରାୟପୁରରେ ତାଙ୍କ ସମ୍ପର୍କୀୟଙ୍କ ଘର, ବାଦାହାଟରେ ତାଙ୍କର ଘନିଷ୍ଠ ସହଯୋଗୀ କୁମାର ବେହେରାଙ୍କ ଘର, ଜିଲ୍ଲା କୃଷି କାର୍ଯ୍ୟାଳୟ, ନିକଟରେ ଥିବା ଶ୍ରୀ ସାହୁଙ୍କର ଅନ୍ୟ ଜଣେ ଘନିଷ୍ଠ ସହଯୋଗୀଙ୍କ ଭଡ଼ା ଘର, ସାଲେପୁରରେ ଥିବା ଶ୍ରୀ ସାହୁଙ୍କ ଅଫିସ୍ ରୁମ୍ ଓ ବାସଭବନ ଆଦିଠାରେ ଚଢ଼ଉ ଜାରି ରହିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ତେବେ ପ୍ରାଥମିକ ଆକଳନରୁ ତାଙ୍କ ନିକଟରେ ମାତ୍ରାଧିକ ସଂପତ୍ତି ଥିବା କୁହାଯାଉଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31