Indus Valley Times

ଆହୁରି ୩ ଦିନ ହାଡଥରା ଶୀତ, ୧୦ରେ ବର୍ଷା ସମ୍ଭାବନା

 Breaking News

ଆହୁରି ୩ ଦିନ ହାଡଥରା ଶୀତ, ୧୦ରେ ବର୍ଷା ସମ୍ଭାବନା

ଆହୁରି ୩ ଦିନ ହାଡଥରା ଶୀତ, ୧୦ରେ ବର୍ଷା ସମ୍ଭାବନା
January 04
10:15 2022

ଭୁବନେଶ୍ୱର,୪/1 : ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଛି। ଫଳରେ ପାରଦ ତଳମୁହାଁ ହୋଇଛି ଓ ଶୀତ ବଢ଼ିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଛି।
ପାହାଡ଼ିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସମତଳ ଅଞ୍ଚଳଗୁଡ଼ିକ ମଧ୍ୟରେ ଟିଟିଲାଗଡ଼ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୩ ଡିଗ୍ରି ରେକର୍ଡ ହୋଇଛି।
ଏଥିସହ କେନ୍ଦୁଝରରେ ୯.୫ ଡିଗ୍ରି, ଫୁଲବାଣୀରେ ୧୦ ଡିଗ୍ରି, ଭୁବନେଶ୍ବରରେ ୧୨.୯ ଡିଗ୍ରି ଓ କଟକରେ ୧୩ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଅର୍ଥାତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୧ରୁ ୨ ଡିଗ୍ରି ପର‌୍ୟ୍ୟନ୍ତ କମ୍ ରହିଛି।
ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ। ୭ ତାରିଖ ପରେ ପାରଦ ଊର୍ଧ୍ବମୁଖୀ ହେବ ଓ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏଥିସହ ସୋନପୁର, ଫୁଲବାଣୀ, ଟିଟିଲାଗଡ଼ ଓ ପାରଳାଖେମୁଣ୍ଡିରେ ସୋମବାର ସକାଳେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା।
ଆସନ୍ତା ୭ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗଜପତି, ଗଞ୍ଜାମ ଆଦି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା
୩ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏଣୁ ଆସନ୍ତା ୬ ତାରିଖ ଯାଏ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିବ। ୭ ତାରିଖରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଧୀରେଧୀରେ ବଢ଼ିବାର ସମ୍ଭାବନା ରହିଛି। ରାତିରେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୧୨ ଡିଗ୍ରି ପାଖାପାଖି ରହିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031