Indus Valley Times

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁରର ପୁଲିସ କନଷ୍ଟେବଳଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ

 Breaking News

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁରର ପୁଲିସ କନଷ୍ଟେବଳଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ

November 30
14:58 2021

ବ୍ରହ୍ମୁପର, ୩୦/୧୧ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ବ୍ରହ୍ମପୁରର ପୁଲିସ କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ନିକଟରୁ ୨ କୋଟି ୧୬ ଲକ୍ଷ ଟଙ୍କାର ସଂପତ୍ତି ଠାବ କରାଯାଇଛି।
ସୁଦର୍ଶନଙ୍କର ବ୍ରହ୍ମପୁର ସ୍ଥିତ ଲୋଚାପଡ଼ାରେ ଗୋଟିଏ ତିନି ମହଲା ଘର, ନିମଖଣ୍ଡିଠାରେ ୩ଟି ନବନିର୍ମିତ କୋଠା ଓ ଲୋଚାପଡ଼ାରେ ୯ଟି ପ୍ଲଟ୍ ରହିଛି। ଏଥିସହ ତାଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ଟଙ୍କା ଜବତ କରାଯାଇଛି।
ସୁଦର୍ଶନଙ୍କ ଲୋଚାପଡ଼ା ଓ ନିମଖଣ୍ଡି ସ୍ଥିତ ଘର ସହିତ ଭଞ୍ଜନଗରର ସ୍ଥିତ ତାଙ୍କ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା। ବହୁ ଦିନରୁ ସୁଦର୍ଶନ ଭିଜିଲାନ୍ସ ସ୍କାନରରେ ରହିଥିଲେ। ଜଣେ ଅତିରିକ୍ତ ଏସ୍ପି, ୨ ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ଚଢ଼ାଉରେ ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ, ଦୁଇ ସପ୍ତାହ ତଳେ ରାଜ୍ୟ ସରକାର ଆଉ ୮ ଜଣ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀ ତଥା କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ସେମାନଙ୍କ ମଧ୍ୟରୁ କେତେ ଜଣ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସରକାର ଏଯାବତ ଏଭଳି ୧୩୦ ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ସାରିଲେଣି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031