Indus Valley Times

ଇଂଲଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆର ଦୁଇ ଖେଳାଳୀ କରୋନା ପଜିଟିଭ ଚିହ୍ନଟ

 Breaking News

ଇଂଲଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆର ଦୁଇ ଖେଳାଳୀ କରୋନା ପଜିଟିଭ ଚିହ୍ନଟ

ଇଂଲଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆର ଦୁଇ ଖେଳାଳୀ କରୋନା ପଜିଟିଭ ଚିହ୍ନଟ
July 15
08:59 2021

ନୂଆଦିଲ୍ଲୀ, ୧୫/୭ : ଇଂଲଣ୍ଡ ବିପକ୍ଷ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ସିରିଜ ପୂର୍ବରୁ ଭାରତୀୟ ଦଳର ଚିନ୍ତା ବଡିଯାଇଛି । ଦଳର ଦୁଇ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଏହି ଖବର ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଭାରତୀୟ ଟିମ୍ ଏବେ ବିଶ୍ରାମ ନେଉଛି । ଯେଉଁ ଦୁଇ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହେବାରେ ଲାଗିଛନ୍ତି ।ଅନ୍ୟଜଣଙ୍କର ପୁଣି ଥରେ ଟେଷ୍ଟ୍ ହେବ ।
ସମାଚାର ଏଜେନ୍ସି ଏଏନଆଇ ମୁତାବକ, ଦୁଇ ଖେଳାଳିଙ୍କୁ ଥଣ୍ଡା ଲାଗିବା ସହ କାଶ ହାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଜଣେ ଖେଳାଳି ପଜିଟିଭ୍ ଆସିବା ପରେ ଏବେ ନେଗେଟିଭ୍ ହୋଇଛନ୍ତି । ଅନ୍ୟଜଣେ ଖେଳାଳିଙ୍କର ଜୁଲାଇ ୧୮ରେ ଆଉଥରେ ଟେଷ୍ଟ୍ ହେବ । ଏହି ଦିନ ଖେଳାଳିଙ୍କର ଆଇସୋଲେସନର ଦଶମ ଦିନ ।
ସୂତ୍ରାନୁସାରେ, ରବିବାର ଦ୍ୱିତୀୟ ଖେଳାଳିଙ୍କର ଟେଷ୍ଟ୍ ହେବ । ନେଗେଟିଭ୍ ଆସିଲା ପରେ ତାଙ୍କୁ ଟିମ୍ରେ ସାମିଲ କରାଯିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031