Indus Valley Times

ଇନଷ୍ଟାଗ୍ରାମରେ ବ୍ଲାକମେଲ୍ କରି ଟଙ୍କା ମାଗୁଥିବା ୩ ଅଭିଯୁକ୍ତକୁ ଗିରଫ କଲା ପୋଲିସ୍

 Breaking News

ଇନଷ୍ଟାଗ୍ରାମରେ ବ୍ଲାକମେଲ୍ କରି ଟଙ୍କା ମାଗୁଥିବା ୩ ଅଭିଯୁକ୍ତକୁ ଗିରଫ କଲା ପୋଲିସ୍

ଇନଷ୍ଟାଗ୍ରାମରେ ବ୍ଲାକମେଲ୍ କରି ଟଙ୍କା ମାଗୁଥିବା ୩ ଅଭିଯୁକ୍ତକୁ ଗିରଫ କଲା ପୋଲିସ୍
October 01
17:54 2022

ଭୁବନେଶ୍ୱର,୧୦/ ।୧: ଇନଷ୍ଟାଗ୍ରାମରେ ବ୍ଲାକମେଲ୍ କରି ଟଙ୍କା ମାଗୁଥିବା ୩ ଅଭିଯୁକ୍ତକୁ ଗିରଫ କଲା ପୋଲିସ୍ । କୋରାପୁଟ ଟାଉନ ଥାନା ଅଞ୍ଚଳରୁ ଜଣେ ନାବାଳକକୁ ଅପହରଣ କରି ଟଙ୍କା ମାଗିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଗୋଟିଏ ମଟର ସାଇକେଲ, ୨ମୋବାଇଲ,ବେଲ୍ଟ ଓ ଟାଓାଲ ଜବତ କରିଛି । ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୋରାପୁଟର ଅତିରିକ୍ତ ଏସପି ଉତ୍କଳ କେଶରୀ ଦାଶ କହିଛନ୍ତି ।
ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବାରୁ ତାକୁ ଜୁଭେନାଇଲ୍ କୋର୍ଟକୁ ପଠାଯାଇଛି । ବାକି ଦୁଇ ଅଭିଯୁକ୍ତ ହେଲେ ସୁମିତ କୁମାର ସୁନା ଓ ଅର୍ପିତ ନାୟକ । ଅଭିଯୋଗ ଅନୁସାରେ ରେଳବାଇ କଲୋନିର ମାଣିକ ଦାଶଙ୍କ ପୁଅଙ୍କୁ ସୁନାପୁର ଖେଳ ପଡ଼ିଆରୁ ଉଠାଇ ନେଇଥିଲେ ଅଭିଯୁକ୍ତ । ବାଇକ ଯୋଗେ ନେଇ ପ୍ରଥମେ କୋରାପୁଟ ଓ ପରେ ଜୟପୁର ସଦର ଅଞ୍ଚଳରେ ଲୁଚାଇ ରଖିଥିଲେ । ତା ପରେ ଇନଷ୍ଟାଗ୍ରାମରେ ଫଟୋ ଓ ମେସେଜ୍ କରି ନାବାଳକର ମାମୁଁଙ୍କୁ ପ୍ରଥମେ ୬୦ ଲକ୍ଷ ଟଙ୍କା ଓ ପରେ ୩୦ ଲକ୍ଷ ଟଙ୍କା ମାଗିଥିଲେ । ଫରେନସିକ ଲ୍ୟାବ ଓ ସାଇବର ସେଲର ସହାୟତା ଏବଂ ଅପହୃତଙ୍କ ସାଙ୍ଗ ମାନଙ୍କୁ ଜେରା ପରେ ଗତକାଲି ରାତିରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
କେସ ନମ୍ବର – ୨୫୪ ଧାରା ୩୬୩,୩୬୪ଏ,୩୪.୧୨୦ବି ଓ ୩୪ ଆଇପିସି ଏବଂ ୬୭ ସି ଆଇଟି ଆକ୍ଟରେ ୨ଜଣଙ୍କୁ କୋର୍ଟ ଚାଲାଣ ସହ ନାବାଳକୁ ଜୁଭେନାଇଲ କୋର୍ଟକୁ ପଠାଯାଇଥିବା ଅତିରିକ୍ତ ଏସପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ ଓ ଟାଉନଥାନା ଆଇଆଇସି ଧିରେନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031