Indus Valley Times

ଇମ୍ରାନ ଖାଁନ୍‌ଙ୍କ ପାଇଁ ବଢ଼ିଲା ଚିନ୍ତା: ସୁରକ୍ଷା ଜାମିନ ଶେଷ ହେବା ପରେ ଗିରଫ କରାଯିବ; ପାକିସ୍ତାନ ମନ୍ତ୍ରୀ

 Breaking News

ଇମ୍ରାନ ଖାଁନ୍‌ଙ୍କ ପାଇଁ ବଢ଼ିଲା ଚିନ୍ତା: ସୁରକ୍ଷା ଜାମିନ ଶେଷ ହେବା ପରେ ଗିରଫ କରାଯିବ; ପାକିସ୍ତାନ ମନ୍ତ୍ରୀ

ଇମ୍ରାନ ଖାଁନ୍‌ଙ୍କ ପାଇଁ ବଢ଼ିଲା ଚିନ୍ତା: ସୁରକ୍ଷା ଜାମିନ ଶେଷ ହେବା ପରେ ଗିରଫ କରାଯିବ; ପାକିସ୍ତାନ ମନ୍ତ୍ରୀ
June 06
11:43 2022

ଇସ୍ଲାମାବାଦ୍,୬/୬: ପାକିସ୍ଥାନର ପୁର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ପାଇଁ ଏବେ ଚିନ୍ତା ବଢ଼ିଯାଇଛି । କାରଣ ତାଙ୍କୁ ମିଳିଥିବା ସୁରକ୍ଷା ଜାମିନର ସମୟ ଅବଧି ଶେଷ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ଗିରଫ କରାଯିବ ବୋଲି ରବିବାର ଦିନ ପାକିସ୍ତାନ ଗୃହମନ୍ତ୍ରୀ ରାନା ସାନାଉଲ୍ଲା କହିଛନ୍ତି।
ଦଙ୍ଗା, ବିଦ୍ରୋହ, ଗୋଳମାଳ ଏବଂ ସଂଘୀୟ ସରକାର ଉପରେ ସଶସ୍ତ୍ର ଆକ୍ରମଣ ସମେତ ଇମ୍ରାନ୍ ଖାଁଙ୍କ ନାମରେ ଅନେକ ମାମଲା ରୁଜୁ କରାଯାଇଥିବା କଥା ରାନା କହିଛନ୍ତି ବୋଲି ‘ଦି ନିଉଜ୍’ ରିପୋର୍ଟ କରିଛି। ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ଜାମିନ ଶେଷ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବାନି ଗାଲା ବାସଭବନ ବାହାରେ ତିବା ନିରାପତ୍ତା ରକ୍ଷୀମାନେ ତାଙ୍କୁ ଗିରଫ କରିବେ।
ବିରୋଧୀଙ୍କୁ ବିଶ୍ବାସଘାତକ କହି ଜନସାଧାରଣଙ୍କୁ ମନ୍ଦ କାର‌୍ୟ୍ୟ ପାଇଁ ପ୍ରେରିତ କରୁଥିବା ଏବଂ ନୈତିକ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଥିବା ବ୍ୟକ୍ତିଜଣକ କିଭଳି ଗୋଟାଏ ରାଜନୈତିକ ଦଳର ମୁଖ୍ୟ ହୋଇପାରିବ? ବୋଲି ରାନା କହିଥିବା ‘ଦି ନିଉଜ୍’ ରିପୋର୍ଟ କରିଛି।
ସୂଚନାଯୋଗ୍ୟ, ୫୦୦୦୦ ଟଙ୍କାର ମୁଚାଲିକାରେ ଜୁନ୍ ୨ ତାରିଖରେ ପେଶୱାର୍ ହାଇକୋର୍ଟ ଇମ୍ରାନ୍ ଖାଁଙ୍କୁ ୩ ସପ୍ତାହ ପାଇଁ ‘ଟ୍ରାଞ୍ଜିଟ୍ ବେଲ୍’ ମଞ୍ଜୁର କରିଛନ୍ତି।
‘ପାକିସ୍ତାନ ମୁସ୍ଲିମ୍ ଲିଗ୍-ନୱାଜ୍’ ଦାବି କରିଛି ଯେ, ‘ପାକିସ୍ତାନ ତେରୀକ୍-ଏ-ଇନ୍ସାଫ୍’ ସରକାର ଅମଳରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ, ତାଙ୍କ ପତ୍ନୀ ବୁଶ୍ରା ବିବି ଏବଂ ତାଙ୍କ ବାନ୍ଧବୀ ଫାରା ଗୋଗି କୋଟି କୋଟି ଟଙ୍କା ଆତ୍ମସାତ୍ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031