Indus Valley Times

ଇରଫାନ ଖାନ୍ ଓ ତାପସୀ ପନ୍ନୁଙ୍କୁ ଫିଲ୍ମଫେୟାରର ଶ୍ରେଷ୍ଠ ଅଭିନେତା ପୁରସ୍କାର

 Breaking News

ଇରଫାନ ଖାନ୍ ଓ ତାପସୀ ପନ୍ନୁଙ୍କୁ ଫିଲ୍ମଫେୟାରର ଶ୍ରେଷ୍ଠ ଅଭିନେତା ପୁରସ୍କାର

ଇରଫାନ ଖାନ୍ ଓ ତାପସୀ ପନ୍ନୁଙ୍କୁ ଫିଲ୍ମଫେୟାରର ଶ୍ରେଷ୍ଠ ଅଭିନେତା ପୁରସ୍କାର
March 28
16:54 2021

ମୁମ୍ବାଇ,୨୮/୩: ଦିବଙ୍ଗତ ଅଭିନେତା ଇରଫାନ୍ ଖାନଙ୍କୁ ମିଳିଛି ବଲିଉଡର ସର୍ବଶ୍ରେଷ୍ଠ ପୁରସ୍କାର ଫିଲ୍ମଫେୟାର୍। ୨୦୨୦ରେ ରିଲିଜ୍ ହୋଇଥିବା ଅଂଗ୍ରେଜୀ ମିଡିୟମ ପାଇଁ ଇରଫାନ୍ ଖାନଙ୍କୁ ୬୬ତମ ଫିଲ୍ମଫେୟାର ଆୱାର୍ଡରେ ମିଳିଛି ଶ୍ରେଷ୍ଠ ଅଭିନେତା ପୁରସ୍କାର। ସେହିପରି ବକ୍ସ ଅଫିସରେ କିଛି ଖାସ୍ କମାଲ କରିପାରିନଥିବା ‘ଥପ୍ପଡ’କୁ ଫିଲ୍ମଫେୟାରରେ ମିଳିଛି ବିପୁଳ ସଫଳତା। ଫିଲ୍ମର ଲିଡ୍ ରୋଲରେ ଥିବା ତାପସୀ ପନ୍ନୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ଫିଲ୍ମରେ ତାପସୀଙ୍କ ଅଭିନୟଙ୍କୁ ଖୁବ୍ ପ୍ରଶଂସା ମିଳିଛି। ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କୁ ଶ୍ରେଷ୍ଠ ଫିଲ୍ମଫେୟାର୍ ପୁରସ୍କାର ମିଳିଛି।
ତାପସୀ ଏହି ପୁରସ୍କାରକୁ ସ୍ୱୀକାର କରିଛନ୍ତି। ସେ ସୋଶାଲ୍ ମିଡିଆରେ ଖୁସି ଜାହିର କରି କହିଛନ୍ତି, ସମ୍ମାନ ଓ ଖୁସି, ଅମ୍ରତିକୁ ଆନ୍ତରିକାତର ସହ ଧନ୍ୟବାଦ। ଫିଲ୍ମରେ ତାପସୀଙ୍କ ଅମ୍ରିତା ଭୂମିକାରେ ଅଭିନୟ କରିଥିଲେ। ଥପ୍ପଡ ବ୍ୟତୀତ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’କୁ ମଧ୍ୟ ମିଳିଛି ଫିଲ୍ମଫେୟାର୍ ପୁରସ୍କାର। ଫିଲ୍ମର ଟାଇଟଲ୍ ଟ୍ରାକ୍ ପାଇଁ ଫାରା ଖାନଙ୍କୁ ମିଳିଛି ଶ୍ରେଷ୍ଠ କୋରିଓଗ୍ରାଫୀ ପୁରସ୍କାର ।
ଓଡ଼ିଶା ରିପୋର୍ଟର

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031