Legatus

ଇଷ୍ଟକୋଷ୍ଟ ରେଲୱେ ବିଭାଗ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା

 Breaking News

ଇଷ୍ଟକୋଷ୍ଟ ରେଲୱେ ବିଭାଗ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା

ଇଷ୍ଟକୋଷ୍ଟ ରେଲୱେ ବିଭାଗ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା
December 16
14:11 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୬/୧୨ : ରବିବାର ଦିନ ପୂର୍ବାହ୍ନ ୧୧ ଘଟିକା ସମୟରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ଗ୍ରାମ ରେଲୱେ ପ୍ଲାଟଫର୍ମ ରେ ପହଂଚି ଥିଲେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ।
ସେଠାରେ ରେଲୱେ ଷ୍ଟେସନ ଓଭର ବ୍ରିଜ, ଯାତ୍ରୀ ବିଶ୍ରାମା ଗାର, ଯାତ୍ରୀ, ଭିନ୍ନକ୍ଷମ ମାନଙ୍କ ପାଇଁ ପ୍ରସ୍ତୁତ ହୋଇଥବା ଶୌଚାଳୟ ଓ ପାନୀୟ ଜଳ ସହ ଷ୍ଟେସନ କୁ ସଂଯୋଗ କରୁଥିବା ରାସ୍ତାକାମ, ରେଲୱେ କର୍ମଚାରୀ ଙ୍କ କ୍ୱାଟର, ଯାତ୍ରୀ ମାନଙ୍କ ବସିବା ପାଇଁ ସ୍ୟାଡ଼, ରେଲୱେ ଷ୍ଟେସନ ସାମ୍ନା ରେ ଥିବା (ସରସରା ଗ୍ରାମ)ରେ ଥିବା ସାଗର ବନ୍ଧ ର ଉନ୍ନତି କରଣ ସହିତ ଏହାର ସୌନ୍ଦର୍ଯ୍ୟ କରଣ, ବୋଟିଙ୍ଗ ବିଷୟରେ ଦୃଷ୍ଟି ଦେବାକୁ ଇଷ୍ଟକୋଷ୍ଟ ରେଲୱେ ବିଭାଗ ର ଆସିଷ୍ଟାଣ୍ଟ ଏକ ଜ୍ୟୁ କୁଟିଭ ଇଞ୍ଜିନିୟର ଶ୍ରୀଯୁକ୍ତ ଶିବ ପ୍ରସାଦ ମିଶ୍ର ଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ ଅନ୍ୟାନ୍ୟ କାମ ତଦାରଖ କରିଥିଲେ ।
ଏହା ସହିତ ଉନ୍ନତ ମାନର କାମ , କାମ ର ଅଗ୍ରଗତି, ଅତିଶୀଘ୍ର କାମ ସାରିବା ପାଇଁ ରେଲୱେ କର୍ତ୍ତୃପକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ପରିଦର୍ଶନ ସମୟରେ ଜ଼ିଲ୍ଲାପାଳ ଙ୍କ ସହ ଅତିରିକ୍ତ ଜ଼ିଲ୍ଲାପାଳ ତଥା ସି
ଡ଼ି. ଇ. ଓ ଅନିରୁଦ୍ଧ ପଧାନ, ଡେପୁଟି କଲେକ୍ଟର (ଲା ଯୋ) ସୁଶ୍ରୀ ଶୁଚିସ୍ମିତା ବେହେରା, ହରଭଙ୍ଗା ତହସିଲଦାର ବିଭୁପ୍ରସାଦ ସିଂ, ହରଭଙ୍ଗକ୍ଷ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀ, ପଶୁ ସମ୍ପଦ, ବନ ବିଭାଗ ର ଏ. ସି.ଅଫ, ରେଞ୍ଜର, ମତ୍ସ୍ୟ ବିଭାଗ ଏବଂ ଅନ୍ୟାନ୍ୟ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930