Indus Valley Times

ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ଟାଟିନମ ଜୁବୁଲୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଷ୍ଟ୍ରପତି

 Breaking News

ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ଟାଟିନମ ଜୁବୁଲୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଷ୍ଟ୍ରପତି

December 09
10:04 2019

ବିିଶ୍ୱବିଦ୍ୟାଳୟ ବିଚାରର ବଡ କେନ୍ଦ୍ର ହେଲେ ଏକାଙ୍ଗୀ ନୁହେଁ, ଏହା ସମାଜର ଅଂଶବିଶେଷ – ରାଷ୍ଟ୍ରପତି
ଭୁବନେଶ୍ୱର,୯ ।୧୨: ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଗୁଡିକ ହେଉଛି ବିଚାରର ବଡ କେନ୍ଦ୍ର ହେଲେ ଏକାଙ୍ଗୀ ନୁହେଁ । ଏହା ସମାଜର ଅଂଶବିଶେଷ ତଥା ଏହା ସମାଜର ପରିବର୍ତନ ସହ ଜଡିତ ।
ବିଶ୍ୱବିଦ୍ୟାଳୟ କେବଳ ନୂଆ ଜ୍ଞାନର ଆଧାର ପାଇଁ ଅନୁସନ୍ଧାନ କରିବା ଉଚିତ ନୁହେଁ ବରଂ ମାନବ ସମାଜକୁ ଧାରଣ କରୁଥିବା ଜ୍ଞାନ ପାଇଁ ମଧ୍ୟ ଅନୁସନ୍ଧାନ କରିବା ଉଚିତ ।
ସେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର ଛାତ୍ର ଓ ଶିକ୍ଷକ ମାନେ ବଂଚିତ ଲୋକ ମାନଙ୍କର ସଶକ୍ତିକରଣର ଥିମକୁ ନେଇ ସମ୍ବେଦନଶୀଳ ହେବା ଆବଶ୍ୟକ । ପରିବେଶ, ଶିକ୍ଷା ଓ ସ୍ୱାସ୍ଥ୍ୟ ଯେଭଳି ବିଷୟ ଉପରେ ଧ୍ୟାନ ଦେବା ଆବଶ୍ୟକ ।
ଉକ୍ରଳ ବିଶ୍ୱବିଦ୍ୟାଳୟ ପରି ବିଶ୍ୱବିଦ୍ୟାଳୟ ନିକଟରେ ମଲଟି ଡିସିପ୍ଲିନାରୀ ଫକଲଟି ହେବା କାରଣରୁ ଉକ୍ରଳ ବିଶ୍ୱବିଦ୍ୟାଳୟ ଏହି କାମ ଭଲ ଭାବରେ କରି ପାରିବ ବୋଲି ସେ କହିଥିଲେ ।
କୌଣସି ସଂସ୍ଥାନର ପ୍ଲାଟିନମ ଜୁବୁଲି ଭଳି ଅବସର ମାଇଲ ଖୁଂଟ ଭଳି ହୋଇଥାଏ । ଏକ ଲମ୍ବା ଯାତ୍ରା ପରେ ଆମେ ଅଟକି ଦେଖିବା ଆବଶ୍ୟକ ଯେ ଆମେ କଣ କରିଛେ ଓ ଆମକୁ ପୁଣି ଆଗକୁ ବଢିବାର ଅଛି । ବିଭିନ୍ନ କ୍ଷେତ୍ରରେ ଉପଲବ୍ଧି ମାନ ଦେଖି ଏଥିରେ କଣ ସୁଧାର କରା ଯାଇ ପାରିବା ତାହା ଦେଖିବା ହେଉଛି ସମୟର ଆବଶ୍ୟକତା ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ର୍ରଫେସର ଗଣେଶୀଲାଲ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓ ବିଶ୍ୱବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031