Indus Valley Times

ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ହେଲେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ

 Breaking News

ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ହେଲେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ

ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ହେଲେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ
August 12
20:11 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୨/୮ : ରାଜ୍ୟର ସର୍ବପୁରାତନ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ହେଲେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ର ଜିଲ୍ଲା ସଭାପତି ପ୍ରମୋଦ ପଟ୍ଟନାୟକ। ଗତ ବୁଧବାର ଦିନ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା। ସଭାପତି ଡ. ଜିମୁତ ମଙ୍ଗରାଜ ଦୁର୍ଘଟଣା ରେ ବିୟୋଗ ରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ସାଧାରଣ ସମ୍ପାଦକ ସଂଘ ର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ।
ସଂଘର ବିଧି ଅନୁସାରେ ସର୍ବସମ୍ମତିକ୍ରମେ ପ୍ରମୋଦ ପଟ୍ଟନାୟକଙ୍କୁ ରଜ୍ୟ ସଙ୍ଘର ସଭାପତି ଭାବେ ଘୋଷଣା କରାଯାଇଥିଲା। ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲା ସଭାପତି, ସମ୍ପାଦକ , ରାଜ୍ୟ କାର୍ଯ୍ୟକାରିଣୀ ସମସ୍ତ ସଦସ୍ୟ ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ପ୍ରମୋଦ ପଟ୍ଟନାୟକଙ୍କ ନାମ ରାଜ୍ୟ ସଭାପତି ଭାବେ ଘୋଷଣା ହେବାପରେ ଶ୍ରୀ ପଟ୍ଟନାୟକ ଙ୍କୁ ନୟାଗଡ଼ ଡିଜିଟାଲ ମିଡିଆ ଆସୋସିଏସନ୍ ଏବଂ ବହୁ ସାମ୍ବାଦିକ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜଣାଇଥିବା ବେଳେ ନୟାଗଡ଼ ଜିଲ୍ଲାର ବିଭିନ୍ନ ସଙ୍ଗଠନ ଶୁଭେଚ୍ଛା ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031