Indus Valley Times

ଉତ୍ତର କୋରିଆ: ୧୧ ଦିନ ହସିବା ମନା, ନିୟମ ଉଲ୍ଲଂଘନ କଲେ ମିଳିବ କଠୋର ଦଣ୍ଡ

 Breaking News

ଉତ୍ତର କୋରିଆ: ୧୧ ଦିନ ହସିବା ମନା, ନିୟମ ଉଲ୍ଲଂଘନ କଲେ ମିଳିବ କଠୋର ଦଣ୍ଡ

December 17
15:48 2021

ନୂଆଦିଲ୍ଲୀ, ୧୭/୧୨ : ଉତ୍ତର କୋରିଆ ନାଗରିକଙ୍କ ଉପରେ ୧୧ ଦିନ ଯାଏଁ ହସିବା, ମଦ୍ୟପାନ ଓ ଶପିଂ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍ ଶୁକ୍ରବାର ଦିନ ଏହି ଆଦେଶ ଜାରି କରିଛନ୍ତି। ନିଜ ପିତା କିମ୍ ଜୋଙ୍ଗ୍ ଉଲଙ୍କ ୧୦ତମ ପୂଣ୍ୟତିଥୀ ଅବସରରେ କିମ୍ ଜୋଙ୍ଗ୍ ଏହି ଆଦେଶ ଜାରି କରିଛନ୍ତି।
ଶୁକ୍ରବାରରୁ ଆଗାମୀ ୧୧ ଦିନ ଯାଏଁ ଦେଶରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ସେଥିପାଇଁ ନାଗରିକଙ୍କ ଏହିସବୁ କାମ ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଉତ୍ତର କୋରିଆର ଅନେକ ନାଗରିକ ଏହି ପ୍ରତିବନ୍ଧକକୁ ନେଇ ସ୍ପଷ୍ଟ କରିଛନ୍ତି। ରେଡ଼ିଓ ଫ୍ରି ଏସିଆ ଦେଶର ସୀମା କ୍ଷେତ୍ରରେ ଥିବା ସିନୁଇଜୁ ସହରବାସୀଙ୍କ ବିଷୟରେ କହିଛନ୍ତି ଯେ ସାଧାରଣ ଲୋକେ ଦୈନନ୍ଦିନ ସାମଗ୍ରୀ କିଣିବାକୁ ଘରୁ ବାହାରକୁ ଯାଇପାରିବେ ନାହିଁ। ନିୟମ ଉଲ୍ଲଙ୍ଘନ କଲେ ଗିରଫ ହେବା ସହ କଠିନ ଦଣ୍ଡ ଦିଆଯିବାର ନିୟମ ରହିଛି।
ଜଣେ ନାଗରିକ କହିଛନ୍ତି ଯେ, ଆଗରୁ ମଧ୍ୟ କିମ ଜୋଙ୍ଗ ଉଲଙ୍କ ପୂଣ୍ୟତିଥୀରେ ଯେଉଁମାନେ ମଦ୍ୟପାନ କରୁଥିଲେ କିମ୍ବା ନିଶା ସେବନ କରୁଥିଲେ ସେମାନଙ୍କୁ ଗିରଫ କରି ଅପରାଧୀଙ୍କ ଭଳି ରଖାଯାଉଥିଲା। କିଛି ଲୋକଙ୍କର ଗିରଫ ପରେ ଖୋଜ ଖବର ମଧ୍ୟ ମିଳିନି ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ ୧୧ ଦିନ ଶୋକ ସମୟରେ ଯଦି କାହାର ମୃତ୍ୟୁ ହୋଇଯାଏ ତାହେଲେ ତା ପରିବାର ଲୋକଙ୍କୁ ଜୋର ଜୋରରେ କାନ୍ଦିବାକୁ ମଧ୍ୟ ଅନୁମତି ନାହିଁ। ଏପରିକି ଅନ୍ତିମ ସତ୍କାର ମଧ୍ୟ ୧୧ ଦିନ ଶୋକ ପରେ କରାଯାଇଥାଏ। ଶୋକ ଅବଧି ସମୟରେ ଲୋକେ ଜନ୍ମଦିନ ମଧ୍ୟ ପାଳନ କରିପାରନ୍ତି ନାହିଁ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031