Indus Valley Times

ଉପକାର ଦେଲାଣି , ମୋ ଉପକାରୀ ବଗିଚା

 Breaking News

ଉପକାର ଦେଲାଣି , ମୋ ଉପକାରୀ ବଗିଚା

November 04
20:04 2020

ଯାଜପୁର,୪ । ୧୧ : ଉପକାର ମିଳିଲାଣି ମୋ ଉପକାରୀ ବଗିଚାରୁ । ରୋଷେଇ ଘରେ ନିଜ ହାତ ତିଆରି ବଗିଚାର ସୁସ୍ୱାଦୁ ବ୍ୟଂଜନର ସ୍ୱାଦକୁ ଚାଖି ଆନନ୍ଦିତ ହେଲେଣି ସମଗ୍ର ପରିବାର । ସରକାରଙ୍କର ମୋ ଊପକାରୀ ବଗିଚାର ସପଂଳତା ଦେଖି ଗୃହିଣୀ ଯେତିକି ଉତ୍ସାହିତ ଆଗ୍ରହ ଦେଖାଇ ନଥିବା ପାଖ ପଡୋଶୀ ସେତିକି ନିରାଶ । ମୋ ଉପକାରୀ ବଗିଚାର ଏହି ସପଂଳତା କିନ୍ତୁ ଗୋଟିଏ ଦିନରେ ଆସି ନାହିଁ । ଅନେକ ପରିଶ୍ରମ ଓ ଆନ୍ତରିକତା ଲଗାଇବାକୁ ପଡିଚ୍ଥି ହିତାଧିକାରୀଙ୍କୁ ।
ଯାଜପୁର ଜିଲ୍ଲାକୁ ଚଳିତ ବର୍ଷ ୧୫ ହଜାରଟି ମୋ ଉପକାରୀ ବଗିଚାର ଲକ୍ଷ୍ୟଧାର‌୍ୟ୍ୟ ଆସିଥିଲା । ୧୦ ଟି ଯାକ ବ୍ଳକରେ ୧୫୬୦୦ ଜଣ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା । ପ୍ରତି ବଗିଚା ପିଚ୍ଥା ୧୩,୭୩୨ ଟଙ୍କା ବିନିଯୋଗର ଲକ୍ଷ୍ୟ ରଖାଯାଇଥିଲା । ଏଥିରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୩୪୮୨ ଟଙ୍କା ଜୀବିକା ମିଶନର ୧୫୦ ଟଙ୍କା ଅନ୍ତର୍ଭୁକ୍ତ । ହିତାଧିକାରୀଙ୍କୁ ଏଥିପାଇଁ ଉପଯୁକ୍ତ ତାଲିମ ପ୍ରଦାନ କରାଯିବା ସହ କ୍ଷେତ୍ର ପ୍ରସ୍ତୁତିରେ ସହାୟତା ଦିଆଯାଇଥିଲା । ପ୍ରତ୍ୟେକ ହିତାଧିକାରୀଙ୍କ ମୋ ବଗିଚାରେ ଦୀର୍ଘ ମିଆଦୀ ପୁଷ୍ଟିକର ପରିବା ଭାବେ ଅମୃତଭଣ୍ଡା, ସଜନା, ଲେମ୍ୱୁ ଓ କଦଳୀକୁ ବଗିଚାର ଚାରିପଟେ ଲଗାଯିବାର ବ୍ୟବସ୍ଥା କରାଯାଇଥିଲା । ଅବଶିଷ୍ଟ କ୍ଷେତ୍ରରେ ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥ୍ରା ସହ ଶାଗ ଓ ଅନ୍ୟାନ୍ୟ ପନିପରିବା ଲଗାଇବା ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଥମ ପର‌୍ୟ୍ୟାୟରେ ଆରମ୍ଭ ହୋଇଥିବା ମୋ ଉପକାରୀ ବଗିଚାରୁ ବର୍ତମାନ ଉତ୍ପାଦନ ଆରମ୍ଭ ହୋଇଚ୍ଥି । ଶାଗ, ବାଇଗଣ, କାକୁଡି, ଭେଣ୍ଡି, କଲରା, ଜହ୍ନି ଇତ୍ୟାଦି ନିତ୍ୟ ବ୍ୟବହାର‌୍ୟ୍ୟ ଗଚ୍ଥ ଲଗାଇଥିବା ହିତାଧିକାରୀ କେତେକର ସ୍ୱାଦ ଚାଖିଥିବା ବେଳେ ଆଉ କେତେକର ପରିପୁଷ୍ଟ ଅବସ୍ଥା ଦେଖି ଆତ୍ମହରା । ସେମାନଙ୍କର ପରିଶ୍ରମର ସାର୍ଥକତାକୁ ଅନୁଭବ କରି ବଡଚଣା ବ୍ଳ୍କ ବଡଘୁତ୍ମୁରୀ ଗ୍ରାମ ପଂଚାୟତର ପୁରୁଷୋତମପୁର ଗ୍ରାମର କମଳି ମହାରାଜା କୁହନ୍ତି ଆମେ ତୁଚ୍ଥାରେ ସମୟ ସାରୁଥିଲୁ । ମୋ ଉପକାରୀ ବଗିଚା କରିବା ପରେ ନିଜେ ଶ୍ରମ ଦାନ କରୁଚ୍ଥୁ । ତଟକା ପରିବା, ଶାଗ ଇତ୍ୟାଦି ପାଉଚ୍ଥୁ । ଆଉ ଭାରି ଖୁସି ଲାଗୁଚ୍ଥି ଯେ, ମୋ ବଗିଚାରୁ ମୋ ହାତ ତଆରି ପନିପରିବା ମୋ ପରିବାରକୁ ଖୋଉଚ୍ଥି ବୋଲି । ଭାରି ଆତ୍ମ ତୃପ୍ତି ଲାଗୁଚ୍ଥି ଏ ମୋ ପଣିଆ ଉପକାରୀ ବଗିଚାରେ । ଜିଲ୍ଳ୍ାପାଳ ଚକ୍ରୱର୍ତୀ ସିଂ ରାଠୋର ସମସ୍ତ ହିତାଧିକାରୀଙ୍କୁ ଏହି ସପଂଳତା ପାଇଁ ସାଧୁବାଦ ଓ ଧନ୍ୟବାଦ ଜଣାଇବା ସହ ବର୍ଷସାରା ଯେପରି ଏହି ବଗିଚାରୁ ସେମାନେ ପନିପରିବା ପାଇପାରିବେ ସେଥିପ୍ରତି ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଚ୍ଥନ୍ତି । ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ମୋ ଉପକାରୀ ବଗିଚା ଜିଲ୍ଳ୍ାରେ ସପଂଳ ହେବା ଏକ ସାମୁହିକ ଉଦ୍ୟମର ପ୍ରତିପଂଳନ ବୋଲି କହିବା ସହ ଭବିଷ୍ୟତରେ ଏହାର ସୁବିଧା ଯେପରି ଅଧିକରୁ ଅଧିକ ହିତାଧିକାରୀ ପାଇବେ ସେଥିପ୍ରତି ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଏମ୍.ଜି.ଏନ୍.ଆର୍.ଜି.ଏ. ର ସଂଯୋଜକ ଚିନ୍ମୟ ସିଂ ଓ ଜୀବିକା ମିଶନର ସଂଯୋଜକ ପ୍ରଶାନ୍ତ ପାଢୀ ମୋ ଉପକାରୀ ବଗିଚାର ହିତାଧିକାରୀ ଓ ସମସ୍ତ ଅଧିକାରୀ, କର୍ମଚାରୀଙ୍କୁ ସପଂଳତା ପାଇଁ ଧନ୍ୟବାଦ ଜଣାଇଚ୍ଥନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031