Indus Valley Times

ଉପକୂଳରୁ ଆଭ୍ୟନ୍ତର ସବୁଠି ଅସହ୍ୟ ଶୀତ, ଆହୁରି ଖସିବ ପାରଦ

 Breaking News

ଉପକୂଳରୁ ଆଭ୍ୟନ୍ତର ସବୁଠି ଅସହ୍ୟ ଶୀତ, ଆହୁରି ଖସିବ ପାରଦ

December 21
09:54 2021

ଭୁବନେଶ୍ୱର ,୨୧/୧୨: ଅସମ୍ଭାଳ ଜାଡ । ଥୁରୁ ଥୁରୁ ଥରୁଛି ସାରା ଓଡ଼ିଶା । ସଂଜ ନଇଁବା ଆଗରୁ ବାଘ ଭଳି ମାଡି ଆସୁଛି ଜାଡ । ରାତି ଯେତିକି ବଢୁଛି ପାରଦ ସେତିକି ଖସୁଛି । ଆଗକୁ ଆହୁରି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ରାଜ୍ୟର ଅଧିକାଂଶ ସ୍ଥାନରେ ଏବେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି । ଉତ୍ତର, ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହିତ କାରଣରୁ ପାରଦ ଖସୁଛି । ଶୀତ ଲହରିକୁ ନେଇ ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସିଭିୟର କୋଲ୍ଡ ୱେଭ ନେଇ ସୁନ୍ଦରଗଡ, ଝାରସୁଗୁଡା, ବରଗଡ ଓ କନ୍ଧମାଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୧୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ତାପମାତ୍ରା ଆହୁରି ଖସିବ । ୨୬ ତାରିଖରୁ ରାଜ୍ୟରେ ପଶ୍ଚିମା ବାୟୁ ପ୍ରବାହିତ ହେବା ସହ ୨ରୁ ୩ ଡିଗ୍ରୀ ତାପାମାତ୍ର ବଢିବ । ଏହା ସହ ଶୀତରୁ ଆଶ୍ବସ୍ତି ମିଳିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031