Indus Valley Times

ଉପନିର୍ବାଚନ ପ୍ରଚାର ପାଇଁ କଂଗ୍ରେସର ସଜବାଜ,୨୨ରୁ ପ୍ରଚାରରେ ଯୋଗଦେବେ ଏ.ଚେଲ୍ଲାକୁମାର

 Breaking News

ଉପନିର୍ବାଚନ ପ୍ରଚାର ପାଇଁ କଂଗ୍ରେସର ସଜବାଜ,୨୨ରୁ ପ୍ରଚାରରେ ଯୋଗଦେବେ ଏ.ଚେଲ୍ଲାକୁମାର

October 21
13:10 2020

ଭୁବନେଶ୍ବର,୨୧/୧୦: ବାଲେଶ୍ୱର ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତିର ପାଣି ପାଗ ଉଷ୍ମ ହେଉଛି । ରାଜ୍ୟର ୩ପ୍ରମୁଖ ଦଳ ନିଜ ନିଜର ରଣନୀତି ପ୍ରସୃତ କରିସାରିଲେଣି । ଏହାରି ଭିତରେ କଂଗ୍ରେସ ଆସନ୍ତା ୨୨ ତାରିଖରୁ ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର ଅଭିଯାନକୁ ଜୋରଦାର କରିବ। ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାର ପ୍ରଚାର ଅଭିଯାନରେ ଯୋଗ ଦେବେ। ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ଏଥି ପାଇଁ କଂଗ୍ରେସ ପ୍ରଭାରୀ ଶ୍ରୀ ଚେଲ୍ଲାକୁମାର ୪ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ୨୨ ତାରିଖରେ ସେ ବାଲେଶ୍ବର ଓ୨୩ ତାରିଖରେ ତିର୍ତ୍ତୋଲ ନିର୍ବାଚନ ପ୍ରଚାରରେ ଯୋଗଦେବାର କାର‌୍ୟ୍ୟକ୍ରମ ରହିଛି। ଉଭୟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ପ୍ରଚାରକ ତାଲିକାରେ ସ୍ଥାନ ପାଇଥିବା ନେତାମାନଙ୍କୁ ପିସିସି ସଭାପତି ଦାୟିତ୍ବ ବଣ୍ଟନ କରିଛନ୍ତି।
ଏକ ପ୍ରେସ ବିବୃତି ଜାରି କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ଆସନ୍ତାକାଲି କଂଗ୍ରେସ ପ୍ରଭାରୀ ଶ୍ରୀ ଚେଲ୍ଲାକୁମାର ନବ ନିଯୁକ୍ତ ଜିଲ୍ଲା ଓ ନଗର କଂଗ୍ରେସ ସଭାପତିମାନଙ୍କୁ ଭେଟି ଦଳର ସାଂଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ। ବାଲେଶ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରଚାର ଦାୟିତ୍ବରେ କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ, ଯଜ୍ଞେଶ୍ବର ବାବୁ, ସମରେନ୍ଦ୍ର ମିଶ୍ର, ଜର୍ଜ୍ ତିର୍କୀ, ଦେବାଶିଷ ପଟ୍ଟନାୟକ, ଦେବେନ୍ଦ୍ର ଶର୍ମା, ସତ୍ୟ ପ୍ରକାଶ ନାୟକ, ପଦ୍ମାକର ଗୁରୁ, କୃଷ୍ଣ ଚନ୍ଦ୍ର ସାହୁ, ମନୋଜ ଆଚାର‌୍ୟ୍ୟ, ନନ୍ଦ କିଶୋର ଦାସ, ରଞ୍ଜିତ ଦାସ, ଶୁଭଶ୍ରୀ ପଣ୍ଡା, ଆଲୋକ କୁମାର ଦାସ, ଅମୀୟ ପାଣ୍ଡବ, ବିସ୍ମୟ ମହାପାତ୍ର, ମଧୁମିତା ସେଠୀ, ସ୍ବରୂପା ତ୍ରିପାଠୀ, ସନ୍ତୋଷ ନନ୍ଦ, ଆଲୋକ ବେହେରା, କାଜଲ ସାହୁ, ବିଜୟାନନ୍ଦ ଚାଉଳିଆ, ନିପନ ଦାସ, ନିହାର ମହାନନ୍ଦ, ଲଲାଟେନ୍ଦୁ ଦାସ, ବିଦ୍ୟାଧର ମହାନ୍ତି, ରତିକାନ୍ତ ବରାଳ, ସଂଗ୍ରାମ ଦାସ, ସୁବ୍ରତ ଚକ୍ର, ସୁସ୍ମିତା ଚକ୍ର, ସୁସ୍ମିତା ଘୋଷାଲ, ଅଜିତ୍ ଜେନା, ନିରୋଜ ଲୋଚନ ଦାସ, ଯୋଗେଶ ଅଗ୍ରଓ୍ବାଲ୍, ଚନ୍ଦ୍ରକାନ୍ତ ଖଣ୍ଡାୟୀ, ରିତାଶ୍ରୀ ମହାନ୍ତି, ବିଶ୍ବଭୂଷଣ ମହାପାତ୍ର, ରୀନାରାଣୀ ସ୍ବାଇଁ, ରଞ୍ଜିତା ରାଉତ, ଆଶା ମିଞ୍ଜ, ମନଷା ତ୍ରିପାଠୀ, ହୁସେନ୍ ଖାନ୍, ରଜନୀ ମହାନ୍ତି, ଅନୁପ କୁମାର ନାୟକ, ନାସିର ଅହମ୍ମଦ ଖାନ୍, ଅମିତ ମହାନ୍ତି, ସାଗର ପରିଡ଼ା, ସତ୍ୟବ୍ରତ ଗୁରୁ, ସୁବାଶିଷ ନାୟକ, ନଳିନୀକାନ୍ତ ମହାନ୍ତି, ଅଶୋକ କୁମାର ଦାସ, ସୁରେନ୍ଦ୍ର ପରମାଣିକ, ନୌଷଦ ଅଲ୍ଲୀ, ଅଶୋକ ମହାନ୍ତି, ଭୁବନାନନ୍ଦ ସାମଲ, ସୀମନ୍ତ କୁମାର ପାତ୍ର, ସବିତା ଚାନ୍ଦ, ଅନିଲ୍ ଜେନା, ଗୟାଧର ମଲ୍ଲିକ, ସୁଦୀପ୍ କର, ମନୋରଞ୍ଜନ ତ୍ରିପାଠୀ ଓ ଅଜୟ ପାଇକରାୟ ପ୍ରମୁଖ ସାମିଲ ଅଛନ୍ତି।
ସେହିପରି ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରଚାର ଦାୟିତ୍ବରେ ବିଧାୟକ ରମେଶ ଚନ୍ଦ୍ର ଜେନା, ସି.ଏସ୍. ରାଜନ ଏକ୍କା, ବିଧାୟକ ଦାଶରଥି ଗମାଙ୍ଗ, କଂଗ୍ରେସ ନେତା ପଞ୍ଚାନନ କାନୁନଗୋ, ଶିବାନନ୍ଦ ରାୟ, ଲଲାଟେନ୍ଦୁ ମହାପାତ୍ର, ଅଂଶୁମାନ ମହାନ୍ତି, ନବୀନ ନନ୍ଦ, ଉମାବଲ୍ଲଭ ରଥ, ଚିନ୍ମୟ ପ୍ରସାଦ ବେଉରା, ଉମେଶ ଜେନା, ନିଶିକାନ୍ତ ମିଶ୍ର, ପ୍ରଶାନ୍ତ ଶତପଥୀ, ଅଜିତ୍ ମଙ୍ଗରାଜ, ସସ୍ମିତା ବେହେରା, ବିଷ୍ଣୁଚରଣ ବାରିକ, ଚିନ୍ମୟ ସୁନ୍ଦର ଦାସ, ଅମୀୟ କୁମାର ପଟ୍ଟନାୟକ, ବିଶ୍ବଭୂଷଣ ଦାସ, ଆକବର ଅଲ୍ଲୀ, ହଳଧର ସେଠୀ, ସତ୍ୟବ୍ରତ ନାୟକ, ଦେଓ ପ୍ରସାଦ, ଦେବୀ ପ୍ରସାଦ ବାହାଲିଆ, ଆକାଶ ଭୂୟାଁ, ମାନସ ଆଚାର‌୍ୟ୍ୟ, ଲିଙ୍ଗରାଜ ସାହୁ, ଚୈତାଳୀ ପଟ୍ଟନାୟକ, କୁସୁମ ପ୍ରଧାନ, ଏମ୍. ମାଣିକ୍ୟପ୍ରଭା, ଶ୍ରୀୟାସ୍ମିତା ପଣ୍ଡା, ତରୁଣ ମିଶ୍ର, ରାଜକିଶୋର ବାରିକ, କନକଲତା ମଲ୍ଲିକ, ନିରଞ୍ଜନ ଲେଙ୍କା, ଜ୍ଞାନରଞ୍ଜନ ପଟ୍ଟନାୟକ, ଅନିଲ୍ ବେଉରା, ବିଭ୍ରାଂଶୁ ଲେଙ୍କା, ନରୋତ୍ତମ ନାୟକ, ବିରେନ୍ ସେନାପତି ଓ କୈଳାସ ସାହୁ ପ୍ରମୁଖ ରହିଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031