Indus Valley Times

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା, ଏପ୍ରିଲ୍ ୨୪ରେ ମିଳିବ ସୁଭଦ୍ରା ଟଙ୍କା

 Breaking News

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା, ଏପ୍ରିଲ୍ ୨୪ରେ ମିଳିବ ସୁଭଦ୍ରା ଟଙ୍କା

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା, ଏପ୍ରିଲ୍ ୨୪ରେ ମିଳିବ ସୁଭଦ୍ରା ଟଙ୍କା
April 19
17:28 2025

ଭୁବନେଶ୍ୱର, ୧୯/୪ : ସୁଭଦ୍ରା ହିତାଧିକାରୀ ମହିଳାଙ୍କ ପାଇଁ ଆସିଛି ବଡ଼ ଖବର । ପୁଣି ମିଳିବ ସୁଭଦ୍ରା ଟଙ୍କା । ଏନେଇ ଉପମମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ଏକ ବଡ଼ ଘୋଷଣା କରିଛନ୍ତି । ସୁଭଦ୍ରା ଯୋଜନାର ଷଷ୍ଠ ପର୍ଯ୍ୟାୟ ଟଙ୍କା ବାଣ୍ଟିବେ ରାଜ୍ୟ ସରକାର ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି ଯେ , ଆସନ୍ତା ଏପ୍ରିଲ ୨୪ରେ ସୁଭଦ୍ରା ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ । ପୁରୀ ଠାରେ ପଞ୍ଚାୟତିରାଜ୍ ଦିବସ ଅବସରରେ ଏହି ଟଙ୍କା ବାଣ୍ଟିବେ ସରକାର । ଏପ୍ରିଲ ୨୪ ତାରିଖ ଅର୍ଥାତ ଆଉ ମାତ୍ର ୪ ଦିନ ପରେ ହିତାଧୀକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ।
ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ବାଦ ଥିବା ୧ ଲକ୍ଷ ୭୦ ହାଜର ମହିଳା ଏକା ଥରେ ଦୁଇଟି କିସ୍ତି ଟଙ୍କା ପାଇବେ । ପ୍ରଥମ କିସ୍ତି ଏବଂ ଦ୍ବିତୀୟ କିସ୍ତି ଟଙ୍କା ୧୦ ହଜାର ଏକାଥରେ ପାଇବେ ହିତାଧିକାରୀ ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମାର୍ଚ୍ଚ ୩୧ ଯାଏଁ ଆବେଦନ କରିଥିବା ମହିଳାମାନଙ୍କୁ କେବଳ ଟଙ୍କା ମିଳିବ । ଯେଉଁ ମହିଳାମାନେ ମାର୍ଚ୍ଚ ୩୧ ପରେ ଆବେଦନ କରିଥିବେ, ସେମାନଙ୍କୁ ଟଙ୍କା ମିଳିବନି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930