Indus Valley Times

ଋୁଷ ସହ ଏକା ଲଢ଼ୁଛି ଯୁକ୍ରେନ୍‌, କେହି ସାହାର୍ଯ୍ୟ କରିବାକୁ ଆସିଲେନି: ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ଭାବୁକ ଭରା ବୟାନ

 Breaking News

ଋୁଷ ସହ ଏକା ଲଢ଼ୁଛି ଯୁକ୍ରେନ୍‌, କେହି ସାହାର୍ଯ୍ୟ କରିବାକୁ ଆସିଲେନି: ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ଭାବୁକ ଭରା ବୟାନ

ଋୁଷ ସହ ଏକା ଲଢ଼ୁଛି ଯୁକ୍ରେନ୍‌, କେହି ସାହାର୍ଯ୍ୟ କରିବାକୁ ଆସିଲେନି: ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ଭାବୁକ ଭରା ବୟାନ
February 25
12:22 2022

ନୂଆଦିଲ୍ଲୀ ୨୫/ ୦୨: ରୁଷ ଓ ଯୁକ୍ରେନ୍ ମଧ୍ୟରେ ଯୁଦ୍ଧ ଧିରେ ଧିରେ ଜଟିଳ ଆଳଡୁ ଗତି କରୁଛି ।ଉଭୟ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ଆତ୍ମସମର୍ପଣ କରିବାକୁ ରୋକଠୋକ୍ ମନାକରିଦେଇଛନ୍ତି ରାଷ୍ଟ୍ରପତି ଜେଲେଂସ୍କି । ଏହାରି ମଧ୍ୟରେ ଭାବୁକ ହୋଇ ନିଜର ବୟାନ ଜାରି କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେଂସ୍କି ।
କହିଛନ୍ତି, ଋଷ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୧୩୭ ସୈନ୍ୟ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ୩୧୬ ଜଣ ଆହତ ମଧ୍ୟ ହୋଇଛନ୍ତି ।
ଭାବୁକ ହୋଇ ରାଷ୍ଟ୍ରପତି ଜେଲେଂସ୍କି କହିଛନ୍ତି, ‘ଏଭଳି ଭୟଙ୍କର ଯୁଦ୍ଧ ସମୟରେ ଋଷ ବିରୁଦ୍ଧରେ ଲଢିବା ପାଇଁ ଆମକୁ ଏକା ଛାଡିଦିଆଗଲା । ୟୁକ୍ରେନକୁ ସହାୟତା ପାଇଁ କେହି ବାହାରିଲେ ନାହିଁ । କେହି ସାହାଯ୍ୟ କରିବେ ବୋଲି ଆଉ ଆଶା ମଧ୍ୟ ନାହିଁ । ସବୁ ଦେଶ ଋଷକୁ ଭୟ କରୁଛନ୍ତି । ଭୟରେ ସାମ୍ନାକୁ ଆସୁନାହାନ୍ତି।’
ଜେଲେଂସ୍କି କହିଛନ୍ତି, ଋଷ ପୂର୍ବରୁ କହିଥିଲା କେବଳ ସୈନ୍ୟ ବେସ୍ ଗୁଡିକରେ ହିଁ ଆକ୍ରମଣ କରିବ କିନ୍ତୁ ଋଷ ସେନା ସାଧାରଣ ଲୋକଙ୍କୁ ମଧ୍ୟ ଟାର୍ଗେଟ୍ କରୁଛି । କେବଳ ସେତିକି ନୁହେଁ ଯୁଦ୍ଧ ଜାହଜଗୁଡିକୁ ମଧ୍ୟ ଆକ୍ରମଣ କରୁଛି । ଋଷ ଯାହା କରୁଛି ତାହାକୁ କେବେ କ୍ଷମା କରାଯିବ ନାହିଁ କହିଛନ୍ତି ଜେଲେଂସ୍କି ।
ୟୁକ୍ରେନର ଓଡେଶା ଦ୍ବୀପର ସମସ୍ତ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିସାରିଛି ଋଷ । ସେହି ଦ୍ବୀପକୁ ସମ୍ପୂର୍ଣ୍ଣ ଭାବେ କବଜାକୁ ନେଇସାରିଛି ଋଷ ସେନା । ଏବେ ଋଷ ସେନାର ଟାର୍ଗେଟ୍ ରେ ୟୁକ୍ରେନର ରାଜଧାନୀ କିଭ୍ । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ବିପଦ ସମୟରେ ଆମ ସହିତ ଛିଡା ହେବାକୁ କେହି ନାହାନ୍ତି । କିଏ ଅଛନ୍ତି ଏଭଳି ସମୟରେ ଆମ ସହିତ ଛିଡା ହେବା ପାଇଁ? ୟୁକ୍ରେନକୁ ନାଟୋ ସଦସ୍ୟତା ଦେବାକୁ କେହି ବାହାରୁ ନାହାନ୍ତି । ଆମ ଦେଶରେ ଲୋକମାନେ ମରୁଛନ୍ତି । ଦେଶ ଏବେ ଘୋର ସଙ୍କଟ ଦେଇ ଗତି କରୁଛି ।
ସେପଟେ ୟୁକ୍ରେନକୁ ସାହାଯ୍ୟ କରିବାକୁ ହାତ ଟେକିଦେଇଛି ଆମେରିକା । ସୈନ୍ୟ ସହାୟତା ଦେବାକୁ ସଫାସଫା ମନାକରିଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଏହା ସହିତ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟ୍ଟିନଙ୍କ ସହ ମଧ୍ୟ କଥାବାର୍ତ୍ତା ନେଇ କେୌଣସି ଯୋଜନା ନଥିବା ବାଇଡେନ୍ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031